Advertisment

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ଫେବୃଆରୀ ୧ରୁ ବଦଳିବ ଏହିସବୁ ନିୟମ...

ଏଣିକି SBI ଗ୍ରାହକ ଡିଜିଟାଲ୍‌ ମାଧ୍ୟମରେ ତତ୍‌କାଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଆସନ୍ତା ମାସରୁ ଏହି ନିୟମ ଲାଗୁ ହେବ। ଏହି ନେଣଦେଣ YONO ଆପ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଂ/ମୋବାଇଲ୍‌ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ।

ଅଦ୍ୟତନ ହୋଇଛି
SBI

SBI

Advertisment

SBI ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି SBI ଗ୍ରାହକ ଡିଜିଟାଲ୍‌ ମାଧ୍ୟମରେ ତତ୍‌କାଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଆସନ୍ତା ମାସରୁ ଏହି ନିୟମ ଲାଗୁ ହେବ। ମଙ୍ଗଳବାର ଦିନ SBI ଏନେଇ ଘୋଷଣା କରିଛି। IMPS(Immediate Payment Service) ଅଧୀନରେ ଯଦି ଆପଣ ୨ ଲକ୍ଷ ଟଙ୍କା ନେଣଦେଣ କରୁଛନ୍ତି, ତା’ହେଲେ ଏବେ ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ(ଚାର୍ଜ) ଦେବାକୁ ପଡ଼ୁନି। ହେଲେ ଏଣିକି  ଆପଣ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ IMPS ନେଣଦେଣ କରିପାରିବେ ଓ ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏହି ନେଣଦେଣ YONO ଆପ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଂ/ମୋବାଇଲ୍‌ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ। ଡିଜିଟାଲ୍‌ ସେବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ SBI ଏଭଳି ନିଷ୍ପତ୍ତି ନେଇଛି। 

Advertisment

ଜାଣନ୍ତୁ, ଆଉ କ’ଣ କ’ଣ ସବୁ ପରିବର୍ତ୍ତନ ହେବ...

  • ଯଦି ଆପଣ ବ୍ୟାଙ୍କ୍‌ ଶାଖାକୁ ଯାଇ IMPS ମାଧ୍ୟମରେ ଟଙ୍କା ପଠାଇବାକୁ ଚାହୁଁଛନ୍ତି, ତା’ହେଲେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ନେଣଦେଣରେ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଫେବୃଆରୀ ୧ରୁ ୧,୦୦୦ ଟଙ୍କାରୁ ଅଧିକ ଓ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣରେ ୧୨ ଟଙ୍କା ସେବା ଶୁଳ୍କ ସହ ଜିଏସ୍‌ଟି ଏହା ଉପରେ ଲାଗିବ। 
  • SBI ପକ୍ଷରୁ କୁହାଯାଇଛି, ୨ ଲକ୍ଷ ଟଙ୍କାରୁ ଅଧିକ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣରେ ଏକ ନୂଆ ନିୟମ ଲାଗୁ ହୋଇଛି। ଯଦି ବ୍ୟାଙ୍କ୍‌ ଶାଖାକୁ ଯାଇ ଆପଣ ଏହି ନେଣଦେଣ କରୁଛନ୍ତି, ତା’ହେଲେ ଆପଣଙ୍କୁ ୨୦ ଟଙ୍କା ସହ ଜିଏସ୍‌ଟି ଲାଗିବ। ଆସନ୍ତା ଫେବୃଆରୀ ୧ରୁ ଏହି ନୂଆ ନିୟମ ଲାଗୁ ହେବ।
  • ଯଦି ଗ୍ରାହକ ଇଣ୍ଟରନେଟ୍‌ ବ୍ୟାଙ୍କିଂ, ମୋବାଇଲ୍‌ ବ୍ୟାଙ୍କିଂ କିମ୍ବା YONO ଆପ୍‌ ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି, ତା’ହେଲେ ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ
  • SBI ଅନୁସାରେ, ଡିଜିଟାଲ୍‌ ମାଧ୍ୟମରେ ନ୍ୟାସନାଲ୍‌ ଇଲେକ୍ଟ୍ରୋନିକ୍‌ ଫଣ୍ଡ ଟ୍ରାନ୍ସଫର୍‌(NEFT) ମାଧ୍ୟମରେ ଟଙ୍କା ନେଣଦେଣରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଯଦି ବ୍ୟାଙ୍କ ଶାଖାରେ ଆପଣ NEFT ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି, ତା’ହେଲେ ୨ରୁ ୨୦ ଟଙ୍କା ସହ ଜିଏସ୍‌ଟି ଦେବାକୁ ପଡ଼ିବ।
  • ଏଭଳି ଭାବେ ଡିଜିଟାଲ୍‌ ମାଧ୍ୟମରେ RTGS(Real Time Gross Settlement) ମାଧ୍ୟମରେ ଟଙ୍କା ନେଣଦେଣରେ କୌଣସି ଚାର୍ଜ ଲାଗିବ ନାହିଁ। ଯଦି ବ୍ୟାଙ୍କ୍‌ ଶାଖାରେ ଆପଣ RTGS ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି, ତା’ହେଲେ ଏଥିପାଇଁ ୨୦ରୁ ୪୦ ଟଙ୍କା ସହ ଜିଏସ୍‌ଟି ଲାଗିବ।
State Bank Of India SBI SBI Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ