ଆଉ ନାହିଁ ଚାହିଦା, ବୁଡ଼ିଲାଣି ବେଉସା

ଗାଁ ଭିତରରେ ପାଦ ପଡ଼ିଲେ ଶୁଭେ ଠନଠାନ୍‌ ଶବ୍ଦ । ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ଚଳାଇବା ପାଇଁ ନିଆଁ ଚୂଲିରେ କଂସା ପିତଳ ଆଉଟୁଥାଏ ଏଇ ଗାଁର କାରିଗର । ଏହି କାରିଗରଙ୍କ ହାତ ତିଆରି କଂସା, ପତିଳ ବାସନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଏହି ଗାଁର ବେଶ୍‌ ନାଁ ରହିଛି ।

Craftsmanship in Khandapara

ଗାଁ ଭିତରରେ ପାଦ ପଡ଼ିଲେ ଶୁଭେ ଠନଠାନ୍‌ ଶବ୍ଦ । ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ଚଳାଇବା ପାଇଁ ନିଆଁ ଚୂଲିରେ କଂସା ପିତଳ ଆଉଟୁଥାଏ ଏଇ ଗାଁର କାରିଗର । ଏହି କାରିଗରଙ୍କ ହାତ ତିଆରି କଂସା, ପିତଳ ବାସନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଏହି ଗାଁର ବେଶ୍‌ ନାଁ ରହିଛି । ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ଵ ହେବ ଏହି ଗାଁର କଂସାରିମାନେ ପୁରୁଷାନୁକ୍ରମେ ଏହି ବୃତ୍ତିକୁ ଆପଣାଇ ନେଇ ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । ଦିନଥିଲା କଣ୍ଟିଲୋ ଏବଂ ପାଟଣା ଗାଁରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଶାଳ ଚାଲୁଥିଲା । ହେଲେ ବର୍ତ୍ତମାନ ଉଭୟ ଗାଁରେ ମାତ୍ର ୫ରୁ ୧୦ଟି ଶାଳ ଚାଲୁଛି । ଏବେ ଷ୍ଟିଲ ଓ ଫାଇବର ବାସନର ଅତ୍ୟଧିକ ବ୍ୟବହାର ହେବା ଫଳରେ କଂସା, ପିତଳ ବାସନର ବ୍ୟବହାର କମିବାରେ ଲାଗିଛି ।

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କଣ୍ଟିଲୋ ଗାଁର କାରିଗରମାନେ ମହାଜନଠାରୁ ପୁରୁଣା କଂସା ପିତଳ କିଣି ତାକୁ ନିଆଁରେ ଆଉଟି ବିଭିନ୍ନ ଛାଞ୍ଚରେ ପକାଇ ଗରା, ମାଠିଆ, ହଣ୍ଡା, ତସଲା ଭଳି ବିଭିନ୍ନ ଜିନିଷ ତିଆରି କରନ୍ତି । ପରେ ଏହି ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବାହାର ରାଜ୍ୟକୁ ବିକ୍ରି ପାଇଁ ଯାଇଥାଏ । ମାତ୍ର କଂଚାମାଲର ଅହେତୁକ ଦରବୃଦ୍ଧି ଓ କୋଇଲାର ଅଭାବ ସାଙ୍ଗକୁ ଉତ୍ପାଦିତ ସାମଗ୍ରୀ ଉପରେ ଜିଏସଟି ଲାଗୁ କାରିଗରମାନଙ୍କୁ ଏହି ବୃତ୍ତିରୁ ମୁହଁ ଫେରାଇ ନେବାକୁ ବାଧ୍ୟ କରୁଛି ।

ଓଡ଼ିଶାର ଏହି ପାରମ୍ପରିକ କଂସା ବାସନ ଅନେକ ନାମିଦାମୀ ରେଷ୍ଟୁରାଣ୍ଟ ଓ ବଡ଼ ବଡ଼ ହୋଟେଲରେ ବି ଦେଖିବାକୁ ମିଳୁଛି । ଯେଉଁଥିରେ ଅତିଥିମାନଙ୍କୁ ଖାଦ୍ୟ ପରସୁଛନ୍ତି ହୋଟେଲର କର୍ମଚାରୀ । ତେବେ ଏହି ବାସନକୁସନ ତିଆରି ଶିଳ୍ପକୁ ସରକାର ଯଦି ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ । ତେବେ ବହୁ ଉପକୃତ ହୋଇପାରନ୍ତେ । ପିଢି ପରେ ପିଢି ଏହି ବୃତିକୁ ଆପଣାଇ ପରିବାର ପ୍ରତିପୋଷଣ କରୁଥିହବା କରିଗରଙ୍କୁ ସରକାରଙ୍କ ପକ୍ଷରୁ କିଛି ସହଯୋଗ ମିଳିଲେ ବଞ୍ଚିପାରନ୍ତା କୌଳିକ ବୃତ୍ତି ।