Astrospeak
  • Live TV
  • Read In English

ଡବଲ୍ ଏକ୍ସଏଲ୍ ହୋଇଗଲେ ସୋନାକ୍ଷୀ ସିହ୍ନା ଓ ହୁମା କୁରେଶୀ

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ହୁମା କୁରେଶୀ ଓ ସୋନାକ୍ଷୀ ସିହ୍ନା ଏବେ ନିଜ ଶରୀରକୁ ପୃଥୂଳ କରିଛନ୍ତି। ତେବେ ଏହା ପଛର କାରଣ କ’ଣ ଜାଣିବା ପାଇଁ ଏହି ରିପୋର୍ଟ ଦେଖନ୍ତୁ।

Sonakshi Sinha and Huma Qureshi become Double XL
ଡବଲ୍ ଏକ୍ସଏଲ୍ ହୋଇଗଲେ ସୋନାକ୍ଷୀ ସିହ୍ନା ଓ ହୁମା କୁରେଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ହୁମା କୁରେଶୀ ଷ୍ଟାରର୍‌ ଫିଲ୍ମ 'ଡବଲ୍ ଏକ୍ସଏଲ୍'ର ପ୍ରଥମ ଝଲକ ରିଲିଜ୍ ହୋଇଯାଇଛି। ଭିଡିଓରେ ହୁମା କୁରେଶୀ ଓ ସୋନାକ୍ଷୀ ସିହ୍ନା ସବୁଠାରୁ ମୋଟା ମହିଳାଙ୍କ ଭୂମିକାରେ ନଜର ଆସିଛନ୍ତି। କୌତୁହଳର ବିଷୟ ଏହା ଯେ ଏହି ଦୁଇ ଅଭିନେତ୍ରୀ ଖାସ୍‌କରି ଏହି ଚଳଚ୍ଚିତ୍ର ପାଇଁ ନିଜର ଓଜନ ବଢାଇଛନ୍ତି। ଫ୍ୟାଟ୍ ଶ୍ୟାମିଂ ପ୍ରସଙ୍ଗ ଉପରେ ସିଧାସଳଖ ଆକ୍ରମଣ କରୁଥିବା ଏହି ଚଳଚ୍ଚିତ୍ରର ଟିଜର୍‌କୁ ସୋନାକ୍ଷୀ ଓ ହୁମା ନିଜ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରିଛନ୍ତି। ଏହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ହୁମା କୁରେଶୀ ସୋନାକ୍ଷୀ ସିହ୍ନାଙ୍କୁ କହୁଛନ୍ତି ଯେ “ୟାର୍ ସୋନାକ୍ଷୀ ଏହି ଚଳଚ୍ଚିତ୍ର ପାଇଁ ଯେଉଁ ଓଜନ ବଢେଇଛେ ତାକୁ କିପରି ହ୍ରାସ କରିବା?” ଏହାର ଉତ୍ତରର ସୋନାକ୍ଷୀ କୁହନ୍ତି ଯେ “ଯେପରି ପ୍ରଥମ ଥର ପାଇଁ ହିରୋଇନ୍ ହେବା ପାଇଁ କରିଥିଲେ। ଭୁଲିଗଲ କି, ଯେତେବେଳେ ଲୋକମାନେ କହୁଥିଲେ ଯେ ହୁମା କୁରେଶୀ ଜଣେ ଲିଡିଙ୍ଗ୍ ଲେଡି ହେବା ପାଇଁ ବହୁତ ମୋଟୀ ବୋଲି।”

ଏହା ପରେ ହୁମା କୁରେଶୀ ସୋନାକ୍ଷୀଙ୍କୁ କୁହନ୍ତି ଯେ “ତମେ ବି କ’ଣ ଭୁଲିଗଲ ଯେତେବେଳେ ତୁମର ପ୍ରତ୍ୟେକ ପ୍ରୋମୋ ଓ ପ୍ରତ୍ୟେକ ଭିଡିଓ ଉପରେ ଲୋକେ ମନ୍ତବ୍ୟ ଦେଉଥିଲେ ତୁମେ ଟ୍ୟାକ୍ସି।” ଏହି ଭିଡିଓରେ କୁହାଯାଇଛି ଯେ କିପରି ଫ୍ୟାଟ୍ ଶେମ୍‌କୁ ଆମେ ଗର୍ବର ବିଷୟ ବୋଲି ବିବେଚନା କରିବା। ହୁମା କୁରେଶୀ ମେରୁଟର ରାଜଶ୍ରୀ ତ୍ରିବେଦୀ ମେରୁଟଙ୍କୁ ଭୂମିକାରେ ନଜର ଆସୁଥିବା ବେଳେ ସୋନାକ୍ଷୀ ସିହ୍ନା ଦିଲ୍ଲୀର ସାଇରା ଖାନ୍ନାଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଭିଡିଓ ସେୟାର କରିବାବେଳେ ଉଭୟ ଅଭିନେତ୍ରୀ କ୍ୟାପ୍‌ସନ୍‌ରେ ଏହାର ପଞ୍ଚ୍‌ ଲାଇନ୍ ଲେଖିଛନ୍ତି। ସାଇଜ୍ ଲାର୍ଜ ଆଉ ସ୍ୱପ୍ନ ଏକ୍ସଟ୍ରା ଲାର୍ଜ। ଫିଲ୍ମର ଲୋକେସନ ଦେଖି ଅନୁମାନ କରାଯାଇପାରେ ଯେ ଏହାର ଅଧିକାଂଶ ସୁଟିଂ ଲଣ୍ଡନରେ କରାଯାଇଛି ଏବଂ କାହାଣୀର ପୃଷ୍ଠଭୂମି ମଧ୍ୟ ଲଣ୍ଡନ ଉପରେ ଲେଖାଯାଇଛି। ଏହି ଚିନ୍ତାଧାରା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଓ ବର୍ତ୍ତମାନ ପ୍ରଶଂସକମାନେ ଏହାର ଟ୍ରେଲର୍‌କୁ ଅପେକ୍ଷା କରିବେ।