ସନ୍ଦେହଘେରରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ? ରହସ୍ୟ ବଢ଼ାଉଛି ସୁଇସାଇଡ୍ ନୋଟ୍

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହନ୍ତ ଶିଷ୍ୟମାନଙ୍କ ସହ ଅପରାହ୍ନ ୧ଟାରେ ଭୋଜନ କରିଥିଲେ । ତା’ପରେ ପ୍ରତିଦିନ ଭଳି ବିଶ୍ରାମ କରିବା ପାଇଁ ନିଜ କୋଠରୀକୁ ପ୍ରବେଶ କରିଥିଲେ । ତବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହନ୍ତ ବାହାରକୁ ନଆସିବାରୁ ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ଶିଷ୍ୟମାନେ । ଶେଷରେ କବାଟ ଭାଙ୍ଗି ମହନ୍ତଙ୍କ କୋଠରୀରେ ପ୍ରବେଶ କରିଥିଲେ ।

Mahant Narendra Giri

News Summary

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ?

ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଉଦ୍ଧାର

ହତ୍ୟା ନା ଆତ୍ମହତ୍ୟା କରିଛନ୍ତି ନରେନ୍ଦ୍ର ଗିରି ? ଅଖିଲ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ପ୍ରଶ୍ନ ଘେରରେ । ଘଟଣାସ୍ଥଳକୁ ଏକ ନରେନ୍ଦ୍ର ଗିରି ଜବତ୍ ହୋଇଥିବା ପୋଲିସ୍ ସୂଚନା ଦେଇଛି । ପାଖାପାଖି ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ପୋଲିସ୍ ହାତରେ ଲାଗିଛି । ତେବେ ଏଥିରେ କିଛି ଶିଷ୍ୟଙ୍କ ନାମ ଲେଖାଥିବା ମଧ୍ୟ ସୂଚନା ମିଳିଛି । ମିଥ୍ୟା ଅଭିଯୋଗ କରି କିଛି ଲୋକ ତାଙ୍କୁ ଅପମାନିତ କରିଥିବା କଥା ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ତେବେ ସବୁଠାରୁ ବଡ଼ କଥା ହେଲା ମହନ୍ତଙ୍କୁ କେଉଁ କଥା ଏତେ ଏତେ କଷ୍ଟ ଦେଉଥିଲା, ଯଦ୍ୱାରା ସେ ଏପରି ବଡ଼ ଚରମ ନିଷ୍ପତ୍ତି ନେଲେ । ପୋଲିସ ଏବେ ସୁଇସାଇଡ୍ ନୋଟ୍‌ର ଫୋରେନସିକ୍ ଯାଞ୍ଚ କରୁଛି । ପୂରା ଘଟଣା ସନ୍ଦେହଜନକ ଥିବାବେଳେ ପଚରାଉଚରା ଆରମ୍ଭ କରିଛି ପୋଲିସ୍ ।

ପୋଲିସ ପହଞ୍ଚିବା ପୂର୍ବରୁ ମୃତଦେହକୁ କାହିଁକି ବାହାର କରାଯାଇଥିଲା ?

ସୁଇସାଇଡ୍ ନୋଟରେ କ’ଣ ଲେଖାଯାଇଛି?

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟରେ ଯୋଗଗୁରୁ ସ୍ୱାମୀ ଆନନ୍ଦଗିରି,ଲେଟେ ହନୁମାନ ମନ୍ଦିରର ମୁଖ୍ୟ ପୂଜାରୀ ଆଧ୍ୟା ତିୱାରୀ ଏବଂ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାମ ଉଲ୍ଲେଖ ରହିଛି । ଆଉ ଏମାନେ ତାଙ୍କ ମୃତ୍ୟୁର କାରଣ ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ନୋଟରେ ଲେଖାଯାଇଥିବା ଅଧିକାଂଶ କଥା ମଠ, ମନ୍ଦିର ଏବଂ ସିଂହାସନର ଉତ୍ତରାଧିକାରୀ ସହିତ ଜଡିତ । ନିଜର ଉତ୍ତରାଧିକାରୀ ଭାବରେ ମହନ୍ତ ବଲ‍ବୀର ନାମକ ଜଣେ ଶିଷ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି । ଚିଠିରେ ଲେଖାହୋଇଛି 'ମୁଁ ସମ୍ମାନ ବିନା ବଞ୍ଚି ପାରିବି ନାହିଁ । ମୁଁ ଅବସାଦରେ ଅଛି ମୁଁ କ’ଣ କରିବି, ମୁଁ କିପରି ବଞ୍ଚିବି ? ଆନନ୍ଦ ଗିରିଙ୍କ ହେତୁ ମୋର ବଦନାମୀ ହୋଇଛି । କେତେ ଜଣଙ୍କୁ ସଫେଇ ଦେବି ? ଏପରି ଜୀବନ ଜିଇଁବା ଭାରି କଷ୍ଟକର । ଏପରି ଜିଇଁବା ଅପେକ୍ଷା ମରିଯିବା ଭଲ ।

ତେବେ ସୁଇସାଇଡ୍ ନୋଟ୍ ଉପରେ ଭିନ୍ନ ମତ ରଖିଛନ୍ତି ନରେନ୍ଦ୍ର ଗିରିଙ୍କ ଶିଷ୍ୟମାନେ । ସେମାନେ କହିଛନ୍ତି ମହାରାଜ (ମହନ୍ତ) ନିଜେ ଦୁଇଟି ଧାଡ଼ି ମଧ୍ୟ ଲେଖିପାରନ୍ତି ନାହିଁ । ଯେତେବେଳେ ବି ତାଙ୍କୁ କିଛି ଲେଖିବାକୁ ପଡ଼େ, ଶିଷ୍ୟଙ୍କୁ ଡାକି ଲେଖାନ୍ତି । ଏଭଳି ସ୍ଥିତିରେ ସେ ସାତ-ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ କେବେ ଓ କିପରି ଲେଖିଛନ୍ତି ? ତାହା କେହି ବୁଝିପାରୁ ନାହାଁନ୍ତି । ତେବେ କିଛି ଶିଷ୍ୟ କହିଛନ୍ତି, ସୁଇସାଇଡ୍ ନୋଟର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ ।