Advertisment

ନଦୀପଠା ପାଲଟିଛି ଜୀବନ ଜୀବିକାର ରାହା : ପରିବାର ଚାଷ କରି ପେଟ ପୋଷୁଛନ୍ତି ଲରିୟା ସମ୍ପ୍ରଦାୟର ଲୋକେ

ନଦୀ ଭିତରେ ବିସ୍ତୀର୍ଣ୍ଣ ମୃତ୍ତିକା, ବାଲୁକା ରାଶି ଉପରେ ପୁଣି ସବୁଜ କ୍ଷେତ । ନଦୀ ଭିତରେ ଏପରି ସବୁଜ କ୍ଷେତକୁ ଦେଖି ଆଖିକୁ ବିଶ୍ୱାସ ହୁଏ ନାହିଁ ମାତ୍ର ଏହା ସତ ।

farming

farming

Advertisment

ନଦୀ ପଠା ପାଲଟିଛି ପ୍ରବାସୀ ଚାଷୀଙ୍କ ଜୀବନ ଜିବିକାର ରାହା । ବରଗଡ଼ ସହର ଦେଇ ଯାଇଥିବା ଜୀରା ନଦୀର ବିସ୍ତୃତ ବାଲିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇଛି । ପଡୋଶୀ ରାଜ୍ୟ ଛତିଶଗଡ଼ର ଲରିୟା ସମ୍ପ୍ରଦାୟର ଲୋକେ ଏଠାରେ ପରିବା ଚାଷ କରି ନିଜ ପରିବାର ପୋଷଣ ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Advertisment

ନଦୀ ଭିତରେ ବିସ୍ତୀର୍ଣ୍ଣ ମୃତ୍ତିକା, ବାଲୁକା ରାଶି ଉପରେ ପୁଣି ସବୁଜ କ୍ଷେତ । ନଦୀ ଭିତରେ ଏପରି ସବୁଜ କ୍ଷେତକୁ ଦେଖି ଆଖିକୁ ବିଶ୍ୱାସ ହୁଏ ନାହିଁ ମାତ୍ର ଏହା ସତ । ନଦୀ ମଝିରେ ପାଣିର ଧାର ଆଉ ପାଣି ଧାରର ଉଭୟ ପାଖରେ ଲୋଟି ପଡିଛି କଲରା, ଲାଉ, କାକୁଡ଼ି ଝୁଡଙ୍ଗ ପରି ପନିପରିବା । ବରଗଡ଼ ସହର ଦେଇ ବହି ଯାଇଥିବା ଜୀରା ନଦୀ ଭିତରେ । ପଡୋଶୀ ଛତିଶଗଡ଼ ରାଜ୍ୟର ଲରିୟା ସମ୍ପ୍ରଦାୟର ଲୋକେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ନିଜ ଗାଁରୁ ଏଠାକୁ ଚାଲି ଆସି ନଦୀ ତଟରେ କୁଡ଼ିଆ କରି ରହିବା ସହ ନଦୀବାଲିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି ଏବଂ ଏହାକୁ ବରଗଡ଼ ସହରରେ ବିକ୍ରୟ କରି ନିଜର ପରିବାର ପୋଷଣ କରୁଛନ୍ତି ।

ଛତିଶଗଡ଼ ରାଜ୍ୟର ଏହି ଲରିୟା ସମ୍ପ୍ରଦାୟର ଲୋକେ ନିଜ ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ କାର୍ତ୍ତିକ ମାସ ଆରମ୍ଭରୁ ଏଠାକୁ ଚାଲି ଆସିଥାନ୍ତି । ନଦୀ ବାଲିକୁ ସମତୁଲ କରି ସେଠାରେ ଗାତ ଖୋଲି ଖତ ଓ ବିଭିନ୍ନ ପନିପରିବା ବିହନ ବୁଣିଥାନ୍ତି । ବିହନ ଚାରାରେ ପରିଣତ ହେବା ପରେ ତାଉପରେ ପୁଣି ଖତ ଦେଇ ଯତ୍ନ ନିଅନ୍ତି ।

Advertisment

ନଦୀ ମାଟି ଉର୍ବର ଥିବାରୁ ଗଛରେ ଶୀଘ୍ର ଫଳ ଫୁଲ ଧରିଥାଏ ଏବଂ ଖତର ବ୍ୟବହାର ଯୋଗୁ ଏହି ପନିପରିବା ଅଧିକ ସମୟ ସତେଜ ରହିବା ସହ ପାଟିକୁ ସ୍ଵାଦିଷ୍ଟ ହୋଇଥାଏ । ଯାହାଫଳରେ ଏମାନଙ୍କ ଉତ୍ପାଦିତ କଲରା, ଝୁଡ଼ଙ୍ଗ,କାକୁଡ଼ି ଲାଉ ପରି ପନିପରିବାକୁ ଲୋକେ ଅପେକ୍ଷା କରି ରହିଥାନ୍ତି । ତେବେ ଚଳିତ ବର୍ଷ ନଦୀବାଲିକୁ ଠିକାଦାର ମାନେ ଟ୍ରାକ୍ଟର ଦ୍ୱାରା ଉଠାଇ ନେଇଥିବାରୁ ଅନ୍ୟ ବର୍ଷ ଅପେକ୍ଷା କମ ଚାଷ ହୋଇଥିବା ଏବଂ ଲାଭ କମ ମିଳୁଥିବା ଏମାନେ କହିଛନ୍ତି ।

ଗୋଟିଏ ପଟେ ବରଗଡ଼ ଜିଲ୍ଲାରୁ ବାହାର ରାଜ୍ୟକୁ ଲୋକେ ଦାଦନ ଖଟି ଯାଉଥିବା ବେଳେ ଅନ୍ୟପଟେ ଛତିଶଗଡ଼ର ପ୍ରବାସୀ ଚାଷୀ ନଦୀପଠାରେ ସବୁଜ ସୁନା ଫଳାଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

Advertisment

ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ

Vegetable Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ