Advertisment

ମଞ୍ଚରେ ମୋଦିଙ୍କ ହାତକୁ ନିରେଖି ଦେଖିଲେ ନୀତିଶ, ହେଲେ କାହିଁକି ? ଦେଖନ୍ତୁ ଭିଡିଓ...

ଏହି ସମୟରେ ନୀତୀଶ କୁମାର ହଠାତ୍ ପିଏମ ମୋଦୀଙ୍କ ହାତ ଧରୁଛନ୍ତି । ଆଉ ତାଙ୍କ ଆଙ୍ଗୁଠି ଦେଖୁଛନ୍ତି ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ରାଜଗିରରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ପ୍ରାଚୀନ ନାଲନ୍ଦା ବିଶ୍ୱବିଦ୍ୟାଳୟର ବିନାଶକୁ ମନେ ପକାଇ କହିଛନ୍ତି ଯେ ନିଆଁ ବହି ପୋଡିପାରେ, କିନ୍ତୁ ଜ୍ଞାନ ନୁହେଁ। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ନୀତୀଶ କୁମାରଙ୍କ ପାଖରେ ବସିଥିଲେ, ହଠାତ୍ ନୀତୀଶ ତାଙ୍କ ହାତ ଧରି ଗୋଟି ଗୋଟି କରି ଆଙ୍ଗୁଠି ଦେଖିବାକୁ ଲାଗିଲେ । ଏବେ ଏହି ସମୟର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

Advertisment

ଏମିତି କାହିଁକି କଲେ ନୀତୀଶ ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସର ଉଦଘାଟନୀ ଉତ୍ସବରେ ଏକାଠି ବସିଛନ୍ତି । ଏହି ସମୟରେ ନୀତୀଶ କୁମାର ହଠାତ୍ ପିଏମ ମୋଦୀଙ୍କ ହାତ ଧରୁଛନ୍ତି । ଆଉ ତାଙ୍କ ଆଙ୍ଗୁଠି ଦେଖୁଛନ୍ତି । ତା’ପରେ ନୀତୀଶ ନିଜେ ନିଜ ଆଙ୍ଗୁଠି ମଧ୍ୟ ଦେଖନ୍ତି । ସୂଚନାନୁସାରେ, ପିଏମ ମୋଦୀଙ୍କ ଆଙ୍ଗୁଠିରେ ନିର୍ବାଚନ କାଳି ଲାଗିଛି କି ନାହିଁ ନୀତୀଶ କୁମାର ଦେଖୁଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ନୀତୀଶ କ’ଣ କହିଲେ?

ଉଦ୍‌ଘାଟନୀ ଉତ୍ସବରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଞ୍ଚରୁ ଏପରି କଥା କହିଲେ, ଯାହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସିବା ଆରମ୍ଭ କରିଥିଲେ । ନୀତୀଶ କହିଛନ୍ତି, କିଛି ଦିନ ପୂର୍ବରୁ ଯେତେବେଳେ ଖବର ଆସିଲା ଆପଣ ଉଦ୍‌ଘାଟନ କରିବାକୁ ଆସୁଛନ୍ତି ସେତେବେଳେ ଆମେ ବହୁତ ଖୁସି ଅନୁଭବ କଲୁ । ଆପଣ ତୃତୀୟ ଥର ପାଇଁ ସରକାର ଗଢ଼ିଛନ୍ତି ଆଉ ତୃତୀୟ ଥର ବି ଆପଣ ହିଁ.. । ନୀତିଶ ଏତିକି କହୁ କହୁ ମୋଦି ହସିବାକୁ ଲାଗିଥିଲେ ।

Advertisment

ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନାଳନ୍ଦା ପୁଣି ତାର ପୁରୁଣା ପରିଚୟ ଫେରିପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାମ୍ପସ ପରିସରରେ ଗଛ ଲଗାଇଛନ୍ତି । ଏଥିସହ ମୋଦି ନାଳନ୍ଦା ବିଶ୍ୱ ବିଦ୍ୟାଳୟର ପ୍ରଶଂସା କରିଛନ୍ତି। ନାଳନ୍ଦା କେବଳ ଗୋଟିଏ ନାଁ ନୁହେଁ। ନାଳନ୍ଦା ହେଉଛି ଏକ ପରିଚୟ। ଏକ ସମ୍ମାନ। ନାଳନ୍ଦାର ଏକ ମୂଲ୍ୟ, ମନ୍ତ୍ର, ଗର୍ବ, କାହାଣୀ ରହିଛି। ନାଳନ୍ଦା ହେଉଛି ସତ୍ୟର ଘୋଷଣା। ନିଆଁରେ ବହି ଜଳି ପାରିବ କିନ୍ତୁ ଜ୍ଞାନକୁ ନଷ୍ଟ କରିପାରିବ ନାହିଁ ନିଆଁ।

Advertisment

ସେ ଆହୁରି କହିଛନ୍ତି, ଆମେ ସମସ୍ତେ ଜାଣୁ ଯେ ନାଳନ୍ଦା ଏକଦା ଭାରତର ପରମ୍ପରା ଏବଂ ପରିଚୟର ଜୀବନ୍ତ କେନ୍ଦ୍ର ଥିଲା। ଶିକ୍ଷାକୁ ନେଇ ଭାରତର ଏହା ହିଁ ଚିନ୍ତାଧାରା ଥିଲା। ଶିକ୍ଷା ଆମକୁ ଗଢ଼େ, ଆମକୁ ବିଚାର ଶକ୍ତି ପ୍ରଦାନ କରେ। ନାଳନ୍ଦାର ଏହି ନୂତନ କ୍ୟାମ୍ପସରେ ଆମକୁ ପୁଣି ଥରେ ସେହି ପ୍ରାଚୀନ ପ୍ରଣାଳୀକୁ ଅଧୁନିକ ରୂପରେ ମଜଭୁତ କରିବାକୁ ହେବ। ମୁଁ ଖୁସି ଯେ ଆଜି ବିଶ୍ୱର ଅନେକ ଦେଶରୁ ଅନେକ ଛାତ୍ର ଏଠାକୁ ଆସୁଛନ୍ତି। ଆମର ଗୌରବମୟ ଅଂଶ ସହିତ ନାଳନ୍ଦାର ଏକ ଦୃଢ଼ ସଂଯୋଗ ରହିଛି।

Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ