ପାଣି ଘେରରେ କରୁଆଁପଡ଼ା ! ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଆଁରେ ଗାଁ

ନୂଆପଡା ଜିଲ୍ଲାର ରଜନା ପଂଚାୟତର ବେଲଗାଁ କରୁଆଁପଡା ଏକ ଛୋଟ ଗାଁ । ଗାଁର ଜନସଂଖ୍ୟା ପ୍ରାୟ ୪୫୦ । ଏବେ ଲୋକଙ୍କ ପାଇଁ କାଳ ହୋଇଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ବର୍ଷା ଦିନ ଗାଁକୁ ଡ୍ୟାମର ପାଣି ମାଡି ଆସେ । ଘର ଦ୍ୱାର ଭାଙ୍ଗି ଦିଏ । ଘରକୁ ସାପ ବେଙ୍ଗ ଆଦି ପଶି ଆସନ୍ତି । ଗାଁ ପୂରା ସନ୍ତସନ୍ତିଆ ।

ପାଣି ଘେରରେ ଥିବା ଗାଁ

ନୂଆପଡା( ମାୟାଧର ସରାଫ) : ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଆଁରେ ଗାଁ । ବର୍ଷା ଦିନେ ଗାଁକୁ ପଶି ଆସୁଛି ପ୍ରକଳ୍ପର ପାଣି । ଏବେ ଗାଁ ଟି ପାଣି ଘେରି ରହିଛି, ଚାରିଆଡ଼େ ଖାଲି ପାଣି ପାଣି । ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଗାଁକୁ ସଂପୂର୍ଣ୍ଣ ବୁଡି ଗାଁ ଘୋଷଣା କରା ଯାଉ, ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଲୋକେ ଦାବି କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଅନୁଧ୍ୟାନ କଲା ପରେ ଯାହା ବି ନିଷ୍ପତ୍ତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗ୍ରାମବାସୀ

ଆମ ଗାଁକୁ ବୁଡ଼ି ଅଞ୍ଚଳ ଘୋଷଣା କରିବା କଥା । ହେଲେ ସରକାର ଆମ କରୁଆଁପଡାକୁ ଦେଖୁନାହାନ୍ତି । ସ୍କୁଲ ଯିବା ଠାରୁ ଆରମ୍ଭ କରି ବଜାରଘାଟ ଯିବାରେ ଅସୁବିଧା ହେଉଛି । ଚାରଆଡ଼େ ପାଣି ପାଣି ଦିଶୁନି । ସରକାର ଆମ ଗାଁ କଥା ବୁଝନ୍ତି, ଆଉ ଗାଁ ପାଇଁ କିଛି ନିଷ୍ପତ୍ତି ନେବେ ବୋଲି ବିଶ୍ୱାସ କରାଯାଉଛି ।

ଗ୍ରାମବାସୀ

ପାଣି ତ ଚାରିଆଡ଼େ ଘେରି ରହିଛି । କୁଆଡ଼େ ଆଉ ଯିବୁ । ସେଥିପାଇଁ ସରକାରଙ୍କୁ ଦାବି କରୁଛୁ, ଆମ ଗାଁକୁ ବୁଡ଼ି ଅଞ୍ଚଳ ଘୋଷଣା କରାଯାଉ । ଆମ ଗାଁ ଚାରିପଟେ ସାପ ମଗର ରହୁଛି । ଆମେ ଭୟରେ ଦିନ କାଟୁଛି ବୋଲି ଜଣେ ଗ୍ରାମବାସି ସାବିତ୍ରୀ କୁଅଁର କହିଛନ୍ତି ।

ନୂଆପଡା ଜିଲ୍ଲାର ରଜନା ପଂଚାୟତର ବେଲଗାଁ କରୁଆଁପଡା ଏକ ଛୋଟ ଗାଁ । ଗାଁର ଜନସଂଖ୍ୟା ପ୍ରାୟ ୪୫୦ । ଏବେ ଲୋକଙ୍କ ପାଇଁ କାଳ ହୋଇଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ବର୍ଷା ଦିନ ଗାଁକୁ ଡ୍ୟାମର ପାଣି ମାଡି ଆସେ । ଘର ଦ୍ୱାର ଭାଙ୍ଗି ଦିଏ । ଘରକୁ ସାପ ବେଙ୍ଗ ଆଦି ପଶି ଆସନ୍ତି । ଗାଁ ପୂରା ସନ୍ତସନ୍ତିଆ । ଏବେ ଗାଁକୁ ତିନି ପଟେ ଡ୍ୟାମର ପାଣି ଘେରି ରହିଛି । ଲୋକେ ନୂଆଁ ଘର ତିଆରି କରି ପାରୁ ନାହାନ୍ତି କି ଘର ଛାଡି ପାରୁ ନାହାନ୍ତି । ଲୋକଙ୍କ ଏକ ମାତ୍ର ଦାବି ସମସ୍ୟାରେ ରହିବା ଅପେକ୍ଷା ବୁଡି ଘୋଷଣା କଲେ ସେମାନେ ଅନ୍ୟତ୍ର ଭଲରେ ରହି ପାରିବେ ।

କରୁଆଁପଡାର ଲୋକେ ଡ୍ୟାମ କୂଳରେ ଥିବାରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜରୁରୀ ପଡିଲେ କେଉଁ ଆଡେ ଯିବାକୁ ଚାହିଁଲେ ଗାଁକୁ ୩ ପଟେ ପାଣି ଘେରି ରହିଛି । ଗାଁ ଲୋକଙ୍କ ସାମାଜିକ,ଆର୍ଥିକ, ଅର୍ଥନୈତିକ, ଶିକ୍ଷା ଆଦି କ୍ଷେତ୍ରରେ ହଇରାଣ ହେବାକୁ ପଡୁଛି । ଗାଁ ଲୋକେ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଅନେକ ଥର ଜଣାଇଛନ୍ତି । ହେଲେ ସମସ୍ୟାର ସମାଧାନ ହୋଇ ପାରିନି ।

ସମସ୍ୟାର ସମାଧାନ ନ ହେଲେ ଡିସେମ୍ବର ଶେଷ ସୁଦ୍ଧା ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଅନୁଧ୍ୟାନ କଲା ପରେ କିଛି ବ୍ୟବସ୍ଥା କରା ଯାଇ ପାରିବ ବୋଲି ନୂଆପଡା ଜିଲ୍ଲାପାଳ ଜଣାଇଛନ୍ତି । କରୁଆଁପଡାର ଦୁଃଖ କେବେ ଦୂର ହେଉଛି, ତାହା ଦେଖିବାକୁ ବାକି ରହିଲା ।