Advertisment

ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ପୂର୍ବରୁ ୟୁକେ, ୟୁରୋପ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା। ଏବେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଚୀନ୍, ମରିଶଶ, ନ୍ୟୁଜିଲାଣ୍ଡ ଏବଂ ଜିମ୍ବାେଓ୍ବରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ଲାଗୁ ପାଇଁ ସମସ୍ତ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

Rtpcr Test

Rtpcr Test

Advertisment

ନୂଆଦିଲ୍ଲୀ: ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷ କରି ଯେଉଁମାନେ ଚୀନ୍, ବ୍ରିଟେନ୍, ୟୁରୋପ, ଦକ୍ଷିଣ ଆଫ୍ରିକା ସମେତ ୧୦ଟି ରାଷ୍ଟ୍ରରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ଚିହ୍ନଟ ହୋଇଥିବା ମାରାତ୍ମକ ନୂଆ କୋଭିଡ ଭାରିଆଣ୍ଟ C-1-2କୁ ଦୃଷ୍ଟିରେ ରଖି ଏହି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏଥିରେ ୭୨ ଘଣ୍ଟା ପୂର୍ବର ଆରଟିପିସିଆ ରିପୋର୍ଟକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି। 

Advertisment

ତେବେ ରିପୋର୍ଟ ନେଗେଟିଭ୍ ଥିଲେ ବି ବିମାନରୁ ଅବତରଣ ପରେ କରୋନା ପରୀକ୍ଷଣ କରାଯିବ। ପୂର୍ବରୁ ୟୁକେ, ୟୁରୋପ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା। ଏବେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଚୀନ୍, ମରିଶଶ, ନ୍ୟୁଜିଲାଣ୍ଡ ଏବଂ ଜିମ୍ବାେଓ୍ବରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ଲାଗୁ ପାଇଁ ସମସ୍ତ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ତେବେ ଲକ୍ଷଣୀହୀନ ଯାତ୍ରୀଙ୍କୁ ଅନୁମତି ଥିଲେ ବି ପହଞ୍ଚିବା ପରେ ତାଙ୍କର ପୁଣି ଥରେ RTPCR ଟେଷ୍ଟ କରାଯିବ ବୋଲି ମନ୍ତ୍ରାଳୟ କହିଛି। 

ତେବେ ଦ୍ୱିତୀୟ ଲହର କମିବାକୁ ବସିଥିବା ବେଳେ କେରଳ ଚିନ୍ତାର କାରଣ ହୋଇଛି। ଭାଇରସ୍‌ର ବାରମ୍ବାର ରୂପ ବଦଳାଇବାରେ ଲାଗିଛି । ଆଉ ବେଳକୁ ବେଳ ଏହି ଭାଇରସ୍‌ ଅଧିକ ଶକ୍ତିଶାଳି ମଧ୍ୟ ହେଉଛି । ତେବେ ଏହି କ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବେ ଏକ ନୂଆ କୋଭିଡ୍ ଭ୍ୟାରିଆଣ୍ଟକୁ ଟ୍ରାକିଂ କରିବା ଆରମ୍ଭ କରିଛି । କଲୋମ୍ବିଆରେ ଏମ୍‌ୟୁ ଭ୍ୟାରିଆଣ୍ଟର ମାମଲା ଦେଖିବାକୁ ମିଳିଛି । B.1.621 ହେଉଛି ଏହି ଭ୍ୟାରିଆଣ୍ଟର ଅନ୍ୟ ନାମ। ଚଳିତ ମାସ ଜାନୁଆରୀରେ ଏହାର ଏହି ଭ୍ୟାରିଆଣ୍ଟ ସାମ୍ନାକୁ ଆସିଥିଲା । ଏହି ଭ୍ୟାରିଆଣ୍ଟ ସହ ଜଡିତ ଚାରି ହଜାରରୁ ଅଧିକ ମାମଲା, ୪୦ରୁ ଅଧିକ ଦେଶରେ ଦେଖାଯାଇଛି ।

Advertisment

ଏମ୍‌ୟୁ ଭ୍ୟାରିଆଣ୍ଟକୁ ନେଇ ଚିନ୍ତାର ବିଷୟ ହେଉଛି, WHO ଅନୁଯାୟୀ ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ିନପାରେ । ଖାଲି ସେତିକି ନୁହେଁ ଏହା ଅଧିକରୁ ଅଧିକ ସଂକ୍ରାମଣ ମଧ୍ୟ ହୋଇପାରେ । WHO କହିଛି ଯେ, ଏହି ଭ୍ୟାରିଆଣ୍ଟକୁ ଗମ୍ଭୀରତାର ସହ ବୁଝିବାକୁ ପଡ଼ିବ ଏଥିପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ । WHO ଏହାକୁ 'ଭ୍ୟାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ' ବୋଲି କହିଛି ।

RTPCR COVID-19 India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ