Advertisment

ମହିଳାଙ୍କ ନିଆରା କଳା; ମା କ୍ଷୀରରୁ ତିଆରି କରୁଛନ୍ତି ଅଳଙ୍କାର

କେବେ ଦେଖି ନଥିବେ କି ଭାବି ବି ନଥିବେ ଏମିତି କଳା ବିଷୟରେ। ଭାରତର ଏହି ଜାଗାରେ ଅଛନ୍ତି ଏମିତି ଜଣେ ମହିଳା ଯିଏ ଏଭଳି ନିଆରା କଳାରେ ସିଦ୍ଧହସ୍ତ। ସେ ମା’ କ୍ଷୀରରୁ ତିଆରି କରିପାରୁଛନ୍ତି ବିଭିନ୍ନ ପ୍ରକାର ଅଳଙ୍କାର। ଜାଣନ୍ତୁ ସେ କିପରି କରୁଛନ୍ତି ଏହି ଅଳଙ୍କାର।

Woman makes jewellery from mothers milk

Woman makes jewellery from mothers milk

Advertisment

ପ୍ରତ୍ୟେକ ବାପା-ମା’ ନିଜ ପିଲାମାନଙ୍କର ପିଲାଦିନର ଜିନିଷ ସାଇତି ରଖନ୍ତି। ଏଗୁଡ଼ିକ ଖୁବ ସ୍ୱତନ୍ତ୍ର ହୋଇଥାଏ।| ପୂର୍ବରୁ, ବାପା-ମା’ମାନେ ସେମାନଙ୍କର ପିଲାମାନଙ୍କ ପିଲାଦିନର ପୋଷାକ ଏବଂ ଖେଳନାକୁ ଅତି ଯତ୍ନର ସହିତ ରଖୁଥିଲେ। ଏହା ପରେ ଡିଜିଟାଲ୍ ଫଟୋ ଏବଂ ଭିଡିଓ ସାହାଯ୍ୟରେ ପିଲାମାନଙ୍କର ଫଟୋ ଫ୍ରେମ୍ ତିଆରି କରି ରଖିଲେ। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି। ବାପା-ମା’ ଆଉ ଗୋଟିଏ ପାଦ ଆଗକୁ ଗଲେଣି।

Advertisment

ଏବେ ସୁରଟ୍‌ରେ ରହୁଥିବା ଅଦିତିଙ୍କ ଉଦାହରଣ ନିଆଯାଇପାରେ। ସେ ବୃତ୍ତିରେ ଜଣେ ଦନ୍ତ ଚିକିତ୍ସକ। ଏହା ସହିତ ସେ ଜଣେ କଳା କଳା ପ୍ରେମୀ ମଧ୍ୟ। ସେ ମା’ର କ୍ଷୀରରୁ ଅଳଙ୍କାର ତିଆରି କରି ଏହାକୁ ଏକ ନିଆରା ସ୍ମୃତିରେ ପରିଣତ କରୁଛନ୍ତି।

ଅଦିତି ପିଲାମାଙ୍କ କେଶ ଓ ଜନ୍ମ ବେଳର ନାହି ନାଡ ବ୍ୟବହାର କରି ସୁନା, ରୂପାର ବ୍ରେସଲେଟ୍ ଏବଂ ପଦକ ଏବଂ ଅନ୍ୟାନ୍ୟ ଅଳଙ୍କାର ଡିଜାଇନ୍ କରନ୍ତି। ସେଗୁଡିକ ତିଆରି କରିବା ପାଇଁ, ସେ ମା’ର କ୍ଷୀର ସଂରକ୍ଷଣ କରି ରଖନ୍ତି ଏବଂ ଏହାକୁ ପଥରରେ ପରିଣତ କରନ୍ତି। ଏମିତି କରି ସେଥିରୁ ଅଳଙ୍କାର ଡିଜାଇନ୍ କରନ୍ତି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ପ୍ରାୟ ୧୫ ଦିନ ଲାଗେ।

Advertisment

ଅଦିତିଙ୍କ କହିବା କଥା, ଏହି କ୍ଷୀରରୁ ନିର୍ମିତ ଅଳଙ୍କାର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବହୁତ ଚାହିଦା ରହିଛି ଏବଂ ସେ ବିଦେଶରୁ ମଧ୍ୟ ଅର୍ଡର ପାଉଛନ୍ତି। ମା’ କ୍ଷୀର ତାଙ୍କୁ ବିଦେଶରୁ କୋରିୟର୍ ମାଧ୍ୟମରେ ପଠାଯାଇଥାଏ ଏବଂ ସେ ଏଥିରୁ ସୁନ୍ଦର ଅଳଙ୍କାର ଡିଜାଇନ୍ କରନ୍ତି।

ଅଦିତି ମା’ କ୍ଷୀରରେ ଏକ ଶିବଲିଙ୍ଗ ପଦକ ଡିଜାଇନ୍ କରିଛନ୍ତି ଏବଂ ଏଥିପାଇଁ ସେ ଶିଶୁର କେଶକୁ କ୍ଷୀର ସହିତ ବ୍ୟବହାର କରିଛନ୍ତି। ଯେହେତୁ ଅର୍ଡର ଦେଇଥିବା ଝିଅଟିର କୌଣସି ନାମ ନଥିଲା, ତାଙ୍କ ପାଇଁ ଶିବଲିଙ୍ଗ ଆକୃତିର ଏକ ପଦକ ଡିଜାଇନ୍ କରାଯାଇଥିଲା।

Advertisment

ସେହିପରି ସେ କାନାଡାର ଏକ ଦମ୍ପତିଙ୍କ ପାଇଁ ଏକ ଅଳଙ୍କାର ଡିଜାଇନ୍ କରିଥିଲେ। ଏଥିରେ ଶିଶୁର କେଶ ବ୍ୟବହାର କରି ପିଲାର ନାଁ ଏସ୍ ଆକାର ଦିଆଯାଇଥିଲା। ତାଙ୍କା ପାଇଁ ୭ ଏକ ଭାଗ୍ୟଶାଳୀ ସଂଖ୍ୟା ହୋଇ ଥିବାରୁ ସେ ଏହି ଜୁଏଲାରୀ ତିଆରି କରିବା ପାଇଁ ସାତଟି ମୂଳ ହୀରା ବ୍ୟବହାର କରିଥିଲେ।

ତେବେ ମା’ ଯେତେବେଳେ ପିଲା ବେକରେ ଏହି ଆଭୂଷଣକୁ ଦେଖନ୍ତି ସେତେବେଳେ ତାଙ୍କ ହୃଦୟରେ ମାତୃତ୍ୱର ସ୍ମୃତି ତାଜା ହୋଇଯାଏ ଆଉ ସେ ଏହାକୁ ଅନୁଭବ କରି ଖୁସି ହୋଇଯାଆନ୍ତି।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ