Advertisment

ଡ଼ାଲି, ଚାଉଳ ରେଟ୍‌ ଦେଖି ଗ୍ରାହକ ଛାନିଆଁ !

ଖାଉଟିଙ୍କ କହିବା କଥା, ସବୁ ଜିନିଷର ଦାମ ବଢ଼ିଯାଉଛି।  ଢେର୍ ବାଧୁଛି  କେମିତି ଚଳିବେ, କିଛି ବୁଝି ହେଉନି।

ଅଦ୍ୟତନ ହୋଇଛି
grocery price hike

grocery price hike

Advertisment

ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ମାର୍କେଟିଂ ଲାଗି ବି ଘରୁ ବାହାରିବାକୁ ଏକପ୍ରକାର ଡରିଲେଣି। ପୂର୍ବରୁ ପେଟ୍ରୋଲ, ଡିଜେଲ ଓ ଏଲପିଜିର ଚଢ଼ା ଦାମ୍‌ରେ ସନ୍ତୁଳି ହେଉଥିବା ଖାଉଟି ପେଟରେ ଏବେ ନାତ ମାରିଛି ନିତିଦିନିଆ ଜିନିଷର ମହଙ୍ଗା ପ୍ରହାର। ଚାଉଳଠୁ ଆରମ୍ଭ କରି ଅଟା, ସୁଜି, ମଇଦା ଆଦି ସବୁ ଜିନିଷର ଦାମ ଉପରମୁହାଁ ହେବାରେ ଲାଗିଛି। ଖୁଚୁରା ବଜାରରେ ଗତ ୧୫ ଦିନ ଭିତରେ ଚାଉଳ କିଲୋ ପିଛା ୫ରୁ ୬ ଟଙ୍କା ବଢ଼ିଥିବା ବେଳେ ଅଟା ୨ରୁ ୩ ଟଙ୍କା, ସୁଜି ୩ରୁ ୪ ଟଙ୍କା, ମଇଦା ୫ ଟଙ୍କା ମହଙ୍ଗା ହୋଇଛି।

Advertisment

ଏମିତିକି ୧୫-୨୦ ଦିନ ତଳେ ୯୦ ଟଙ୍କାରେ ବିକ୍ରି ହେଉଥିବା ହରଡ଼ ଡାଲି ଦର ଏବେ ୧୧୦ରୁ ୧୨୦ ଟଙ୍କା। ଖାଉଟିଙ୍କ କହିବା କଥା, ସବୁ ଜିନିଷର ଦାମ ବଢ଼ିଯାଉଛି।  ଢେର୍ ବାଧୁଛି  କେମିତି ଚଳିବେ, କିଛି ବୁଝି ହେଉନି। ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ଗୋଦାମ ଓ ଚାଉଳ ମିଲରୁ ଅଧିକ ଦାମ୍‌ରେ ଜିନିଷ କିଣିବାକୁ ପଡ଼ୁଥିବାରୁ ଖୁଚୁରା ଦାମ ବଢ଼ିଛି।  

ଏପଟେ ଦରଦାମ୍ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଗହମ ଓ ଅଟା ପରେ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର। ସାମୟିକ ଭାବେ ଭଙ୍ଗା ଚାଉଳ ରପ୍ତାନୀକୁ ନିଷିଦ୍ଧ କରିବାକୁ ସରକାର ଗୁରୁତର ସହ ଆଲୋଚନା କରୁଛନ୍ତି। ବିଶ୍ୱ ଚାଉଳ ରପ୍ତାନିରେ ୪୦ ପ୍ରତିଶତ ଅଂଶୀଦାର ଥିବା ଭାରତ ଭଙ୍ଗା ଚାଉଳରେ କଟକଣା ଲଗାଇଲେ, ଚୀନ୍ ସମେତ ଏହା ଉପରେ ନିର୍ଭରଶୀଳ ବହୁ ଏସୀୟ ରାଷ୍ଟ୍ର ପ୍ରଭାବିତ ହେବାର ଆଶଙ୍କା ଦେଖାଦେଲାଣି।

Advertisment

ଏନେଇ ବ୍ୟବସାୟୀ ସଂଘ କହିଛି, ଚାଉଳ ଓ ଗହମଜାତ ସାମଗ୍ରୀ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାର FCI ଦ୍ୱାରା ସଂଗୃହିତ ଧାନ ଓ ଗହମକୁ ଖୋଲା ବଜାରରେ ବିକ୍ରି କରନ୍ତୁ କିଭଳି ସାଧାରଣ ଜନତା ଦରବୃଦ୍ଧିରୁ ମୁକୁଳି ପାରିବେ, ତାହା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଅପିଲ୍ କରିଛି ରାଜ୍ୟ ବ୍ୟବସାୟୀ ସଂଘ।  
ଏବେ ଦେଖିବାର କଥା, ଚାଉଳ ରପ୍ତାନି ଉପରେ ସରକାର ନେବାକୁ ଥିବା ପ୍ରତିବନ୍ଧକ ସାଧାରଣ ଖାଉଟିର ବୋଝକୁ କେତେ ହାଲୁକା କରୁଛି।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

Grocery Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ