ବୟସରେ ଛୋଟ, ହେଲେ କାରନାମା ବଡ଼ ! କୁନି ବୟସରୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ

ପ୍ରାଞ୍ଜଳ ଭାବେ ବିଭିନ୍ନ ରାଜ୍ୟର ରାଜଧାନୀ ନାଁ କହୁଛନ୍ତି । ଏହି କୁନି ପିଲା ଜଣକର ବୟସ ମାତ୍ର ୨ ବର୍ଷ ୪ ମାସ । ହେଲେ ମୁଖସ୍ତ କରିଛନ୍ତି ବିଭିନ୍ନ ସଂସ୍କୃତ ଶ୍ଳୋକ, ତା ଛଡ଼ା ଦେଶ ବିଦେଶର ନାଁ, ପଶୁ ପକ୍ଷୀ, ଫୁଲ ଫଳ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ନାଁ ।

India Book Of Records

କୁନି ବୟସରେ ବଡ଼ ରେକର୍ଡ । ଦେଶ ବିଦେଶର ନାଁ । ଇଂରାଜୀରେ ବିଭିନ୍ନ ଶବ୍ଦ ଏବଂ ଗ୍ରହ ନକ୍ଷତ୍ରର ନାଁ କହି ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି ଦୁଇ ବାଳିକା । ଜଣଙ୍କ ବୟସ ୪ ବର୍ଷ ୧୧ ମାସ ହୋଇଥିବା ବେଳେ ଆଉ ଜଣେ ମାତ୍ର ୨ ବର୍ଷ ୪ ମାସର । ଏହି ଦୁଇ କୁନି ପ୍ରତିଭା ହେଲା ବୌଦ୍ଧ ଏବଂ ବାସୁଦେବପୁରର ଅଞ୍ଚଳର ।

ଜଣେ ହେଲେ ସ୍ୱାତୀ ସମୀକ୍ଷା । ପ୍ରାଞ୍ଜଳ ଭାବେ ବିଭିନ୍ନ ରାଜ୍ୟର ରାଜଧାନୀ ନାଁ କହୁଛନ୍ତି । ଏହି କୁନି ପିଲା ଜଣକର ବୟସ ମାତ୍ର ୨ ବର୍ଷ ୪ ମାସ । ହେଲେ ମୁଖସ୍ତ କରିଛନ୍ତି ବିଭିନ୍ନ ସଂସ୍କୃତ ଶ୍ଳୋକ, ତା ଛଡ଼ା ଦେଶ ବିଦେଶର ନାଁ, ପଶୁ ପକ୍ଷୀ, ଫୁଲ ଫଳ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ନାଁ । ଏସବୁ ଇଂରାଜୀରେ କହି ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି ବୌଦ୍ଧ ସରସରା ଗାଁର ଏହି କୁନି ବାଳିକା । ରଂଜିତ ପ୍ରଧାନ ଓ ଅନୁସୟା ବୁଦ୍ଧିଆଙ୍କ ଝିଅ ସ୍ୱାତୀ ସମୀକ୍ଷା । ଏତେ କମ୍ ବୟସରୁ ଝିଅର ଏହି ସଫଳତା ପାଇଁ ପରିବାର ଲୋକେ ଗର୍ବ ଅନୁଭବ କରୁଛନ୍ତି । 

ସ୍ୱାତୀଙ୍କ ପରି ଆଉ ଜଣେ ପ୍ରତିଭା ହେଉଛନ୍ତି ଭଦ୍ରକ ବାସୁଦେବପୁରର ମନୋଜ ସାହୁ ଓ ରୋଜାଲିନୀଙ୍କ ଝିଅ ଅନ୍ୱେଷା ସାହୁ । ବୟସ ୫ ବର୍ଷ ବି ପୁରୁନି । ମାତ୍ର ନିର୍ଭୁଲ ଭାବେ କହୁଛନ୍ତି ଦେଶ ବିଦେଶର ରାଜଧାନୀ, ଗ୍ରହ ନକ୍ଷତ୍ର ଏବଂ ଉଦ୍ଭାବକଙ୍କ ନାଁ । ଖାଲି ସେତିକି ନୁହେଁ, ସଂସ୍କୃତ ଶ୍ଳୋକ ଓ ବେଦ ଉଚାରଣ ସହ ହଜାରେରୁ ଅଧିକ ଇଂରାଜୀ ଶବ୍ଦର ବନାନ କହି ସେ ମଧ୍ୟ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି । ଏନେଇ ବାପା ମାଆଙ୍କ ପାଦ ଖୁସିରେ ତଳେ ଲାଗୁନି ।