Advertisment

ଆକାଶରେ ବିମାନକୁ ଭୟଙ୍କର କୁଆପଥର ମାଡ଼ ! ଫାଟିଲା ବିମାନର ୱିଣ୍ଡସିଲ୍ଡ, ସାମ୍ନାପଟ ଚେପା

ଦିଲ୍ଲୀ ଅଭିମୁଖେ ଉଡ଼ିବାର ୧୦ ମିନିଟ ପରେ ପୁଣି ଫେରିଲା । ଭୁବନେଶ୍ବର ଫେରି ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ।

undefined

Airport

Advertisment

ମାତ୍ର ୧୦ ମିନିଟ୍ ପୂର୍ବରୁ ଭୁବନେଶ୍ୱର ଏୟାରପୋର୍ଟ ଛାଡ଼ିଥିଲା ଭିସ୍ତାରା ବିମାନ। ଦିଲ୍ଲୀକୁ ଯାଉଥିଲା, ସବୁକିଛି ଠିକ୍ ଚାଲିଥିଲା। ହେଲେ ଅଚାନକ ପାଗ ଖରାପ ହେବା ସହ,ମଝି ଆକାଶରେ ହେଲା ଜୋରଦାର କୁଆପଥର ମାଡ଼। ଚାହୁଁଚାହୁଁ କ୍ରାକ୍ ହୋଇଗଲା ବିମାନର ୱିଣ୍ଡସିଲ୍ଡ। ଆଖି ଆଗରେ କାଚ ଫାଟିବା ଦେଖି, ବିବ୍ରତ ହୋଇଗଲେ ପାଇଲଟ୍। କାରଣ ବାଜିରେ ଲାଗିଥିଲା ୧୬୯ ଜୀବନ।

Advertisment

ହେଲେ ନିଜକୁ ସମ୍ଭାଳି ନେଇ, ପୁଣି ଭୁବନେଶ୍ୱର ଏୟାରପୋର୍ଟକୁ ଫେରିବାକୁ ନିଷ୍ପତ୍ତି ନେଲେ । ଆଉ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲକୁ କହିଲେ ।

ଭୁବନେଶ୍ୱରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ପରେ ଦେଖାଯାଇଥିଲା ସେହି ବିମାନର ରିଅଲ୍ ସ୍ଥିତି । ଖାଲି ୱିଣ୍ଡ୍ ସିଲ୍ଡ ଭାଙ୍ଗିନି, ଡ୍ୟାମେଜ ହୋଇଛି ବିମାନର ନୋଜ୍-କୋନ୍। ଅନେକ ସ୍ଥାନରେ ରଙ୍ଗ ଛାଡ଼ିଛି, ଗୋଟିଏ ଜାଗାରେ ଚେପା ବି ହୋଇଯାଇଛି। ତେବେ ବିମାନଟି ବିନା କୌଣସି ବାହ୍ୟ ସହାୟତାରେ ଅବତରଣ କରିଥିବା ଏବଂ ସେଥିରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ।

Advertisment

ବିମାନ ପାଇଁ କେତେ ବିପଜ୍ଜନକ କୁଆପଥର ମାଡ଼ ? ମଝି ଆକାଶରେ ଏହା ସୃଷ୍ଟି କରିପାରେ କିଭଳି ଜଟିଳ ସ୍ଥିତି ?

୨୦୧୮ରେ ଆମେରିକାନ୍ ଏୟାରଲାଇନ୍ସର ଏୟାରବସ୍ ୩୧୯ ସହ ମଧ୍ୟ ଏମିତି କିଛି ପରିସ୍ଥିତି ଉପୁଜିଥିଲା । କୁଆପଥର ମାଡ଼ରେ ବିମାନର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଖାଲି ଏଇ ଘଟଣା ନୁହେଁ, ପୂର୍ବରୁ ୨୦୦୬ରେ ଦକ୍ଷିଣ କୋରିଆରେ ଏବଂ ୨୦୦୩ରେ ଅଷ୍ଟ୍ରିଆରେ ମଧ୍ୟ କୁଆପଥର ଯୋଗୁଁ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା ୨ଟି ବିମାନ। ଗତବର୍ଷ ମାର୍ଚ୍ଚ ୧୮ରେ ଏକ ଇଣ୍ଡିଗୋ ବିମାନ ମଧ୍ୟ ଏଥିଯୋଗୁଁ ହାଇଦ୍ରାବାଦରେ ଜରୁରୀ ଅବତରଣ କରିଥିଲା ।

Advertisment

ସୂଚନା ଅନୁସାରେ, କୁଆପଥର ମାଡ଼ରେ ପ୍ରଥମେ ରାଡୋମ୍ ବା ନୋଜ୍ କୋନ୍ କୁହାଯାଉଥିବା ବିମାନର ଅଗ୍ରଭାଗ କ୍ଷତିଗ୍ରସ୍ତ ହୁଏ । ଏହା ଭିତରେ ରାଡାର୍ ଓ କମ୍ୟୁନିକେସନ ସିଷ୍ଟମ ରହୁଥିବାରୁ, ବିମାନର ଯୋଗାଯୋଗ କ୍ଷମତା ବାଧାପ୍ରାପ୍ତ ହୋଇପାରେ। କକ୍‌ପିଟ୍ ୱିଣ୍ଡସିଲ୍‌ଡ କ୍ଷତିଗ୍ରସ୍ତ ହେଲେ ପାଇଲଟଙ୍କ ଭିଜିବିଲିଟି ପ୍ରଭାବିତ ହୁଏ । ଅତି ଜଟିଳ ସ୍ଥିତିରେ ଇଞ୍ଜିନ୍ ଫେଲୁଓର୍ ସମସ୍ୟା ବି ଉପୁଜିପାରେ।

ତେଣୁ ଭୁବନେଶ୍ୱରରେ ଆଜି ଯାହା ଘଟିଲା ପାଇଲଟ ଅତି ଜଟିଳ ତିରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିବେ ବୋଲି ନିଜ ଅଭିଜ୍ଞତାରୁ କହିଛନ୍ତି ବିମାନ ବିଶେଷଜ୍ଞ। ଏଭଳି କ୍ଷେତ୍ରରେ ବିମାନକୁ ପ୍ରଥମେ ଫ୍ଲାଇଟ୍ ଲେଭେଲ୍-180 ବା ଭୂଇଁଠୁ ୧୮ ହଜାର ଫୁଟ୍ ଉଚ୍ଚତାକୁ ଖସାଇ ଆଣିବା ପାଇଁ SOP ରହିଛି ବୋଲି ସେ ସୂଚନା ଦେଇଛନ୍ତି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ