ଓଡ଼ିଶାରେ ଲୁଚିଛନ୍ତି ବାଙ୍ଗଲାଦେଶୀ ଆତଙ୍କବାଦୀ

କୋଲକାତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ । କୋଲକାତା STF ଦ୍ୱାରା ୩ ଜଣ ଜମାତ-ଉଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି ।

ସାଙ୍କେତିକ ଫଟୋ

ଭୁବନେଶ୍ୱର : ଓଡ଼ିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ । କୋଲକାତାରେ ୩ ଜଣ ବାଂଲାଦେଶୀ ଆତଙ୍କବାଦୀ ଧରାପଡ଼ିବା ପ୍ରସଙ୍ଗରେ ତନାଘନା । କୋଳକାତା ସହ ଯୋଗାଯୋଗରେ ରହିଥିବା କହିଛନ୍ତି ଓଡ଼ିଶା ଗୁଇନ୍ଦା ଅଧତ୍କାରୀ । କୋଲକାତା STF ଦ୍ୱାରା ୩ ଜଣ ଜମାତୁଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ସହ ଲିଙ୍କ୍ ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଓଡ଼ିଶାରେ କିଛି ଆାତଙ୍କବାଦୀ ଲୁଚି ରହିଥିବା ଖବର ମଧ୍ୟ ପ୍ରକାଶ ପାଇଛି । ଘଟଣାକୁ ଗୁରୁତର ସହ ନେଇ ଓଡ଼ିଶା ଗୁଇନ୍ଦା ବିଭାଗ କୋଲକାତା STF ସହ ଯୋଗାଯୋଗରେ ରହିଛି । ଲିଙ୍କ୍ ଥିବା ଜଣାପଡ଼ିଲେ ପଦକ୍ଷେପ ନିଆଯିବ ବୋଲି ଗୁଇନ୍ଦା ଅଧତ୍କାରୀ ସୂଚନା ଦେଇଛନ୍ତି ।

ଅତି କମରେ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି)ର ୧୫ ଜଣ ଆତଙ୍କବାଦୀ ପଡୋଶୀ ଦେଶରୁ ପଶ୍ଚିମବଙ୍ଗ ସୀମାରେ ପ୍ରବେଶ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୦ ଜଣ ଜାମ୍ମୁ କାଶ୍ମୀର ସମେତ ଭାରତର ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ଏବଂ ୩ ବାଂଲାଦେଶୀ ଆତଙ୍କବାଦୀ କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ହାତରେ ଧରାପଡ଼ିଥିବା ଜଣେ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି।

ଏସଟିଏଫ ଅଧିକାରୀଙ୍କ ଅନୁଯାୟୀ, ୧୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଅବଶିଷ୍ଟ ପାଞ୍ଚ ଜଣ ପଶ୍ଚିମବଙ୍ଗରେ ରହିଛନ୍ତି, ସେଥିମଧ୍ୟରୁ ବାଂଲାଦେଶୀ ମୂଳ ତିନି ଜଣ ଆତଙ୍କବାଦୀଙ୍କୁ ରବିବାର ଦିନ ଦକ୍ଷିଣ କୋଲକାତାର ହରିଦେବପୁର ଅଞ୍ଚଳରୁ ଗିରଫ କରାଯାଇଛି।