Astrospeak
  • Live TV
  • Read In English

Village of Millionaires: ଦିନେ ଭୋକରେ ଆଉଟୁପାଉଟୁ ହେଉଥିଲେ, ଆଜି ଗାଁର ସବୁ ଲୋକ କୋଟିପତି...

ଲୋକ ଟଙ୍କା ରୋଜଗାର ପାଇଁ ସହର ମୁହାଁ ହେଉଥିବା ବେଳେ ଭାରତର ଏପରି ଏକ ଗାଁ ରହିଛି ଯେଉଁଠି କୋଟିପତି ବାସ କରନ୍ତି। ୩୦୫ ପରିବାର ମଧ୍ୟରୁ ୮୦ ଜଣ କୋଟିପତି । ଅଧିକନ୍ତୁ, ୫୦ ପରିବାର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ।

Crorepati Villag
କୋଟିପତିଙ୍କ ଗାଁ

ଯେତେବେଳେ ବି ଗାଁ ବିଷୟରେ ଆଲୋଚନା ହୁଏ, ମନରେ ଦାରିଦ୍ର୍ୟ ଏବଂ ଚାଷ କଥା ଆସିଯାଏ। ସାଧାରଣତଃ ଗାଁରେ ଧନୀଙ୍କ ସଂଖ୍ୟା କମ୍ ବୋଲି ଆମେ ଭାବୁ। ହେଲେ ଆମେ ଆପଣଙ୍କୁ ଏକ ଗାଁ ବିଷୟରେ କହିବୁ ଯେଉଁଠାରେ ଜଣେ ହେଲେ ବି ଗରିବ ନାହାନ୍ତି। ଭାରତର ସବୁଠାରୁ ଧନୀ ଗାଁ ବିଷୟରେ ଆପଣ କେବେ ଶୁଣିଛନ୍ତି କି ? ଏହି ଗାଁ ଲୋକଙ୍କ ଆୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଲୋକ ଟଙ୍କା ରୋଜଗାର ପାଇଁ ସହର ମୁହାଁ ହେଉଥିବା ବେଳେ ଭାରତର ଏପରି ଏକ ଗାଁ ରହିଛି ଯେଉଁଠି କୋଟିପତି ବାସ କରନ୍ତି। ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ‘ହାଇୱେର୍ ବଜାର ଗାଁ’। ଏଠାରେ ବହୁ ସଂଖ୍ୟାକ କୋଟିପତି ରହୁଥିବାରୁ ଏହା 'ମିଲିଅନେୟାର ଗ୍ରାମ' ଭାବରେ ଜଣାଶୁଣା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗାଁରେ ରହୁଥିବା ୩୦୫ ପରିବାର ମଧ୍ୟରୁ ୮୦ ଜଣ କୋଟିପତି । ଅଧିକନ୍ତୁ, ୫୦ ପରିବାର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ।

ହାଇୱେର୍ ବଜାର କିପରି କୋଟିପତିଙ୍କ ଗାଁ ହେଲା?

ଗ୍ରାମବାସୀଙ୍କ ଆୟର ମୂଳ ଉତ୍ସ ହେଉଛି କୃଷି । ଦିନ ଥିଲା ଏହି ଗାଁ ଦାରିଦ୍ର୍ୟ ଓ ଭୋକର ମାନଚିତ୍ରରେ ସ୍ଥାନ ପାଇଥିଲା। ଏଠାରେ ଅଧିକାଂଶ ସମୟରେ ମରୁଡି ଦେଖାଯାଉଥିଲା। ଏହି କାରଣରୁ ଗାଁର କୃଷକମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ନେଇଥିଲେ। ୧୯୭୨ ମସିହାରେ ମରୁଡ଼ି ଏବଂ ଦାରିଦ୍ର୍ୟ ବ୍ୟାପିବା ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ସେହି ସମୟରେ ପ୍ରାୟ ୯୦% ଲୋକ ଉନ୍ନତ ଜୀବନଯାପନ ପାଇଁ ସହରାଞ୍ଚଳକୁ ଯାଇଥିଲେ। ୧୯୮୮ ଯାଏ ଏପରି ସ୍ଥିତି ଲାଗି ରହିଥିଲା। ଏହାପରେ ୧୯୮୯ ମସିହା ପରଠାରୁ ଗାଁର ଭାଗ୍ୟ ବଦଳିଗଲା।

ଗାଁର ଲୋକମାନେ ୧୯୯୦ ରେ 'ମିଳିତ ଜଙ୍ଗଲ ପରିଚାଳନା କମିଟି' ନାମରେ ଏକ କମିଟି ଗଠନ କରିଥିଲେ। କମିଟି ଅଧୀନରେ କୂଅ ଖୋଳିବା ସହ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଗଛ ଲଗାଇବା ଆରମ୍ଭ କରିଥିଲେ। ବର୍ଷା ଜଳ ଅମଳ, ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଜଳ ଆବଶ୍ୟକ କରୁଥିବା ଫସଲ ନବୁଣି କମ୍‌ ଜଳ ଆବଶ୍ୟକ କରୁଥିବା ଫସଲ ଚାଷ କରିବା ଆରମ୍ଭ କଲେ। ସେମାନଙ୍କର କଠିନ ପରିଶ୍ରମ ପାଇଁ ଆଜି ଗାଁରେ ୩୦୦ରୁ ଅଧିକ କୂଅ ରହିଛି। ଏହା ବ୍ୟତୀତ ନଳକୂଅ ବସାଇବା ଫଳରେ ଭୂତଳ ଜଳ ସ୍ତର ମଧ୍ୟ ୩୦ଫୁଟ ବୃଦ୍ଧି ପାଇଛି ।

ହାଇୱେର୍ ବଜାରର ଗ୍ରାମବାସୀଙ୍କ ଆୟର ଉତ୍ସ ହେଉଛି ଚାଷ। ଗାଁର ପ୍ରତିଟି ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ ଦେଶର ଶ୍ରେଷ୍ଠ ୧୦ ପ୍ରତିଶତ ଗ୍ରାମାଞ୍ଚଳର ମାସିକ ହାରାହାରି ଆୟ ୮୯୦ ଟଙ୍କା। ପ୍ରଧାନମନ୍ତ୍ରୀ ମୋଦି ଏହି ଗ୍ରାମବାସୀଙ୍କ ଉଦ୍ୟମକୁ ପ୍ରଶଂସା ମଧ୍ୟ କରିଛନ୍ତି । ୨୪ ଏପ୍ରିଲ, ୨୦୨୦ରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ରେ ଜଳ ସଂରକ୍ଷଣ ପ୍ରତି ଗ୍ରାମବାସୀଙ୍କ ସମ୍ବେଦନଶୀଳତାକୁ ପ୍ରଶଂସା କରିଛନ୍ତି । ଜଳ ଅପଚୟକୁ ରୋକିବା ପାଇଁ ସେମାନେ କିପରି ଫସଲ ଅମଳ ବଦଳାଇଛନ୍ତି ତାହା ମଧ୍ୟ କହିଛନ୍ତି।