Advertisment

ଗାଡି କାଗଜପତ୍ର ଦରକାର ନାହିଁ, ମୋବାଇଲ ଦେଖିଲେ ଛାଡି ଦେବ ପୋଲିସ୍

ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଚେକିଂ ବେଳେ ଆପଣ ଆଉ ଅସୁବିଧାରେ ପଡିବେନି। ଏବେ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବା ଆରସି ଧରି ଘରୁ ବାହାରିବାର ଆବଶ୍ୟକ ନାହିଁ। ଡିଜି-ଲକର ପ୍ଲାଟଫର୍ମ ବା ଏମ୍-ପରିବହନ ମୋବାଇଲ ଆପରେ ନିଜ ଡକ୍ୟୁମେଣ୍ଟକୁ ରଖି ଡିଜିଟାଲ ରୂପେ ତାହାକୁ ଆପଣ ଦେଖାଇ ପାରିବେ। ଆସନ୍ତୁ ଜାଣିବା ଏହି ନୂଆ ନିୟମ ସମ୍ପର୍କରେ।

DL AND RC

DL AND RC

Advertisment

ନୂଆଦିଲ୍ଲୀ: ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଚେକିଂ ବେଳେ ଆପଣ ଆଉ ଅସୁବିଧାରେ ପଡିବେନି। ଏବେ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବା ଆରସି ଧରି ଘରୁ ବାହାରିବାର ଆବଶ୍ୟକ ନାହିଁ। ଡିଜି-ଲକର ପ୍ଲାଟଫର୍ମ ବା ଏମ୍-ପରିବହନ ମୋବାଇଲ ଆପରେ ନିଜ ଡକ୍ୟୁମେଣ୍ଟକୁ ରଖି ଡିଜିଟାଲ ରୂପେ ତାହାକୁ ଆପଣ ଦେଖାଇ ପାରିବେ। ଆସନ୍ତୁ ଜାଣିବା ଏହି ନୂଆ ନିୟମ ସମ୍ପର୍କରେ।

Advertisment

DigiLocker କଣ?
ଡିଜି-ଲକର ଏମିତି ଏକ ଉପାୟ ଯେଉଁଥିରେ ଆପଣ ନିଜ ଡ୍ରାଇଭିଂ ଲାଇସେନ୍ସ ଓ ଭେଇକଲ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଭଳି ଡକ୍ୟୁମେଣ୍ଟ୍ସକୁ ସେଭ କରି ସୁରକ୍ଷିତ ରଖି ପାରିବେ। ଏଥିରେ ଆପଣ ଡକ୍ୟୁମେଣ୍ଟସକୁ ସ୍କାନ୍ କରି PDF, JPEG ବା PNG ଫର୍ମାଟରେ ଅପଲୋଡ୍ କରିପାରିବେ। ସବୁଠାରୁ ଖାସ୍ କଥା ହେଉଛି କି ଏହି ଡକ୍ୟୁମେଣ୍ଟ୍ସକୁ ଆପଣ ଇ-ସାଇନ୍ ମଧ୍ୟ କରିପାରିବେ। ଏହା ବିଲକୁଲ୍ ସେଲ୍ଫ-ଆଟାଚ୍ଡ ଫିଜିକାଲ୍ ଡକ୍ୟୁମେଣ୍ଟ ଭଳି କାମ କରିଥାଏ। ସବୁଠାରୁ ବଡ କଥା ଡିଜି-ଲକର ପାଇଁ ଆପଣଙ୍କୁ ନିଜ ସହିତ କୌଣସି ବି ଡକ୍ୟୁମେଣ୍ଟର ହାର୍ଡ କପି ନେବାର ଆବଶ୍ୟକ ନାହିଁ।

DigiLocker ପ୍ରକ୍ରିୟା

ଡିଜିଟାଲ ରୂପେ ଗାଡି ଡକ୍ୟୁମେଣ୍ଟ ରଖିବା ପାଇଁ ଆପଣଙ୍କୁ ପ୍ରଥମେ ସ୍ମାର୍ଟଫୋନରେ DigiLocker ଆପ ଡାଉନଲୋଡ୍ କରିବାକୁ ହେବ। ଏହା ପରେ ଆପଣଙ୍କୁ Get Startedର ବିକଳ୍ପ ନଜର ଆସିବ। ଏହା ଉପରେ ଟ୍ୟାପ୍ କରନ୍ତୁ। ପରେ Create Account ଉପରେ କ୍ଲିକ କରି ନାଁ, ଜନ୍ମତିଥି, ମୋବାଇଲ ନମ୍ବର, ସିକ୍ୟୁରିଟି ପିନ୍, ଇମେଲ୍ ଆଇଡି ଏବଂ ଆଧାର ନମ୍ବର ଦେବାକୁ ହେବ।

Advertisment

ଏସବୁ କରି ସାରିବା ପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ। ଏହି ଓଟିପିକୁ ସବମିଟ୍ କରି ଦେବା ପରେ ଆପଣଙ୍କୁ ୟୁଜର ନେମ୍ ପ୍ରସ୍ତୁତ କରିବା ପାଇଁ କୁହାଯିବ। ଏଠାରେ ଆପଣ ନିଜ ଅନୁସାରେ କୌଣସି ବି ୟୁଜର ନେମ୍ ପ୍ରସ୍ତୁତ କରିପାରିବେ। ପରେ ତଳେ ଦିଆଯାଇଥିବା OK ଉପରେ ଟ୍ୟାପ୍ କଲେ ଆପଣଙ୍କ ଆକାଉଣ୍ଟ ତିଆରି ହୋଇଯିବ। ଏବେ ଆପଣଙ୍କ ସାମ୍ନାରେ DigiLockerର ଇଣ୍ଟରଫେସ୍ ଓପନ ହୋଇଯିବ। ଯେଉଁ ଡକ୍ୟୁମେଣ୍ଟକୁ ଆପଣ ଏଠାରେ ସେଭ୍ କରିବାକୁ ଚାହୁଁଛନ୍ତି ସେଠାରେ ହିଁ କ୍ଲିକ୍ କରନ୍ତୁ। ଏହା ପରେ ଆପଣଙ୍କ ସାମ୍ନାରେ ଏକ ପପ୍-ଅପ୍ ଆସିବ ଯେଉଁଥିରେ ଆପଣଙ୍କୁ ଅନୁମତି ମଗାଯିବ। ଏଠାରେ OK କଲେ ଆପଣଙ୍କ ପାଖକୁ ଏକ ଓଟିପି ଆସିବ। ଏହାକୁ ରେଜିଷ୍ଟର କରି ଦେବା ପରେ Continue ଉପରେ ଟ୍ୟାପ୍ କରନ୍ତୁ। 

ଏବେ ଆପଣ ଆପଣଙ୍କ ଡକ୍ୟୁମେଣ୍ଟ Issued Documentsରେ ସେଭ୍ ହୋଇଯିବ। ଏହିଭଳି ଆପଣ ନିଜ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଆଦି ସେଭ୍ କରିପାରିବେ। ଯାହାକି ଗାଡି କାଗଜପତ୍ର ଯାଞ୍ଚ ବେଳେ ଆପଣଙ୍କୁ ବେଶ ସହାୟ ହେବ। ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସ୍ ଅନୁସାରେ ଡିଜି ଲକର୍ ପ୍ଲାଟଫର୍ମ ବା ଏମ୍-ପରିବହନ ମୋବାଇଲ୍ ଆପରେ ଡିଜିଟାଲ୍ ଫର୍ମାଟରେ ଡିଏଲ୍ ଓ ଆରସି ମୋଟର ବାହନ ଅଧିନିୟମ ୧୯୮୮ ଅନୁସାରେ ବୈଧ।

Advertisment
DigiLocker Vehicle Document
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ