Advertisment

କମ୍ ପଡୁଛି ଅଙ୍ଗଦାତାଙ୍କ ସଂଖ୍ୟା: ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଚିନ୍ତା ପ୍ରକଟ

ଗତ ବର୍ଷ ମେ ୧୫ରେ ୧୫ ବର୍ଷର ଝିଅ ସାଇସମୃଦ୍ଧିକୁ ହରାଇଥିଲେ। ହେଲେ ଆଶ୍ୱାସନା ଏତିକି ନିଜର ପ୍ରଥମ ସନ୍ତାନର ଜୀବନ୍ତ ସ୍ମୃତିକୁ ପାଇବାର ସୌଭାଗ୍ୟ ମିଳିଛି। କାହିଁକି ନା ମୃତ୍ୟୁ ପରେ ନିଜର କିଡନୀ ଦେଇ ଆଉ ଜଣଙ୍କୁ ଜୀବନ ଦେଇ ଯାଇଛନ୍ତି ସାଇସମୃଦ୍ଧା।

Organ Donation Day

Organ Donation Day

Advertisment

ରାଜ୍ୟରେ ମାସକରେ ସାମ୍ନାକୁ ଆସୁଛି ୫ରୁ ୬ ଅଙ୍ଗ ପ୍ରତିରୋପଣ ମାମଲା। ହେଲେ ଆବଶ୍ୟକତା ଅନୁଯାୟୀ କମ ପଡୁଛି ଅଙ୍ଗଦାତାଙ୍କ ସଂଖ୍ୟା। ଯାହାକୁ ନେଇ ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଚିନ୍ତା ପ୍ରକାଶ ପାଇଛି। କିନ୍ତୁ ଆଜି ବି ଅଙ୍ଗଦାନ କରି ନିଜର ଅମର କାହାଣୀ ଲେଖି ଦେଇ ଯାଇଛନ୍ତି ଅନେକ ଅଙ୍ଗଦାତା। ଆଉ ସେହି କାହାଣୀକୁ ପ୍ରେରଣା କରି ଅଙ୍ଗ ଦାନ ପାଇଁ ପ୍ରତିଜ୍ଞା କରିବାକୁ ଆଜି ସବୁ ସ୍ତରରେ ପ୍ରୟାସ ହୋଇଛି।

Advertisment

ଆଜି ବି ଆଖିରୁ ଲୁହ ଶୁଖୁନି। କେମିତି ଶୁଖିବ ମାର ଆଖି ପରା। ମାତ୍ର ୧୫ ବର୍ଷ ବୟସରେ ବଡ଼ ଝିଅକୁ ହରାଇବାର ସେ ସମୟ, ସେ ପରିସ୍ଥିତି, ସେ ମୁହୂର୍ତ୍ତ କେମିତି ବା ଭୁଲି ହେବ। ତଥାପି ଝିଅର ଶେଷ ମୁହୂର୍ତ୍ତର ମହତ କାମ ପାଇଁ ଆଜି ଭରା ସଭାରେ ମା ବାପାଙ୍କୁ ସାଲ୍ୟୁଟ୍ କରୁଛି ସମାଜ। ଆଉ ଝିଅ କଥା ବଖାଣୁ ବଖାଣୁ ବୋଲ ମାନୁନି ଲୁହ। ବ୍ରହ୍ମପୁରର ଅଭାଗିନୀ ମା ଡାକ୍ତର ସୁନୀତା ପ୍ରଧାନ ଆଉ ବାପା ସପନ କୁମାର ବିନ୍ଧାଣୀ।

ଗତ ବର୍ଷ ମେ ୧୫ରେ ୧୫ ବର୍ଷର ଝିଅ ସାଇସମୃଦ୍ଧିକୁ ହରାଇଥିଲେ। ହେଲେ ଆଶ୍ୱାସନା ଏତିକି ନିଜର ପ୍ରଥମ ସନ୍ତାନର ଜୀବନ୍ତ ସ୍ମୃତିକୁ ପାଇବାର ସୌଭାଗ୍ୟ ମିଳିଛି। କାହିଁକି ନା ମୃତ୍ୟୁ ପରେ ନିଜର କିଡନୀ ଦେଇ ଆଉ ଜଣଙ୍କୁ ଜୀବନ ଦେଇ ଯାଇଛନ୍ତି ସାଇସମୃଦ୍ଧା। ଆଉ ଯେତେବେଳେ ଝିଅ କଥା ମନେ ପଡେ ସେତେବେଳେ ଝିଅର କିଡନୀ ପ୍ରତିରୋପଣ ହୋଇଥିବା ବ୍ୟକ୍ତିଙ୍କ ସହ କଥା ହୋଇ ସାନ୍ତ୍ୱନା ମିଳେ କହିଛନ୍ତି ସୁନୀତା। ତେଣୁ ଅଙ୍ଗଦାନ ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ସାଇସମୃଦ୍ଧିଙ୍କ ବାପା ଆଉ ମା। ଆଜି ଜାତୀୟ ଅଙ୍ଗଦାନ ଦିବସ ଅବସରରେ ସାଇସମୃଦ୍ଧିଙ୍କ ବାପା ମାଙ୍କୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛି ସମ୍ ହସପିଟାଲ୍।

Advertisment

ଆଉ ଏ ହେଉଛନ୍ତି ଭୁବନେଶ୍ବରର ୩୧ ବର୍ଷୀୟ ଯୁବକ ସୋମନାଥ ସ୍ୱାଇଁ। ଯୁବ ବୟସରେ ବି ଅଙ୍ଗଦାନ ପାଇଁ ଆଗେଇ ଆସିଛନ୍ତି ସୋମନାଥ। ପ୍ରଥମେ ମା ଟିକେ ଅମଙ୍ଗ ହେଉଥିଲେ ହେଲେ ତାଙ୍କ ସ୍ତ୍ରୀ ତାଙ୍କୁ ସାହସ ଦେବା ପରେ ମୃତ୍ୟ ପରେ ନିଜ ସମସ୍ତ ଅଙ୍ଗଦାନ ପାଇଁ ଆଜି ରେଜିଷ୍ଟର କରିଛନ୍ତି। ସୋମନାଥଙ୍କ ଭଳି ଆଜି ୨୦ ଜଣ ବଦାନ୍ୟ ବ୍ୟକ୍ତି ଅଙ୍ଗଦାନ  ପାଇଁ ଭୁବନେଶ୍ବର ଏମ୍ସରେ ପଞ୍ଜୀକରଣ କରିଛନ୍ତି।

ଚିନ୍ତାର ବିଷୟ ହେଲା ଆଜିର ଦିନରେ ବି ଅଙ୍ଗଦାନ ପ୍ରତି ଲୋକଙ୍କ ଭିତରେ ଉତ୍ସାହ କମ ଦେଖିବାକୁ ମିଳୁଛି। ତଥ୍ୟ କହୁଛି ରାଜ୍ୟରେ ପ୍ରତି ମାସ ୫ରୁ ୬ ଜଣ ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକତା କରୁଥିବା ବେଳେ ଅଙ୍ଗଦାନ କରିବା ପାଇଁ ଲୋକଙ୍କ ସଂଖ୍ୟା କମ ରହିଛି। ଏବେ ବି ରାଜ୍ୟରେ ପ୍ରାୟ ୮୦ ରୋଗୀ ଅଙ୍ଗ ପ୍ରତିରୋପଣ ପାଇଁ ସୋଟୋ ବା ରାଜ୍ୟ ଅର୍ଗାନ ଏବଂ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ନିକଟରେ ଆବେଦନ କରି ଅପେକ୍ଷାରେ ଅଛନ୍ତି। ଅନେକ ହୁଏତ ଜାଣିନଥିବେ, ଜଣେ ଅଙ୍ଗଦାନ କଲେ ବଞ୍ଚିଯିବ ୮ ଜୀବନ। ଆଉ ଜଣେ ବ୍ୟକ୍ତି ଖାଲି ଲିଭର କି କିଡନୀ ନୁହେଁ ନିଜର ୩୫ଟି ଅଙ୍ଗ ଦାନ କରିପାରିବ। 

Advertisment
Organ Donation In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ