Advertisment

Transgender Stage Protest in Baripada: ନକଲି କିନ୍ନରଙ୍କୁ ଧରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅସଲି

କିନ୍ନରଙ୍କ ଅଭିଯୋଗ ଦୀର୍ଘ ଦିନ ଧରି କେତେକ ପୁରୁଷ ଶାଢ଼ୀ ପିନ୍ଧି କିନ୍ନର ହୋଇ ଭିକ୍ଷାବୃତ୍ତି କରୁଛନ୍ତି। ଖାଲି ଭିକ୍ଷାବୃତ୍ତି କରୁନାହାନ୍ତି, ସରକାରୀ ସୁବିଧା ସୁଯୋଗ ହାତେଇ ନେଉଛନ୍ତି। ଯାହାଫଳରେ ଅସଲି କିନ୍ନର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅନେକ ବାର କିନ୍ନର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଛି।

ଅଦ୍ୟତନ ହୋଇଛି
Baripada

Baripada

Advertisment

ସହର ସାରା ବୁଲୁଛନ୍ତି ନକଲି କିନ୍ନର! କଥାଟି ଟିକେ ଅଡୁଆ ଲାଗୁ ଥାଇପାରେ। ନାଇଁ ଆଜ୍ଞା ଘଟଣାଟି ପୂରା ସତ। କେତେକ ପୁରୁଷ ଫୁଲ୍ ମେକଅପ୍ ନେଇ ଶାଢ଼ୀ ଓ ବ୍ଲାଉଜ୍ ପିନ୍ଧି କିନ୍ନର ପରି ସଜାଇ ହେଉଛନ୍ତି। ଆଉ ସେହି ଗେଟଅପକୁ ଉପାର୍ଜନର ସହଜ ମାଧ୍ୟମ ଭାବି ରାତିର ବାସନ୍ତି ସାଜୁଛନ୍ତି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏହାର ପ୍ରତିବାଦରେ ଆଜି ଅସଲି କିନ୍ନରମାନେ ରାସ୍ତାକୁ ଓହ୍ଲାଇଛନ୍ତି।

Advertisment

ଆଜି ଶତାଧିକ ଅସଲି କିନ୍ନର ମୟୂରଭଞ୍ଜ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିନବ ଢଙ୍ଗରେ ତାଳି ମାରି ପ୍ରତିବାଦ କରିଥିଲେ। ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। ଜାଲ୍ କିନ୍ନରଙ୍କୁ ଚିହ୍ନଟ କରିବାକୁ ଦାବି କରିଥିଲେ। ହେଲେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନଆସିବାରୁ ମଧ୍ୟାହ୍ନରେ କ୍ଷୋଭ ଜଣାଇ କିନ୍ନରମାନେ ଉଠି ଯାଇଥିଲେ।

କିନ୍ନରଙ୍କ ଅଭିଯୋଗ ଦୀର୍ଘ ଦିନ ଧରି କେତେକ ପୁରୁଷ ଶାଢ଼ୀ ପିନ୍ଧି କିନ୍ନର ହୋଇ ଭିକ୍ଷାବୃତ୍ତି କରୁଛନ୍ତି। ଖାଲି ଭିକ୍ଷାବୃତ୍ତି କରୁନାହାନ୍ତି, ସରକାରୀ ସୁବିଧା ସୁଯୋଗ ହାତେଇ ନେଉଛନ୍ତି। ଯାହାଫଳରେ ଅସଲି କିନ୍ନର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅନେକ ବାର କିନ୍ନର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଯାହାକୁ ନେଇ କିନ୍ନରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ଅଧିକ ପଢ଼ନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

ପାଏଲ କିନ୍ନର କହିଛନ୍ତି, ମୟୂରଭଞ୍ଜ କିନ୍ନର ସଂଘରେ ୪୦ ଜଣ ସଦସ୍ୟ ଅଛନ୍ତି। ହେଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳ ପକ୍ଷରୁ ପ୍ରକାଶ ପାଇଥିବା ନୋଟିସରେ ୯୦ ଜଣ କିନ୍ନର ଥିବା ଦର୍ଶା ଯାଇଛି। ଯଦି ସଂଘରେ ୪୦ ଜଣ କିନ୍ନର ଅଛନ୍ତି, ତାହାହେଲେ ସରକାରୀ ରିପୋର୍ଟରେ ଅଧିକ ୫୦ ଜଣ ଆସିଲେ କେଉଁଠୁ? ଏ ନେଇ ଆମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିଥିଲୁ। ହେଲେ ସେ କୌଣସି ଉତ୍ତର ଦେଉନାହାନ୍ତି ବୋଲି ପାଏଲ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ :‘ମାଇନିଂ ସେକ୍ଟର ବିନା ଅର୍ଥନୀତିର ବିକାଶ ଅସମ୍ଭବ’

କିନ୍ନର ମନିଷା ସାହୁ କହିଛନ୍ତି, ଆମେ କିନ୍ନର ହୋଇ ମଧ୍ୟ ଆମକୁ ସାର୍ଟିଫିକେଟ ମିଳୁନି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାଣିଶୁଣି ଆମକୁ ଅଣଦେଖା କରୁଛନ୍ତି। ଯେଉଁଥିପାଇଁ ଆମେ ନାନା ଅସୁବିଧାରେ ପଡୁଛି। ସରକାରୀ ଯୋଜନାରୁ ବଞ୍ଚିତ ହେଉଛୁ ବୋଲି ମନିଷା କହିଛନ୍ତି।

ସୂଚନାରୁ ପ୍ରକାଶ, ମୟୂରଭଞ୍ଜ ଜିଲ୍ଲାରେ କିଛି ନକଲି କିନ୍ନର ଅଛନ୍ତି। ଯାହାର ପ୍ରମାଣ କିଛି ଦିନ ତଳେ ସାମ୍ନାକୁ ଆସିଥିଲା। ଜଣେ ପୁରୁଷ ନିଶ ଦାଢ଼ି କାଟି ଶାଢ଼ୀ ପିନ୍ଧି କିନ୍ନର ହୋଇ ବୁଲୁଥିଲେ। ତାଙ୍କୁ ଅସଲି କିନ୍ନର ଧରି ପକାଇଥିଲେ। ବିଚ୍ ରାସ୍ତାରେ ତାଙ୍କୁ ଉଲ୍ଲଗ୍ନ କରିଦେଇଥିଲେ। ତା’ପରେ ଜଣାପଡ଼ିଥିଲା, କିନ୍ନର ହୋଇ ଭିକ୍ଷା ବୃତ୍ତି କରୁଥିବା ବ୍ୟକ୍ତି ଜଣକ ଅସଲି କିନ୍ନର ନୁହେଁ।

Baripada Transgender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ