ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଝିଅ, ଜଣେ ବି VIP କାର୍ଯ୍ୟକ୍ରମରେ ସାମିଲ ହୋଇ ନଥିଲେ...

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ୱାଙ୍ଗମୟୀ। ଗତକାଲି ବେଙ୍ଗାଲୁରୁ ସ୍ଥିତ ନିର୍ମଳାଙ୍କ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

ବାହା ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଝିଅ

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ୱାଙ୍ଗମୟୀ। ଗତକାଲି ବେଙ୍ଗାଲୁରୁ ସ୍ଥିତ ନିର୍ମଳାଙ୍କ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ସବୁଠାରୁ ବଡ଼ କଥା, ଏହା ଏକ ଗ୍ରାଣ୍ଡ୍‌ ୱେଡିଂ ନଥିଲା। ଏପରିକି ଏହି ବିବାହ କାର୍ଯ୍ୟକ୍ରମରେ କୌଣସି ବଡ଼ ବଡ଼ ରାଜନେତା କିମ୍ବା ଭିଭିଆଇପିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Nirmala Sitharaman's Daughter Gets Married

ହିନ୍ଦୁ ପରମ୍ପରା ଅନୁସାରେ, ବିବାହ ହୋଇଥିବା ବେଳେ ବିବାହରେ କେବଳ ପରିବାର ସଦସ୍ୟ ଓ ସାଙ୍ଗସାଥୀ ଯୋଗ ଦେଇଥିଲେ। ନବ ଦମ୍ପତି ଉଡୁପି ଅଦମାରୁ ମଠର ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପରକଲା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧି ଥିବାବେଳେ ପ୍ରତୀକ ଧଳା ରଙ୍ଗର ପଞ୍ଚା ଓ ଶାଲ୍‌ ପକାଇଥିଲେ। ଆଉ ନିର୍ମଳା ସୀତାରମଣ ଏକ ମୋଲକଲମୁରୁ ଶାଢ଼ୀ ପିନ୍ଧିଥିଲେ। 

Nirmala Sitharaman's Daughter Gets Married

ନିର୍ମଳା ସୀତାରମଣଙ୍କ ଝିଅ ପରକଲା ଜାତୀୟ ଖବରକାଗଜରେ କାମ କରିଥିବା ବେଳେ ଦିଲ୍ଲୀ ୟୁନିଭର୍ସିଟିରେ ଇଂରାଜୀରେ ସେ ମାଷ୍ଟର ଡିଗ୍ରୀ କରିଛନ୍ତି।