How Safe Online Transactions Are, Know More
ଜିନିଷ କିଣା ବିକା ହେଉ ଅବା ଘ​ରେ ବସି ଖାଇବା ମଗାଇବା, ଏବେ ମୋବାଇଲ ସାହାଯ୍ୟରେ ଏସବୁ ସମ୍ଭବ ହୋଇପାରୁଛି। ସେହିପରି ବ୍ୟାଙ୍କି କାମ ମଧ୍ୟ ଆମେ ଇଣ୍ଟରନେଟ ମାଧ୍ୟମରେ ମୋବାଇଲ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ କରି ପାରୁଛୁ। ଟଙ୍କା ନେଣଦେଣ, ଏଟିଏମ୍ କାର୍ଡ଼ ପାଇଁ ଆବେଦନ ଆଦି କାମ ମଧ୍ୟ ହୋଇପାରୁଛି। ଯେମିତି ଗୋଟିଏ କ୍ଲିକରେ କାମ ହେଉଛି, ସେମିତି ଲୁଟଟି ଗୋଟିଏ କ୍ଲିକରେ ହୋଇ ପାରୁଛି। ଆଜି ବି ଅନେକ ଲୋକ ସାଇବର ଠକାମୀର ଶିକାର ହୋଇ ସର୍ବସ୍ୱାନ୍ତ ହୋଇ ଯାଉଛନ୍ତି। ତେବେ ଏସବୁ ଭୁଲ ପାଇଁ ଆପଣ ଠକାମୀର ଶିକାର ହେଉଛନ୍ତି। ଜାଣନ୍ତୁ କେଉଁ ସବୁ ଭୁଲ୍?
ପ୍ରଥମ ଭୁଲ୍
- ଭୁଲରେ କୌଣସି ସ୍ପାମ ମେଲକୁ କେବେ ହେଲେ ଖୋଲନ୍ତୁ ନାହିଁ। ଏଭଳି ଇମେଲକୁ ତୁରନ୍ତ ଡିଲିଟ କରି ଦିଅନ୍ତୁ। ଯଦି ଆପଣଙ୍କୁ ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା ନିଶ୍ଚିତ କରିବାକୁ କିମ୍ବା ପୂରଣ କରିବାକୁ କୁହାଯାଉଛି, ତେବେ ସତର୍କ ରୁହନ୍ତୁ। ଏହା ଦ୍ୱାରା ଆପଣ ଠକାମୀର ଶିକାର ହୋଇ ପାରନ୍ତି।
ଦ୍ୱିତୀୟ ଭୁଲ୍
- ଯଦି କେହି ଅଜଣା ବ୍ୟକ୍ତି ଆପଣଙ୍କୁ ଏକ ଇମେଲ ପଠାଉଛି ଏବଂ ଏଥିରେ ସେ ଆପଣଙ୍କୁ ଲଟେରୀ କିମ୍ବା କୌଣସି ଲିଙ୍କରେ କ୍ଲିକ କରିବାକୁ କହୁଛି, ତେବେ ସାବଧାନ ରୁହନ୍ତୁ। ଲିଙ୍କ କ୍ଲିକ କରିବା କ୍ଷଣି ଆପଣଙ୍କ ତଥ୍ୟ ଅନ୍ୟ ବ୍ୟକ୍ତି ବା ସାଇବର ଠକ ପାଖକୁ ଯାଇପାରେ।
ତୃତୀୟ ଭୁଲ୍
- ଯଦି କେହି ଆପଣଙ୍କୁ ହ୍ୱାଟ୍ସଆପ, ଇମେଲ କିମ୍ବା ମେସଜ୍ ଜରିଆରେ କୌଣସି ଆପର ଲିଙ୍କ ପଠାଉଛି ଓ ଏହାକୁ ଡାଉନଲୋଡ଼ କରିବାକୁ କହୁଛି, ତେବେ ଏପରି ଭୁଲ ଆଦୌ କରନ୍ତୁ ନାହିଁ। କାରଣ ଆପଣଙ୍କ ବ୍ୟାଙ୍କିଂ ସୂଚନା ଚୋରାଇବା ପାଇଁ ଏଭଳି ଆପ ପ୍ରସ୍ତୁତ କରାଯାଇଥାଏ।
ଚତୁର୍ଥ ଭୁଲ୍
- ନିଜ ମୋବାଇଲ ଫୋନ କିମ୍ବା ବ୍ୟକ୍ତିଗତ କମ୍ପ୍ୟୁଟର ବ୍ୟତୀତ ଅନ୍ୟ କୌଣସି ସିଷ୍ଟମରେ ଅନଲାଇନ ବ୍ୟାଙ୍କିଂର ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ତଥ୍ୟ ସେହି ସିଷ୍ଟମରେ ରହିପାରେ। କୌଣସି ସମୟରେ କେହି ବି ଏହାର ଅପବ୍ୟବହାର କରିପାରେ। ଅନଲାଇନ ନେଣଦେଣ କରିବା ପୂର୍ବରୁ ପ୍ରଥମେ ୱେବସାଇଟର ସତ୍ୟତା ଯାଞ୍ଚ କରନ୍ତୁ।
ପଞ୍ଚମ ଭୁଲ୍
- ଅନେକ ଲୋକ କୌଣସି ଆପ ଇନ୍ଷ୍ଟଲ କରିବା ସମୟରେ କିମ୍ବା କଲରେ ନିଜ ବ୍ୟାଙ୍କିଂ ତଥ୍ୟ ଯେପରିକି, ଏଟିଏମ କାର୍ଡ଼ ନମ୍ବର, ପିନ ନମ୍ବର, ସିଭିଭି ଏବଂ ଓଟିପି ଆଦି ସେୟାର କରି ଥାଆନ୍ତି। କିନ୍ତୁ ଏଠାରେ ଜାଣିବା ଜରୁରୀ ଯେ, ବ୍ୟାଙ୍କ କିମ୍ବା ବ୍ୟାଙ୍କ କର୍ମଚାରୀ କୌଣସି ପରିସ୍ଥିତିରେ ଆପଣଙ୍କଠାରୁ ଏଭଳି ଗୁପ୍ତ ତଥ୍ୟ ମାଗନ୍ତି ନାହିଁ। ତେଣୁ କୌଣସି ଅର୍ଥ ଦେଣନେଣ ତଥ୍ୟ ଆଦୌ ସେୟାର କରନ୍ତୁ ନାହିଁ।
ବର୍ତ୍ତମାନ ସମୟରେ ବୈଷୟିକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମେ ବହୁତ ଆଗକୁ ବଢିଛେ। ଅର୍ଥାତ୍ ଏବେ ଘରେ ବସି ସମସ୍ତ କାମ ମୋବାଇଲ୍ କିମ୍ବା ଲାପଟପ୍ ଜରିଆରେ କରିପାରୁଛେ। ତେବେ ଏସବୁ ମଧ୍ୟରେ ସାଇବର ଅପରାଧ ମଧ୍ୟ ବହୁତ ବଢି ଚାଲିଛି। ବିଶ୍ୱର ଅନେକ ବ୍ୟାଙ୍କ୍ ଲଗାତାର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଫିଶିଂ ଇ-ମେଲ୍ ରୂପରେ ଆପଣଙ୍କର ବ୍ୟାଙ୍କିଙ୍ଗ ସୂଚନା ଚୋରୀ କରିବାକୁ ଚେଷ୍ଟା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645501234.jpg)