ବିଟ କଏନରେ ଖେଳି ବିଦେଶରେ ସଂପତ୍ତି କିଣୁଛି ଅଣ୍ଡରୱାର୍ଲଡ ଡନ ଦାଉଦ୍‌ ଇବ୍ରାହିମ

କଳା ଆୟରୁ ହେଉଛି କଳା ସାମ୍ରାଜ୍ୟର ବିସ୍ତାର। ବିଭିନ୍ନ ସ୍ଥାନରେ ନିବେଶ ସହ ବିଦେଶରେ କିଣୁଛି ସଂପତ୍ତି। ବିଶେଷ କରି ୱାଲେଟ୍‌ ଜରିଆରେ କଳା ଟଙ୍କାକୁ ଏପଟ ସେପଟ କରୁଛି ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ୍‌ ଇବ୍ରାହିମ। ଆରବ ଦେଶରେ ଟ୍ରାଞ୍ଜାକସନ କରି ରିଅଲ ଇଷ୍ଟେଟ୍‌ ପ୍ରପର୍ଟି କିଣୁଥିବା ନଜରକୁ ଆସିଛି...

ବିଟ କଏନରେ ଖେଳି ବିଦେଶରେ ସଂପତ୍ତି କିଣୁଛି ଅଣ୍ଡରୱାର୍ଲଡ ଡନ ଦାଉଦ୍‌ ଇବ୍ରାହିମ

ବିଟ କଏନରେ ଖେଳୁଛି ହାଉଦ। କଳା ଆୟରୁ ହେଉଛି କଳା ସାମ୍ରାଜ୍ୟର ବିସ୍ତାର। ବିଭିନ୍ନ ସ୍ଥାନରେ ନିବେଶ ସହ ବିଦେଶରେ କିଣୁଛି ସଂପତ୍ତି। ଏମିତି କଳା ସଂପତ୍ତି ଠୁଳ କରି ହେଉଛି ମାଲାମାଲ । ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ୍‌ ଇବ୍ରାହିମକୁ ନେଇ ଏମିତି ତଥ୍ୟ ସାମ୍ନାକୁ ଆସିଛି। ଅଣ୍ଡରୱାର୍ଲଡ ଡନ ଦାଉଦ୍‌ ଏବେ ବିଟ କଏନରେ ଖେଳ ଆରମ୍ଭ କରି ଦେଇଛି। ଯାହାକୁ ବ୍ୟବହାର କରି ସେ ନିଜର କଳା ସାମ୍ରାଜ୍ୟ ବଢାଇ ଚାଲିଥିବା ବେଳେ କଳା ଆୟକୁ ବିଭିନ୍ନ କ୍ଷେତ୍ରରେ ନିବେଶ କରୁଥିବା ସୂଚନା ମିଳିଛି।

ଅପରାଧ ସାମ୍ରାଜ୍ୟ ବଢାଇବା ପାଇଁ ବିଟ କଏନ ପ୍ରମୁଖ ମାଧ୍ୟମ ବୋଲି କୁହାଯାଉଛି। କାରଣ ଏହା ଏକ ଏମିତି କରେନ୍ସି ଯାହାକୁ ଟ୍ରାକ କରାଯାଇ ପାରିବ ନାହିଁ। ସମୟର ପରିବର୍ତ୍ତନ ସହ ଦାଉଦ ବି ନିଜ ରଣନୀତି ବଦଳାଇ ଦେଇଛି । ଏବେ ସେ ନିଜ କଳା କାରବାରକୁ ବଢ଼ାଇବା ପାଇଁ ଡିଜିଟାଲ ଟୁଲ୍‌ର ବ୍ୟବହାର କରୁଛି। ଯେଉଁଥି ପାଇଁ ଦାଉଦ ଡିଜିଟାଲ କରେନ୍ସିରେ ଖେଳିବା ଆରମ୍ଭ କରି ଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏମିତି ଗୁପ୍ତ ସୂଚନା ପାଇଛି । ଭାରତର ମୋଷ୍ଟ ୱାଣ୍ଟେଡ୍‌ ଦାଉଦ୍‌ର ବିଟ୍‌ କଏନ୍‌ କାରବାରକୁ ନେଇ ଇଡି ତଦନ୍ତ ଆରମ୍ଭ କରି ଦେଇଛି ।

ସୂଚନା ଅନୁସାରେ, ମନି ଲଣ୍ଡରିଂ ବା ବେଆଇନ ଅର୍ଥ କାରବାରରୁ ସଂଗ୍ରହ ହେଉଥିବା ଟଙ୍କାରେ ଦାଉଦ୍‌ ଇବ୍ରାହିମ ବିଟ୍‌ କଏନ୍‌ କିଣୁଥିବା ସନ୍ଦେହ କରାଯାଉଛି। ପରେ ଏହି ବିଟ୍‌ କଏନକୁ ବ୍ୟବହାର କରି ବିଦେଶରେ ସମ୍ପତ୍ତି କିଣୁଛି। ଏମିତି ସୁରାକ ପାଇବା ପରେ ଡି-କମ୍ପାନି ଉପରେ ଇଡି ତୀକ୍ଷ୍ଣ ନଜର ରଖି ତଦନ୍ତକୁ ଜୋରଦାର କରିଛି ।

ପ୍ରଥମେ ଜୁଆ, ଡ୍ରଗ୍ସ ଚାଲାଣ ଏବଂ ଧମକ ଦେଇ ଟଙ୍କା ଅସୁଲ ଭଳି କାମରୁ ଆସୁଥିବା ଟଙ୍କାର ଏକ ବଡ଼ ଅଂଶକୁ ବିଟ୍‌ କଏନ୍‌ କିଣାରେ ବ୍ୟୟ କରାଯାଇଛି। ଏହା ପରେ ପ୍ରପର୍ଟି କ୍ରୟରେ ଏସବୁ ବ୍ୟବହାର ହେଉଛି। ଏମିତିକି କଳା କାରବାରରୁ ମିଳୁଥିବା ଆୟକୁ ଦାଉଦ୍‌ ଅନେକ ୱାଲେଟ୍‌ ଜରିଆରେ ଏପଟ ସେପଟ କରିଥାଏ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ଦାଉଦ୍‌ ପାଇଁ ସଂଯୁକ୍ତ ଆରବ ଏମିରେଟ୍‌ସ ମନ ପସନ୍ଦର ଜାଗା। ଏଠାରେ ୱାଲେଟ ଜରିଆରେ ସେ ବିପୁଳ ମାତ୍ରାରେ ଟ୍ରାଞ୍ଜାକ୍‌ସନ କରୁଛି। ଏହା ସହିତ ରିଅଲ ଇଷ୍ଟେଟ୍‌ ପ୍ରପର୍ଟି କିଣୁଛି। ଆଉ ୟୁଏଇକୁ ଟଙ୍କା ପଠାଇବା ପାଇଁ ଦାଉଦ୍‌ ଗ୍ୟାଙ୍ଗ୍‌ ନିକଟରେ ଏକ ମଜଭୁତ ହୱାଲା ନେଟ୍‌ୱର୍କ ରହିଥିବା ମଧ୍ୟ କୁହାଯାଉଛି।

ବେଆଇନ ଅର୍ଥ କାରବାର ନିବାରଣ ଆଇନ ଅଧୀନରେ ଦାଉଦ୍‌ ଇବ୍ରାହିମ ଏବଂ ତା’ର ନିକଟ ସହଯୋଗୀମାନଙ୍କ ବିରୋଧରେ ଇଡି ମାମଲା ଦାଏର କରିଛି ।