Astrospeak
  • Live TV
  • Read In English

ଆଜି ଦେଶର ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ: ଭାରତକୁ ମିଳିବ ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂତନ ସଂସଦ ଭବନ

ଭାରତକୁ ମିଳିବ ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂତନ ସଂସଦ ଭବନ। ଯାହାକି କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। 

Today New parliament Building Will Inaugurate
New parliament Building

ଆଜି ଦେଶର ଇତିହାସରେ ଯୋଡ଼ି ହେବ ଏକ ନୂତନ ଅଧ୍ୟାୟ। ଭାରତକୁ ମିଳିବ ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂତନ ସଂସଦ ଭବନ। ଯାହାକି କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। ଆଜି ନୂଆ ସଂସଦ ଭବନର ଲୋକାର୍ପଣ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ ହସ୍ତାନ୍ତର କରାଯାଇଛି।

ତାମିଲନାଡୁ ଧର୍ମପୁରମ ଅଧିନମ୍ ମଠ ମହନ୍ତ ମୋଦିଙ୍କୁ ସେଙ୍ଗୋଲ ବା ରାଜଦଣ୍ଡ ପ୍ରଦାନ କରିଛନ୍ତି। ଏହି ରାଜଦଣ୍ଡକୁ ଆଜି ନୂଆ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ସ୍ଥାପନ କରାଯିବ। ସକାଳ ପ୍ରାୟ ସାଢେ ୭ଟାରେ ପୂଜା ଏବଂ ଯଜ୍ଞ ରହିଛି। ସାଢେ ୮ରୁ ୯ଟା ଭିତରେ ସେଙ୍ଗୋଲକୁ ସ୍ଥାପନ କରାଯିବ।

ପରେ ପ୍ରାୟ ସାଢେ ୯ଟା ବେଳକୁ ପାର୍ଲାମେଣ୍ଟ ଲବିରେ ପ୍ରାର୍ଥନା ସଭା ଏବଂ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ପାର୍ଲାମେଣ୍ଟ ଉପରେ ଦୁଇଟି ସର୍ଟ ଫିଲ୍ମ ପ୍ରଦର୍ଶିତ ହେବ। ଦିନ ପ୍ରାୟ ୧ଟା ବେଳକୁ ନୂଆ ୭୫ ଟଙ୍କା କଏନ ଏବଂ ଷ୍ଟାମ୍ପକୁ ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।