ଶ୍ରାବଣ ମାସରେ ଅଲୌକିକ ଘଟଣା : ଶିବଲିଙ୍ଗରୁ ଝରୁଛି କ୍ଷୀର

କ୍ଷୀର ବାହାରିବାର କାରଣ ଜଣାପଡ଼ିନଥିବା ବେଳେ, ବାବା ଭୋଳାନାଥଙ୍କ ଏହା ଏକ ଲୀଳା ବୋଲି କହୁଛନ୍ତି ଭକ୍ତ

କୁଶଳେଶ୍ୱର ବାବା ଶିବ ମନ୍ଦିରର ଶିବ ଲିଙ୍ଗରୁ ବାହାରୁଛି କ୍ଷୀର

ଆରମ୍ଭ ହୋଇଛି ଶ୍ରାବଣ ମାସ । ଶୈବପୀଠ ମାନଙ୍କରେ ଜମୁଛି ଭକ୍ତଙ୍କ ଭିଡ । ମାସ ଯାକ ଶିବ ଉପାସନା କରିବେ ବୋଲବମ ଓ ଶୈବ ଭକ୍ତ । ଏଭଳି ଏକ ଭକ୍ତିମୟ ସମୟରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କୁଶଙ୍ଗ ଗାଁରେ ଦେଖିବାକୁ ମିଲିଛି ଅଲୌକିକ ଘଟଣା । ଗାଁରେ ଥିବା ପ୍ରସିଦ୍ଧ କୁଶଳେଶ୍ୱର ବାବା ଶିବ ମନ୍ଦିରର ଶିବ ଲିଙ୍ଗରୁ ବାହାରୁଛି କ୍ଷୀର ।

ଏନେଇ ପୂଜକ କହିଛନ୍ତି, ଏହା ଏକ ପୁରୁଣା ମନ୍ଦିର । ପୂର୍ବରୁ ମନ୍ଦିରରେ ଏପରି ଅନେକ ଅଲୌକିକ ଘଟଣା ଘଟିଛି । ଆଗରୁ ମନ୍ଦିରରେ ଆପେ ଆପେ ଘଣ୍ଟି ବାଜିବା ସହ ବାଦ୍ୟ ମଧ୍ୟ ବାଜୁଥିବା କୁହାରଯାଉଥିଲା । ଗତକାଲି ଭଗବାନଙ୍କୁ ବିଶ୍ରାମ ଦେଲା ପରେ ଦିନ ପ୍ରାୟ ୧୨ ଟାପରେ ଲିଙ୍ଗରୁ କ୍ଷୀର ଝରୁଥିବା ଦେଖିବାକୁ ମିଳୁଥିଲା ।

ତେବେ ଲିଙ୍ଗରୁ କ୍ଷୀର ଝରୁଥିବା ଜଣାପଡିବା ପରେ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ବଢିବାରେ ଲାଗିଛି । ଶହ ଶହ ସଂଖ୍ୟାରେ ଭକ୍ତ ଆସି ଦର୍ଶନ କରି ଯାଉଛନ୍ତି । ଅନ୍ୟପଟେ କ୍ଷୀର ବାହାରିବାର କାରଣ ଜଣାପଡି ନଥିବା ବେଲେ ଶ୍ରାବଣ ମାସରେ ଭୋଲେନାଥଙ୍କ ଏହା ଲୀଳା ବୋଲି କହୁଛନ୍ତି ଭକ୍ତ ।

ବଲାଙ୍ଗୀର, ଘଟେଶ୍ୱର ମିଶ୍ର