Advertisment

ଦେଶରେ ଦୁର୍ନୀତି, ଜାତିବାଦ ଓ ସାମ୍ପ୍ରଦାୟିକତାର ସ୍ଥାନ ରହିବ ନାହିଁ : ପ୍ରଧାନମନ୍ତ୍ରୀ

ଆମ ଦେଶ ଭାରତ ବିରାଟ ପରିବର୍ତ୍ତନ ଆଡ଼କୁ ଗତି କରୁଛି । ଆଗାମୀ ସମୟରେ ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର ଚିହ୍ନବର୍ଣ୍ଣ ରହିବ ନାହିଁ ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଭାରତର ଅର୍ଥନୀତି ଦ୍ରୁତ ଗତିରେ ‍ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ । ଆଉ ସେତେବେଳେ ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ନଥିବ । ବିଶ୍ୱର ଜିଡିପି କୈନ୍ଦ୍ରିକ ଦୃଷ୍ଟିକୋଣ ବର୍ତ୍ତମାନ ମାନବକୈନ୍ଦ୍ରିକ ଦୃଷ୍ଟିକୋଣ ପରିବର୍ତ୍ତନ ହେଉଛି । ଭାରତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସରକାରଙ୍କ 'ସବକା ସାଥ୍ ସବକା ବିକାଶ’ ନୀତି ବିଶ୍ୱ କଲ୍ୟାଣ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ହୋଇପାରେ ।

Advertisment

ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ପାଞ୍ଚଟି ସ୍ଥାନ ଉପରକୁ ଯିବାର ସଫଳତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିବ । ବିକାଶର ମୂଳଦୁଆ ପକାଇବାକୁ ଆଜି ଭାରତୀୟ ମାନଙ୍କର ପାଖରେ ଏକ ବଡ଼ ସୁଯୋଗ ରହିଛି, ଯାହା ଆଗାମୀ ୧୦୦୦ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ । ଦୀର୍ଘ ଦିନ ଧରି ଭାରତକୁ ଗରିବ ପେଟ ରାଷ୍ଟ୍ରରେ ପରିଗଣିତ କରାଯାଉଥିଲା । ହେଲେ ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇଛି । ଭାରତକୁ ଏବେ ଉଚ୍ଚାଭିଳାଷୀ ମନ ଏବଂ କୁଶଳୀ ଲୋକଙ୍କ ଦେଶ କୁହାଯାଉଛି ।

କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି -୨୦ ବୈଠକ କରିବାକୁ ପାକିସ୍ତାନ ଏବଂ ଚୀନ୍‌ର ଆପତ୍ତିକୁ ପ୍ରତ୍ୟାଖ୍ୟାନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ପ୍ରତ୍ୟେକ ଅଞ୍ଚଳରେ ବୈଠକ କରିବା ସ୍ୱାଭାବିକ । ଜି -୨୦ରେ ଆମର ପ୍ରସ୍ତାବ ଓ ଦୃଷ୍ଟିକୋଣକୁ କେବଳ ଏକ ବିଚାର ନୁହେଁ, ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ଭାବରେ ଦେଖୁଛି ବିଶ୍ୱ ।

Advertisment

ସେହିପରି ବୃଦ୍ଧି ପାଉଥିବା ସାଇବର ଅପରାଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,"ସାଇବର ଅପରାଧ ବିରୋଧରେ ଲଢ଼େଇ କରିବା ପାଇଁ କେବଳ ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ ନୁହେଁ ବରଂ ଏହା ଜରୁରୀ ଅଟେ । ସାଇବର ସେକ୍ଟରରେ ବେଆଇନ ଆର୍ଥିକ କାରବାର ଏବଂ ଆତଙ୍କବାଦ ବିରୋଧରେ ଦେଶରେ ଏବେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସାଇବର ଧମକକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରାଯାଉଛି ।

ଆତଙ୍କବାଦୀମାନେ ସେମାନଙ୍କର ଘୃଣ୍ୟ ଯୋଜନା ପୂରଣ କରିବା ପାଇଁ 'ଡାର୍କନେଟ୍', 'ମେଟାଭର୍ସ' ଏବଂ 'କ୍ରିପ୍ଟୋକରେନ୍ସି ପ୍ଲାଟଫର୍ମ' ବ୍ୟବହାର କରୁଛନ୍ତି । ଏହା ଜାତିର ସାମାଜିକ ସ୍ଥିତି ଉପରେ ପ୍ରଭାବ ପକାଇପାରେ । ସେହିପରି ମିଛ ଖବର ସମାଜରେ ବିଶୃଙ୍ଖଳା ସୃଷ୍ଟି କରିପାରେ ଏବଂ ନ୍ୟୁଜ୍ ମିଡିଆର ବିଶ୍ୱସନୀୟତାକୁ ନଷ୍ଟ କରିପାରେ । ଏହାକୁ ସମାଜରେ ଅଶାନ୍ତି ସୃଷ୍ଟି ପାଇଁ ଆୟୁଧ କରାଯାଉଛି । ଆଉ ଏବିଷୟରେ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି ।

Advertisment

ସେପଟେ ଜି -୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ ଦିଲ୍ଲୀ । ଅତିଥିମାନଙ୍କୁ ସ୍ୱାଗତ ପାଇଁ ନୂଆଦିଲ୍ଲୀରେ ବଡ଼ ବଡ଼ ହୋର୍ଡିଂ ଲଗାଯାଇଛି । ଯେଉଁଥିରେ ଲେଖାଯାଇଛି "ବସୁଦେବ କୁଟୁମ୍ବକମ୍”। ଏହା ସହ ସହରକୁ ଆଲୋକମାଳାରେ ସଜା ଯାଇଥିବା ବେଳେ ରାସ୍ତା କଡରେ ସୋ’ ଗଛ ସାଙ୍ଗକୁ ଫୁଲ ଗଛ ଲଗାଯାଉଛି । ସେହିପରି ରାସ୍ତାକଡ ପ୍ରାଚୀରରେ ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଉଛି । ଦିଲ୍ଲୀ ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଚଳିତ ମାସରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ର ନାୟକ ଓ ପ୍ରତିନିଧି ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସୁଛନ୍ତି ।

PM Modi Corruption Communalism Casteism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ