ପୁରୁଣା ସାଇକେଲ୍ ଆଣିଦେଲା ମର୍ସିଡିଜ୍ କାର୍‌ର ଖୁସି

ଜଣେ ବ୍ୟକ୍ତି ପୁରୁଣା ସାଇକେଲ୍ କିଣିଲେ। ଫୁଲ ଚନ୍ଦନ ଦେଇ ପୂଜା କଲେ। ପରିବାରରେ ଏତେ ଖୁସି ଯେ ଘରକୁ ସାଇକେଲ୍ ଆସିନି ତ ସତେ ଯେପରି ଘରକୁ ଆସିଛି ନୂଆ ମର୍ସିଡିଜ୍ ବେଞ୍ଜ୍।

ପୁରୁଣା ସାଇକେଲ୍ ଆଣିଦେଲା ମର୍ସିଡିଜ୍ କାର୍‌ର ଖୁସି

ଆମେ ପ୍ରାୟତଃ ସୋସିଆଲ ମିଡିଆରେ ଏମିତି ଅନେକ ଜିନିଷ ଦେଖିବାକୁ ପାଇଥାଉ, ଯାହା ଆମ ହୃଦୟକୁ ଜିତିନିଏ ଆଉ ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରେ। ବେଳେବେଳେ ଆମେ ଏମିତି କିଛି ଭିଡିଓ ଦେଖୁ ଯାହା ଆମକୁ ଭାବପ୍ରବଣ କରିବାକୁ ବାଧ୍ୟ କରେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯାହା ସମସ୍ତଙ୍କ ହୃଦୟକୁ ଜିତିଛି। ଏହି ଭିଡିଓରେ ଦେଖାଯାଇଛି ଯେ ଜଣେ ଲୋକ ଏକ ପୁରୁଣା ସାଇକେଲକୁ ଘରକୁ ଆଣିଛନ୍ତି। ଏହାକୁ ଦେଖି ପରିବାର ଲୋକେ ଏତେ ଖୁସି ଯେ ସତେଯେମିତି ଘରକୁ ଏକ ଦାମୀ କାର୍‌ ଆସିଛି।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଘର ବାହାରେ ଏକ ସାଇକେଲ୍‌ ରଖି ସେଥିରେ ମାଳ ପକେଇ ପୂଜା କରୁଛନ୍ତି। ସାଇକେଲଟି ବହୁତ ପୁରୁଣା ଦେଖାଯାଉଛି। ତାଙ୍କ ପାଖାରେ ତାଙ୍କର ଛୋଟ ପୁଅ ମଧ୍ୟ ଠିଆ ହୋଇଛି। ପୂଜା କରିବା ପରେ ବ୍ୟକ୍ତି ଜାଣକ ସାଇକେଲ୍ ଆଗରେ ହାତ ଯୋଡି ନମସ୍କାର କରୁଛନ୍ତି। ଠିକ୍ ଏତିକି ବେଳେ ତାଙ୍କ ପାଖରେ ଠିଆ ହୋଇଥିବା ତାଙ୍କ ପୁଅର ମୁହଁରେ ଦେଖାଯାଉଛି ହସ। ସେ ଏତେ ଖୁସି ହେଇଯାଉଛି ଯେ, ଯେମିତି ତାଙ୍କ ଘରକୁ ସେକେଣ୍ଡ ହ୍ୟାଣ୍ଡ୍‌ ସାଇକେଲ୍ ନୁହେଁ ବରଂ ମର୍ସିଡିଜ୍ କାର୍‌ ଆସିଛି।

ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟରରେ ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ଏହା କେବଳ ହ୍ୟାଣ୍ଡ୍‌ ସାଇକେଲ୍। ସେମାନଙ୍କ ମୁହଁରେ ଖୁସି ଦେଖନ୍ତୁ। ତାଙ୍କର ଭାବନା କହୁଛି ସତେ ଯେପରି ସେ ଏକ ନୂଆ ମର୍ସିଡିଜ୍ ବେଞ୍ଜ୍ କିଣିଛନ୍ତି।” ଏହି ଭିଡିଓ ଲୋକଙ୍କ ହୃଦୟ ଜିତିଛି। ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ ପାଖାପାଖି ୫ଲକ୍ଷ ଲୋକ ଦେଖିସାରିଥିଲେ। ଲୋକମାନେ ଭିଡିଓ ଉପରେ ଅନେକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।