ଜାଣନ୍ତୁ ସଚିନ୍ ତେନ୍ଦୁଲକରଙ୍କ ପ୍ରିୟ ଜଳଖିଆ

ସୋସିଆଲ୍ ମିଡିଆରେ ସଚିନ୍ ତେନ୍ଦୁଲକର ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ପ୍ରିୟ ଜଳଖିଆ ଖାଉଛନ୍ତି। ଏହାକୁ ସେ ନମ୍ବର ୱାନ ମଧ୍ୟ କହୁଥିବା ଦେଖାଯାଏ।

ଜାଣନ୍ତୁ ସଚିନ୍ ତେନ୍ଦୁଲକରଙ୍କ ପ୍ରିୟ ଜଳଖିଆ

ଖାଦ୍ୟରେ ସମସ୍ତଙ୍କର କିଛି ନା କିଛି ବିଶେଷ ପସନ୍ଦ ଥାଏ। ନିଜ ପସନ୍ଦର ଖାଦ୍ୟକୁ କିଏ ବେଳେବେଳେ ଖାଏ ତ ପୁଣି କିଏ ପ୍ରତିଦିନ ଖାଇଥାନ୍ତି। ଏହାରି ଭିତରେ ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କର ଏହି ଅଭ୍ୟାସ ଏକ ସାଧାରଣ କଥା। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସଚିନ୍ ତେନ୍ଦୁଲକରଙ୍କର ମଧ୍ୟ ଏଭଳି କିଛି ଅଭ୍ୟାସ ରହିଛି। ସେ ନିଜର ଟ୍ୱିଟରରେ ତାଙ୍କ ପସନ୍ଦର ଖାଲ୍ୟ ମିସାଲ ପାୱକୁ ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ସଚିନ ଲୋକପ୍ରିୟ ମହାରାଷ୍ଟ୍ରୀୟ ଖାଦ୍ୟକୁ ଉପଭୋଗ କରୁଥିବାର ଏକ ଭିଡିଓ ଲୋକଙ୍କୁ ତାଙ୍କର ପ୍ରିୟ ଜଳଖିଆ ବିଷୟରେ ଜଣେଇଦେଇଛି।

ସେୟାର ହୋଇଥିବା ଏହି ଭିଡିଓରେ ସଚିନ ଏହା କହୁଥିବା ଶୁଣିବାକୁ ମିଳେ ଯେ “ମିସାଲ ପାୱ୍‌ର କଥା ହିଁ ଅଲଗା। ଏହା ମୋତେ ବର୍ମାର କ୍ରଷ୍ଟେଡ୍‌କୁ ମନେ ପକାଇଦିଏ। କିନ୍ତୁ ମହାରାଷ୍ଟ୍ରର ମିସାଲ୍ ପାୱ୍ ଏକ ନମ୍ବର୍।” ମୁହଁରେ ହସ ଫୁଟାଇ ସେ ଏକ ଚାମଚ ତରକାରୀ ନେଇ ଏହାକୁ ଖାଇବା ଆରମ୍ଭ କରନ୍ତି। ଭିଡିଓରେ ସେ ଏହାର ସ୍ୱାଦକୁ ନେଇ ଖୁବ୍ ଖୁସି ଥିବା ଦେଖାଯାଆନ୍ତି।

ଏହି ଭିଡିଓ ପୋଷ୍ଟ୍‌ କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ରବିବାର କିମ୍ବା ସୋମବାର, ମୁଁ ଯେକୌଣସି ଦିନ ମିସାଲ୍ ପାଭ୍ ଖାଇବି! ଏକ ସଂପୂର୍ଣ୍ଣ ଜଳଖିଆ ବିଷୟରେ ଆପଣଙ୍କ କ’ଣ ବିଚାର ରହିଛି?” ଖବର ଲେଖାହେବା ବେଳକୁ ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ସେହିପରି ଭିଡିଓକୁ ୨୪ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ହଜାରରୁ ଅଧିକ ରିଟ୍ୟୁଟ୍ ହୋଇସାରିଛି।

ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ “ମୁମ୍ବାଇ ରେ = ମସଲାଦାର ଯଦି ପୁଣେରେ ପ୍ରାୟ ସବୁ ଜାଗାରେ ଖୁବ୍ ଭଲ। ନାଶିକ ଓ ପୁନେର ମିସାଲ୍ ଖୁବ ଭଲ। ହେଲେ ଅନ୍ୟ ଜଣେ ଲେଖିଛନ୍ତି, ନାଶିକରେ ଖାଇବା ପାଇଁ ଆପଣଙ୍କ ପାଖରେ ସବୁଠାରୁ ଭଲ ମିସାଲ୍ ଅଛି।”

ମିସାଲ୍ ପାୱରେ ପିଆଜ, ଟମାଟୋ, ଲେମ୍ବୁ ରସ ଏବଂ ସବୁଜ ଧନିଆ ପକାଯାଏ। ଏହାକୁ ନରମ ପାୱ ସହିତ ପରିବେଷଣ କରାଯାଏ। ମରାଠୀରେ 'ମିସାଲ୍' ଶବ୍ଦର ଅର୍ଥ ହେଉଛି ମିଶ୍ରଣ ଏବଂ ଏହା ସହ ଥିବା ତରକାରୀକୁ ଉସଲ୍ କୁହାଯାଏ।