କୋର୍ଟଙ୍କ ବଡ଼ ନିଷ୍ପତ୍ତି, କୌଣସି ବି ମନ୍ଦିରକୁ ମୋବାଇଲ ନେଇପାରିବେନି ଭକ୍ତ

ମନ୍ଦିରର ପବିତ୍ରତା ବଜାୟ ରଖିବାକୁ ଏହି ପଦକ୍ଷେପ ।

Mobile Ban In Temple

ତାମିଲନାଡୁର ସବୁ ମନ୍ଦିରରେ ମୋବାଇଲ ବ୍ୟାନ । ଏହି କଡ଼ା କଟକଣା ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ । ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ମୋବାଇଲ ବ୍ୟାନ କରାଯାଇଥିବା ମାଡ୍ରାସ୍ ହାଇକୋର୍ଟ କହିଛନ୍ତି । ଯେପରି ଏହା କଡ଼ାକଡ଼ି ପାଳନ କରାଯାଏ, ସେଥିପାଇଁ ସୁରକ୍ଷାକର୍ମୀ ନିଯୁକ୍ତ କରିବାକୁ କହିଛନ୍ତି କୋର୍ଟ । ଲୋକଙ୍କ ସୁବିଧା ପାଇଁ ମନ୍ଦିର ପାଖରେ ମୋବାଇଲ ରଖିବାର ସ୍ଥାନ କରାଯିବା ଉଚିତ ବୋଲି କହିଛନ୍ତି କୋର୍ଟ ।

ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ମୋବାଇଲ ବ୍ୟାନ କରିବାକୁ ହାଇକୋର୍ଟରେ ଆବେଦନ ହୋଇଇଥିଲା । ମନ୍ଦିର ଭିତରକୁ ମୋବାଇଲ ନେବା ଦ୍ୱାରା ଭକ୍ତଙ୍କ ଏକାଗ୍ରତା ରହେ ନାହିଁ, ସେମାନେ ଭକ୍ତି ବଦଳରେ ଫଟୋ ଉଠାଇବାରେ ବ୍ୟସ୍ତ ରୁହନ୍ତି, ଦେବାଦେବୀଙ୍କ ଫଟୋ ଉଠାଇବା ମଧ୍ୟ ଆଇନର ଉଲ୍ଲଂଘନ ଅଟେ । ସର୍ବୋପରି ଏହା ଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ଆବେଦନକାରୀ କହିଥିଲେ । ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍ କୋଡ୍ କରିବାକୁ ମଧ୍ୟ ଆବେଦନକାରୀ ପିଟିସନ କରିଥିଲେ । ଏହି ଆବେଦନର ଶୁଣାଣୀ କରି ମାଦ୍ରାସ ହାଇକୋର୍ଟ ମନ୍ଦିରକୁ ମୋବାଇଲ ବ୍ୟାନ୍‌ କରିବାର ନିର୍ଦ୍ଦେଶ ଦେଇଛନ୍ତି ।