Advertisment

ଓଡ଼ିଶାରେ ପ୍ରଥମ ଥର ଭିଣ୍ଟେଜ କାର ଶୋ, ବିଭିନ୍ନ ରାଜ୍ୟରୁ ଆସିଛନ୍ତି ଗାଡି ମାଲିକ

ପ୍ରଦର୍ଶନୀରେ ସ୍ଥାନ ପାଇଛି ୫୨ଟି ଭିନଟେଜ୍ କାର୍....ବିଭିନ୍ନ ରାଜ୍ୟରୁ ଆସିଛନ୍ତି ଗାଡି ମାଲିକ....ଗତକାଲି ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ, ଆଜି ଉଦଯାପନୀ....

ଅଦ୍ୟତନ ହୋଇଛି
Vintage Car Exhibition

Vintage Car Exhibition

Advertisment

ଭୁବନେଶ୍ୱରରେ ଆୟୋଜିତ ହୋଇଛି ଓଡ଼ିଶାର ପ୍ରଥମ ଭିଣ୍ଟେଜ ଓ କ୍ଲାସିକ କାର୍ ପ୍ରଦର୍ଶନୀ । ସେଠାରେ ଏମିତି ଏମିତି ପୁରୁଣା ଅମଳର କାର୍ ପ୍ରଦର୍ଶିତ ହୋଇଛି, ଯାହାକୁ ଆପଣ ଦେଖିବାତ ଦୂରର କଥା, ତା ନାଁ ବି କେବେ ହୁଏତ ଶୁଣିନଥିବେ । ୧୫ କି ୨୦ ବର୍ଷ ତଳର ନୁହେଁ, ଶତାଧିକ ବର୍ଷର ପୁରୁଣା ଗାଡି ବି ସେଠି ଦେଖିବାକୁ ମିଳିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିବା ବେଳେ, ଆଜି ଏହାର ଉଦଯାପନୀ ଦିବସ ।..

Advertisment

୫୨ଟି କାରକୁ ନେଇ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ଓଡ଼ଶାର ପ୍ରଥମ ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ ପ୍ରଦର୍ଶନୀ, ଯାହାର ନାଁ ଓଡ଼ିଶା କଙ୍କୋର୍ ଡେଲିଗାନ୍ସ।...ଏସବୁ ଏମିତି ସେମିତି ପୁରୁଣା କାଳିଆ କାର୍ ନୁହେଁ, ଏସବୁ ହେଉଛି ଅଗଣିତ ଇତିହାସର ମୁକସାକ୍ଷୀ। ଦିନେ ଏଗୁଡ଼ିକ ଥିଲା ରାଜା ମହାରାଜାଙ୍କ ଆଭିଜାତ୍ୟର ପ୍ରତୀକ। ଆଉ ଏବେ କାହା ପାଇଁ ଅତୀତର ଦୁର୍ଲଭ ସ୍ମୃତି, ତ ଆଉ କାହା ପାଇଁ ଆଜିକା ଦିନରେ ସବୁଠୁ ବଡ଼ ସଂପତ୍ତି। ଏଗୁଡ଼ିକ ଭିଣ୍ଟେଜ୍ କାର୍... ଏଗୁଡ଼ିକ ଭିତରୁ କେଉଁଟି ଶତାୟୁ ଟପିସାରିଲାଣି, ତ ଆଉ କେଉଁଟିର ବୟସ ଶହେ ଛୁଇଁବାକୁ ଆଉ ମାତ୍ର କେଇଟା ବର୍ଷ ବାକି। ହେଲେ ରୂପ ଦେଖିଲେ, ଏକଦମ୍ ଚକାଚକ୍, ଯେମିତି ଏବେଏବେ ସୋରୁମରୁ ବାହାରିଛି।

ପ୍ରଦର୍ଶନୀରେ ସ୍ଥାନ ପାଇଛି ରୋଲସ ରୟସ ୧୯୩୮ ମସିହାର ଲିମୋଜିନ୍ ମଡେଲ। ଯାହାକୁ ରାଜା ମହାରାଜା ସେତେବେଳେ ବ୍ୟବହାର କରୁଥିଲେ। ଏଇ ଗାଡ଼ିରେ ପଛରେ ବସିଥିବା ରାଜାଙ୍କ କଥା ଯେପରି ଡ୍ରାଇଭର ଶୁଣି ନପାରିବ, ସେଥିପାଇଁ ରହିଛି କାଚ ପାର୍ଟିସନ୍। ଏହାସହ ଡ୍ରାଇଭରକୁ ନିର୍ଦ୍ଦେଶ ଦେବା ପାଇଁ ପଛ ସିଟରେ ରହିଛି ୱାକି ଟକି ସୁବିଧା। ସେଇଭଳି ଆଉ ଏକ କ୍ଲାସିକ ଗାଡ଼ି ହେଲା ୧୯୩୭ ମସିହାର ଆଉ ଏକ ରୋଲସ ରୟସ ଗାଡ଼ି। ସେ ଗାଡ଼ିର ନାଁ ମୁନ୍... ୧୯୨୦ ମସିହାର ନୀଳ ରଙ୍ଗର ଭିଣ୍ଟେଜ କାର। କୁହାଯାଉଛି, ସମଗ୍ର ବିଶ୍ୱରେ ଏବେ ଏଭଳି ମାତ୍ର ୨ଟି ହିଁ କାର୍ ବଞ୍ଚିଛି।

Advertisment

୧୯୨୮ ମସିହାର ଏହି ରୋଲ୍ସ ରୟସ ଫାଣ୍ଟମରେ ଭାବନଗର ମହାରାଜା ବସୁଥିଲେ। ଏଥିରେ ରହିଛି ବନ୍ଧୁକ ରଖିବାର ସୁବିଧା । ସେହିପରି ପ୍ରଦର୍ଶନୀରେ ଆକର୍ଷଣ ପାଲଟିଥିଲା କଳା ରଙ୍ଗର ଲଗଜୁରିୟସ ଗାଡି, ଯାହାକି ୧୯୩୭ ମସିହାର ମୟୂରଭଂଜ ରାଜପରିବାରର । ମଡେଲ ନାଁ ଆଲଭିସ୍ 25 DHC।....

ତେବେ କାହାକୁ କୁହାଯାଏ ଭିଣ୍ଟେଜ ଗାଡ଼ି ? କାର୍ ଦୁନିଆରେ ଯେଉଁଟି ୧୯୧୯ରୁ ୧୯୩୦ ମସିହା ଭିତରେ ତିଆରି ତାକୁ ଭିଣ୍ଟେଜ୍, ୧୯୩୦ରୁ ୧୯୭୫ ଭିତରେ ଥିଲେ ଆଣ୍ଟିକ୍ ଏବଂ ୧୯୭୫ରୁ ୨୦୦୦ ମସିହା ଭିତରେ ତିଆରି ହୋଇଥିଲେ ତାକୁ କ୍ଲାସିକ୍ କାର୍ ବୋଲି କୁହାଯାଏ। ଭୁବନେଶ୍ୱରରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶାରୁ ୪ଟି ଭିଣ୍ଟେଜ କାର୍ ପ୍ରଦର୍ଶିତ ହୋଇଥିଲା ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ