ଆଜି ସମବାୟ ନିର୍ବାଚନ: ୨୪୪ ସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏଁ ଚାଲିବ। 

Co-operative Election

ଆଜି ସମବାୟ ନିର୍ବାଚନ। ପ୍ରାଥମିକ ସମବାୟ ସମିତି ଗୁଡ଼ିକରେ ପରିଚାଳନା ପରିଷଦ ଗଠନ ପାଇଁ ଆଜି ଏବଂ ଜୁନ୍ ୨୬ ତାରିଖରେ ଭୋଟ ହେବ। ଆଜି ମୋଟ ୩ ହଜାର ୨ ଶହ ୫୨ଟି ସମବାୟ ସମିତିରେ ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ସେ ମଧ୍ୟରୁ ୨ ହଜାର ୫ ଶହ ୧୧ ସମିତିରେ ସଦସ୍ୟ ଓ ସଦସ୍ୟା ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। 

ଏଣୁ ବାକି ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେଉଛି। ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏଁ ଚାଲିବ। ନିର୍ବାଚନ ପରିଚାଳନା ନିମନ୍ତେ ପ୍ରିଜାଇଡିଙ୍ଗ ଅଫିସର, ପୋଲିସ ଅଫିସର ଏବଂ ପୋଲିସ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ୨୪୪ଟି ସମ୍ବେଦନଶୀଳ ଚିହ୍ନଟ ହୋଇଥିବା ବେଳେ ବୁଥ ଗୁଡିକରେ ମାଜିଷ୍ଟ୍ରେଟ, ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି।

୪ଲକ୍ଷ ୫୩ ହଜାର ୬୧୦ ଭୋଟଦାତା ମତଦାନ ସାବ୍ୟସ୍ତ କରିବେ। ଭୋଟ ଗ୍ରହଣ ସମାପ୍ତି ପରେ ନିର୍ବାଚନ ଅଧିକାରୀ ଏବଂ ନିୟୋଜିତ ଅଧିକାରୀଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା କରାଯିବ। ସେହିପରି ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଦିନର ଭୋଟ ଗ୍ରହଣ ହେବ।

CO_OPRETIVE_ELECTION_AVO_SK
SUNDERLAL_SIL_BYTE_SK