Advertisment

Venus, Mars, Jupiter and Saturn to be Visible: ରାତି ଆକାଶରେ ହେବ ଚମତ୍କାର; ୨ ଦିନ ଦେଖିବେ ଅଲୌକିକ ଦୃଶ୍ୟ

ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏବେ ନୁହେଁ ହଜାର ହଜାର ବର୍ଷ ଧରି ଆମେ ଖାଲି ଆଖିରେ ଗ୍ରହ ଗୁଡ଼ିକୁ ଦେଖି ଆସୁଛୁ। ଆମ ପୂର୍ବ ପୁରୁଷମାନେ ଆଗରୁ ଦେଖିଥିଲେ, ଏବେ ମଧ୍ୟ ଦେଖୁଛୁ।

ଅଦ୍ୟତନ ହୋଇଛି
BBSR

BBSR

Advertisment

ରାତି ଆକାଶରେ ଖାଲି ଆଖିରେ ଦିଶିବେ ସୌର ଜଗତର ୪ ଗ୍ରହ। ଆଜି ଓ ଆସନ୍ତା ୨୫ ତାରିଖରେ ଏହି ୪ ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଖାଲି ଆଖିରେ ଅତି ସ୍ପଷ୍ଟ ଭାବେ ଦେଖିବାକୁ ମିଳିବ। ଆଉ ଦୁଇ ଗ୍ରହ ନେପଚୁନ ଓ ୟୁରାନସ୍‌ ମଧ୍ୟ ଏହି ରାତି ଆକାଶରେ ଥିଲେ ମଧ୍ୟ ଏହାକୁ ଖାଲି ଆଖିରେ ଦେଖି ହେବନାହିଁ। ରାତି ଆକାଶରେ ଆଜି ଓ ଆସନ୍ତା ୨୫ ତାରିଖରେ ଏହି ବିରଳ ଦୃଶ୍ୟ ଖାଲି ଆଖିରେ ଅତି ସ୍ପଷ୍ଟ ଭାବେ ଦେଖିପାରିବେ।

Advertisment

ସୂର୍ଯ୍ୟାସ୍ତ ପରେ ରାତି ଆକାଶରେ ଏହି ଚାରି ଗ୍ରହ ଅତି ସ୍ପଷ୍ଟ ଭାବେ ଦେଖାଯିବ। ଆକାଶର ଦକ୍ଷିଣ ପଶ୍ଚିମ ଦିଗରେ ଶୁକ୍ର ଓ ଶନି ଗ୍ରହ ଦେଖାଯିବେ। ସେହିପରି ଦକ୍ଷିଣ ପୂର୍ବ ଦିଗର ଉଚ୍ଚ ଦିଗବଳୟରେ ବୃହସ୍ପତି ଓ ପୂର୍ବ ଦିଗରେ ମଙ୍ଗଳ ଗ୍ରହ ଦେଖିବାକୁ ମିଳିବ। ସୂର୍ଯ୍ୟାସ୍ତର ୪୫ ମିନିଟ ପରେ ପ୍ରାୟ ୩ ଘଣ୍ଟା ଧରି ଆକାଶରେ ଦୃଶ୍ୟମାନ ହେବେ ଏହି ସବୁ ଗ୍ରହ । ଶୁକ୍ର ଓ ଶନି ପାଖାପାଖି ଦେଖାଯିବେ।

ଏନେଇ ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏବେ ନୁହେଁ ହଜାର ହଜାର ବର୍ଷ ଧରି ଆମେ ଖାଲି ଆଖିରେ ଗ୍ରହ ଗୁଡ଼ିକୁ ଦେଖି ଆସୁଛୁ। ଆମ ପୂର୍ବ ପୁରୁଷମାନେ ଆଗରୁ ଦେଖିଥିଲେ, ଏବେ ମଧ୍ୟ ଦେଖୁଛୁ। ହେଲେ ପୂର୍ବ ପରି ଏବେ ଆମେ ବେଶୀ ଆକାଶକୁ ଦେଖୁନାହିଁ। ଯେଉଁଥିପାଇଁ ଆମକୁ ବିରଳ ବୋଲି ଲାଗୁଛି। ପ୍ରକୃତରେ ଏହା ବିରଳ ଦୃଶ୍ୟ ନୁହେଁ ବୋଳି ଡକ୍ଟର ପଟ୍ଟନାୟକ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା’ ଆବେଦନକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ କହିଲେ... 

ସେ ଆହୁରି କହିଛନ୍ତି, ସୂର୍ଯ୍ୟ ଚାରି ପାର୍ଶ୍ୱରେ ଥିବା ୮ଟି ଗ୍ରହ ବୁଲୁଛନ୍ତି। ସେହି ୮ଟି ଗ୍ରହରୁ ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରୁଛୁ। ସେ ଗ୍ରହ ଗୁଡ଼ିକ ହେଲା ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି। ଏହି ଗ୍ରହ ଗୁଡ଼ିକ ସୂର୍ଯ୍ୟ ଚାରି ପାର୍ଶ୍ୱରେ ଅଲଗା ଅଲଗା ବେଗରେ ବୁଲୁଥିବାରୁ ଦେଖାଯାଉଛନ୍ତି। ସେପଟେ ଦେଖିବାକୁ ସୂର୍ଯ୍ୟ ଚାରି ପାର୍ଶ୍ୱରେ ବୁଲିବାକୁ ମଙ୍ଗଳ ଗ୍ରହକୁ ୮୮ ଦିନ ସମୟ ଲାଗୁଛି। ଠିକ୍‌ ସେହିପରି ଶୁକ୍ର ୨୨୮ ଦିନ, ପୃଥିବୀ ୩୬୫, ମଙ୍ଗଳ ଗ୍ରହ ୪୮୭ ଦିନ ସମୟ ନେଉଛି। ଏମିତି ବୁଲିଲା ବେଳେ ବେଳେ ଗୋଟିଏ, ଦୁଇଟି ବା ୪ଟି ଗ୍ରହ ଦେଖାଯାଆନ୍ତି। ଏବେ ୪ଟି ଗ୍ରହ ଖାଲି ଆଖିରେ ଦେଖାଯିବ। ଗତ ୧୫ ତାରିଖରୁ ଗ୍ରହ ଗୁଡ଼ିକ ଦେଖାଗଲାଣି। ୩୧ ତାରିଖ ପର୍ଯ୍ୟନ୍ତ ସବୁ ଦିନ ଦେଖାଯିବ। ଗ୍ରହ ଗୁଡ଼ିକ ତାରା ଭଳି ଦେଖାଯାଉଛନ୍ତି। ସୂର୍ଯ୍ୟାସ୍ତ ବେଳେ ପୂର୍ବ ଦିଗକୁ ଲକ୍ଷ୍ୟ କଲେ ଦୂର ଦିଗବଳୟରେ ଟିକିଏ ଉପରେ ଲାଲ ରଙ୍ଗରେ ତାରା ଭଳି ଦେଖାଯାଉଥିବା ଗ୍ରହଟି ହେଉଛି ମଙ୍ଗଳ। ମୁଣ୍ଡ ଉପରେ ବହୁ ଉଜ୍ୱଳ ଭାବେ ଦେଖା ଯାଉଥିବା ଗ୍ରହଟି ହେଉଛି ବୃହସ୍ପତି। ଠିକ୍‌ ସେହି ସମୟରେ ପଶ୍ଚିମ ଆକାଶରେ ୩୦ରୁ ୪୦ ଡିଗ୍ରୀ ଉପରେ ଦେଖିବାକୁ ମିଳିବ ଗ୍ରହଟି ହେଉଛି ଶୁକ୍ର ବୋଲି ଡକ୍ଟର ପଟ୍ଟନାୟକ କହିଛନ୍ତି।

Advertisment
Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ