Advertisment

Subhadra Yojana Odisha: କଣ କଲେ ତୃତୀୟ ପର୍ଯ୍ୟାୟରେ ପାଇବେ ‘ସୁଭଦ୍ରା’ର ପ୍ରଥମ କିସ୍ତି ଟଙ୍କା ? ଜାଣନ୍ତୁ...

ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା ? କେଉଁଠି ରହୁଛି ସମସ୍ୟା ? କଣ କଲେ ଏହାର ହୋଇପାରିବ ସମାଧାନ ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ । ଜାଣନ୍ତୁ...

ଅଦ୍ୟତନ ହୋଇଛି
undefined

Subhadra Yojana Odisha

Advertisment

ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ବି ଆପଣଙ୍କ ଆକାଉଣ୍ଟକୁ ଆସୁନି କି ଟଙ୍କା ? ସାଧାରଣ ପ୍ରକ୍ରିୟା ଦ୍ବାରା ଏହାର ହୋଇପାରିବ ସମାଧାନ। କେବଳ ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ଲିଙ୍କ୍ କଲେ ସହଜରେ ଟଙ୍କା ଆକାଉଣ୍ଟକୁ ଯିବ। ଏହି ସମସ୍ୟା ପାଇଁ ଏବେ ୫ ଲକ୍ଷ ଆବେଦନକାରୀଙ୍କୁ ଟଙ୍କା ମିଳିନଥିବା ବେଳେ ଅନ୍ୟ କାରଣ ପାଇଁ ରିଜେକ୍ଟ ତାଲିକାରେ ଅଛି ଆଉ ୨ ଲକ୍ଷ ୬୭ ହଜାର ଆବେଦନ। ସମସ୍ୟାର ସମାଧାନ କରି ଆସନ୍ତା ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟନ୍ତ୍ରୀ ପ୍ରଭାତୀ ପରିଡ଼ା। 

Advertisment

ଆପଣଙ୍କ ଆକାଉଣ୍ଟକୁ ଆସିନି କି 'ସୁଭଦ୍ରା' ଟଙ୍କା ? ରିଜେକ୍ସନ ତାଲିକାରେ ଅଛି କି ଆପଣଙ୍କ ଆକାଉଣ୍ଟ ନମ୍ବର ? କଣ କଲେ ତୃତୀୟ ପର୍ଯ୍ୟାୟରେ ପାଇବେ ପ୍ରଥମ କିସ୍ତି ଟଙ୍କା ? ସରକାରୀ ତଥ୍ୟ ଅନୁୟାୟୀ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ପ୍ରାୟ ୫ ଲକ୍ଷ ଆକାଉଣ୍ଟ ନମ୍ବର ସହ ଆଧାର ଓ ମୋବାଇଲ ନମ୍ବରର ତାଳମେଳ ନାହିଁ । ଏଥିପାଇଁ ଏହି ଆକାଉଣ୍ଟଧାରୀମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏକାଧିକ ଆକାଉଣ୍ଟ ଓ ଏକାଧିକ ମୋବାଇଲ ନମ୍ବର ଯୋଗୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ମୋବାଇଲ ଓ ଆଧାରର ତାଳମେଳ ହୋଇପାରୁନାହିଁ। ଆବେଦନକାରୀ ଯଦି ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସହ ଆଧାର ଓ ମୋବାଇଲ ଲିଙ୍କ୍ କରନ୍ତି ତେବେ ଆସନ୍ତା ୨୪ରେ ତୃତୀୟ ପର୍ଯ୍ୟାୟରେ ସେମାନଙ୍କୁ ବି ପ୍ରଥମ କିସ୍ତି ଟଙ୍କା ମିଳିପାରିବ। ଏହାଛଡ଼ା ୨ ଲକ୍ଷ ୬୭ ହଜାର ଆବେଦନ ରିଜେକ୍ସନ ତାଲିକାରେ ଅଛି। ଏହି ତାଲିକା ବିଭିନ୍ନ ବ୍ଲକକୁ ପଠାଯାଇଛି। ଅଙ୍ଗନୱାଡ଼ି କର୍ମୀ ଏହାର ଫିଜିକାଲ ଭେରିଫିକେସନ କରିବେ। କିଛି ଆବେଦନକାରୀଙ୍କ ନାଁରେ ମଣ୍ଡିରେ ଧାନ ବିକ୍ରି କରାଯାଇଥିବାରୁ ତାଙ୍କ ନାଁରେ ୫ ଏକର ଜମି ଥିବା ଲେଖାଯାଇଛି। ଏହାର ଯାଂଚ କରି RIମାନେ ରିପୋର୍ଟ ଦେବେ। 

ଅଧିକ ପଢ଼ନ୍ତୁ: Ration Card: ‘ନଭେମ୍ବରରେ ସରିବ E-KYC ଯାଞ୍ଚ, ଜାନୁଆରୀରୁ ଦିଆଯିବ ନୂଆ ରାସନ କାର୍ଡ’

Advertisment

ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା ? କେଉଁଠି ରହୁଛି ସମସ୍ୟା ? କଣ କଲେ ଏହାର ହୋଇପାରିବ ସମାଧାନ ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ । DBT ପାଇଁ ଭିନ୍ନ ଆକାଉଣ୍ଟରେ ଲିଙ୍କ୍ ଓ ଆବେଦନ ଫର୍ମରେ ଦେଉଛନ୍ତି ଅଲଗା ଆକାଉଣ୍ଟ ନମ୍ବର। ଆଧାର ସିଡିଂ ପାଇଁ ଆବେଦନ ବେଳେ ଏହା ରିଜେକ୍ଟ ହେଉଛି। ଅନ୍ୟ ଆକାଉଣ୍ଟ ସହ DBT ଲିଙ୍କ୍ ଥିବାରୁ NPCI ବା ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ଦ୍ବାରା ୩ରୁ ୪ ଦିନ ଭିତରେ ରିଜେକ୍ଟ ହୋଇଯାଉଛି। DBT କେବଳ ଗୋଟିଏ ବ୍ୟାଙ୍କରେ ଲିଙ୍କ ହୋଇପାରିବ। ଅନ୍ୟ ଏକ ସମସ୍ୟା ହେଲା ବହୁ ପୁରୁଣା ଆକାଉଣ୍ଟ ଆବେଦନକାରୀଙ୍କ ନାଁର ବନାନରେ ତାଳମେଳ ନାହିଁ। ପୂର୍ବରୁ ଭୋଟର ID ଦେଇ ଖୋଲିଥିବା ବେଳେ ଏବେ KYC ପାଇଁ ଆଧାର ଦେଉଛନ୍ତି । ଫଳରେ ତଥ୍ୟ ମିଶୁନଥିବା ବ୍ୟାଙ୍କ ଅଧିକାରୀ କହିଛନ୍ତି । ଯେଉଁ ଆକାଉଣ୍ଟରେ DBT ଲିଙ୍କ୍‌ ଅଛି, ତାହା ଆବେଦନ ଫର୍ମରେ ଦର୍ଶାଇଲେ ସେହି ଆକାଉଣ୍ଟରେ ଆଧାର ଓ ମୋବାଇଲ ନମ୍ବର ଲିଙ୍କ କରି ସମସ୍ୟାର ସମାଧାନ ହୋଇପାରିବ।

ଦୁଇଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କାରୁ ବଞ୍ଚିତ ଥିବା ହିତାଧିକାରୀ ଏଥର ତୃତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମିଳିବ ଆଶା ରଖିଛନ୍ତି । ଆସନ୍ତା ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଯଦି କେହି ରହିଯିବେ ତେବେ ଶେଷ ପର୍ଯ୍ୟାୟରେ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ସୁଭଦ୍ରା ଯୋଜନା ପାଇଁ ଏବେ ସୁଦ୍ଧା ମୋଟ ୧ କୋଟି ୨ ହଜାର ଆବେଦନ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

Odisha News Odisha Govt Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ