ଖୁବ୍‌ଶୀଘ୍ର ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର-୨୭୨ ପୋଷ୍ଟ ଅଫିସ

ଆଲୋଚନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ୧୦ଟି ଅକାଂକ୍ଷୀ ଜିଲ୍ଲାରେ ୩ ହଜାର ୯ଶହ ୩୩ ଗ୍ରାମରେ ଫୋର୍ ଜି ସଂଯୋଗୀ କରଣ କରିବ ଏହି ମୋବାଇଲ ଟାଓ୍ୱାର ।

Ashwini Vaishnaw

ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର ଓ ୨୭୨ଟି ପୋଷ୍ଟ ଅଫିସ ଉଦଘାଟନ ନେଇ ଘୋଷଣା କରିଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର BSNL ମୁଖ୍ୟ କାର୍ଯ୍ୟଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଘୋଷଣା ପରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।

ଆଲୋଚନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ୧୦ଟି ଅକାଂକ୍ଷୀ ଜିଲ୍ଲାରେ ୩ ହଜାର ୯ଶହ ୩୩ ଗ୍ରାମରେ ଫୋର୍ ଜି ସଂଯୋଗୀ କରଣ କରିବ ଏହି ମୋବାଇଲ ଟାଓ୍ୱାର । ଭାରତ ସରକାରଙ୍କ ଅସଂଯୋଗୀକୁ ସଂଯୋଗୀ କରଣ ଯୋଜନାରେ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡିଶାର ୪୪ ଆକାଂକ୍ଷୀ ଜିଲ୍ଲାର ୭ ହଜାର ୨ ଶହ ୮୭ଟି ଗାଁକୁ ଏହି ମୋବାଇଲ ସେବା ପ୍ରଦାନ କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି ।

ଓଡିଶାକୁ ମିଳିଛି ୫୦ ପ୍ରତିଶତରୁ ଅଧିକ ଫୋର୍ ଜି ମୋବାଇଲ ଟାଓ୍ୱାର । ଏହା ସହ ରାଜ୍ୟର ୧୧ଟି ମାଓ ପ୍ରଭାବିତ ଜିଲ୍ଲାରେ ଖୋଲିବ ୨୭୨ଟି ନୂଆ ଡାକଘର । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସବୁ ଡାକଘର ଖୋଲିଯିବ । ଯେଉଁଠି ଟ୍ରେନ୍ ଟିକଟ ବୁକିଂର ସୁବିଧା ମଧ୍ୟ ଲୋକମାନେ ପାଇ ପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।