କୋର୍ଟଙ୍କ ବଡ଼ ରାୟ; ବାପା ମାଆଙ୍କଠାରୁ ଅଲଗା ରହିବାକୁ କହିଲେ, ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରିବେ ସ୍ୱାମୀ !

ପଶ୍ଚିମବଙ୍ଗ ମିଦିନାପୁରର ପ୍ରଶାନ୍ତ କୁମାର ମଣ୍ଡଳଙ୍କ ଛାଡ଼ପତ୍ର ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ ।

Husband - Wife Divorce Case

କୋର୍ଟଙ୍କ ବଡ଼ ରାୟ । ପାରିବାରିକ ସମସ୍ୟାକୁ ନେଇ କୋଲକତା କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି ପତ୍ନୀ ନିଜ ସ୍ୱାମୀଙ୍କୁ ତାଙ୍କ ବାପା ମାଆଙ୍କଠାରୁ ଅଲଗା କରିବାକୁ ଚେଷ୍ଟା କରୁଥିବ ତେବେ ଉକ୍ତ ସ୍ୱାମୀ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ । ଛାଡ଼ପତ୍ର ପାଇଁ ଏହା ଏକ ବଡ଼ କାରଣ ନିଶ୍ଚିତ । କୋର୍ଟ କହିଛନ୍ତି ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଜଣେ ପୁଅକୁ ତାର ମାଆ ବାପାଙ୍କଠାରୁ ଅଲଗା କରିବା ଉଚିତ୍‌ ନୁହେଁ । ପୁଅ ବାପା ମାଆଙ୍କ ସହ ମିଶିକି ରହିବା ଭାରତୀୟ ପରମ୍ପରାରେ ଏକ ସାଧାରଣ କଥା । 

ଅଧିକ ପଢ଼ନ୍ତୁ: ଘର କାମ ପାଇଁ ସ୍ତ୍ରୀଙ୍କୁ ଦରମା : ୧.୭୫ କୋଟି ଦେବା ପାଇଁ ସ୍ୱାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଜଷ୍ଟିସ୍‌ ସୌମେନ୍ ସେନ୍‌ ଏବଂ ଜଷ୍ଟିସ୍‌ ଉଦୟ କୁମାରଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାର୍ଚ୍ଚ ୩୧ ତାରିଖରେ ଏକ ପାରିବାରିକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଯଦି ପତ୍ନୀ ନିଜ ସ୍ୱାମୀକୁ ବାପା ମାଆଙ୍କଠାରୁ ଅଲଗା ରହିବାକୁ ବାଧ୍ୟ କରିବ ତେବେ ସ୍ୱାମୀ ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରିବ । ଏହି ମାମଲା ୨୦୦୯ ମସିହାର । ଏହି ନ୍ୟାୟରେ ପଶ୍ଚିମବଙ୍ଗ ମିଦିନାପୁରର ପ୍ରଶାନ୍ତ କୁମାର ମଣ୍ଡଳଙ୍କ ଛାଡ଼ପତ୍ର ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ ।

ଝରଣା ଏବଂ ପ୍ରଶାନ୍ତ ୨୦୦୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଝରଣା ନିଜ ସ୍ୱାମୀଙ୍କୁ ଲୋକଙ୍କ ସାମ୍ନାରେ ବେରୋଜଗାରିଆ ତଥା ଭୟାଳୁ ଆଦି କହି ଅପମାନିତ କରିଥିଲେ । ଏପରିକି ବାପା ମାଆଙ୍କ ଠାରୁ ଅଲଗା ରହିବାକୁ ମଧ୍ୟ ବାଧ୍ୟ କରିଥିଲେ। ସେତେବେଳେ ପ୍ରଶାନ୍ତ ସ୍କୁଲରେ ପାର୍ଟ ଟାଇମ୍‌ ଶିକ୍ଷକ ଭାବେ କାମ କରୁଥିଲେ । ଆଉ ଘରୋଇ ଭାବେ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ । ତାଙ୍କର ଯାହା ରୋଜଗାର ଥିଲା ଘର ଚଳାବା ପାଇଁ କଷ୍ଟକର ଥିଲା । ତେଣୁ ସେ ବେଳେବେଳେ ପତ୍ନୀ ଝରଣାଙ୍କୁ ସାହାଯ୍ୟ ମାଗିଥାନ୍ତି । ଯିଏ ମାସିକ ୧୪୦୦ ଟଙ୍କା ରୋଜଗାର କରୁଥିଲେ । ସେତେବେଳେ ପ୍ରଶାନ୍ତ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ମଧ୍ୟ ହେଉଥିଲେ । କିନ୍ତୁ ଏହି ସମୟରେ ଝରଣା ସ୍ୱାମୀଙ୍କ ବିରୋଧରେ ଏକ କ୍ରିମିନାଲ କେସ୍‌ ଫାଇଲ କଲେ । ଝରଣାଙ୍କ ଅଭିଯୋଗ ଥିଲା ଯେ, ପ୍ରଶାନ୍ତ ତାଙ୍କୁ ନିର୍ଯାତନା ଦେଉଛନ୍ତି । ତେଣୁ ପ୍ରଶାନ୍ତଙ୍କୁ ଆଉ ସରକାରୀ ଚାକିରି ମିଳିନଥିଲା ।