Astrospeak
  • Live TV
  • Read In English

୫ ବର୍ଷ ହେବ ନିଖୋଜ କୁକୁର ସହ ମାଲିକର ପ୍ରଥମ ଦେଖା : ସୋସିଆଲ ମିଡିଆରେ ଭାଇରାଲ ହେଲା ଭାବପ୍ରବଣ ଦୃଶ୍ୟ

ପୋଷା କୁକୁର ଯଦି ମାଲିକଠାରୁ ଅଲଗା ହୋଇଯାଏ, ତା’ହାଲେ କ’ଣ ହୁଏ? ଆପଣ କେବେ ଏମିତି ସେପରି ଦୃଶ୍ୟ ଦେଖିଛନ୍ତି କି? ସୋସିଆଲ୍‌ ମିଡିଆରେ ଏବେ ଏମିତି ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ୫ ବର୍ଷ ଧରି ଅଲଗା ଥିବା ଏକ କୁକୁର ତା’ ମାଲିକକୁ ଭେଟୁଥିବାର ଦୃଶ୍ୟ...

Dog Reunites With Its Owner
କୁକୁର ହୋଇଥିଲା ନିଖୋଜ। ୫ ବର୍ଷ ପରେ ମିଳିଲା ପତ୍ତା।

ଘରକୁ ଫେରିଛି ହଜିଲା କୁକୁର । ନିଖୋଜ କୁକୁରର ୫ ବର୍ଷ ପରେ ପତ୍ତା ମିଳିଛି । ମାଲିକ ପାଖକୁ ଫେରିଆସିଛି ପୋଷା କୁକୁର । ତେବେ ସେହି ସମୟର ଦୃଶ୍ୟ ଦେଖି ସମସ୍ତେ ଭାବପ୍ରବଣ ହୋଇଯାଉଛନ୍ତି । ନିକଟରେ ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି । ଭାଇରାଲ୍‌ ଭିଡିଓରେ ୫ ବର୍ଷ ଧରି ଅଲଗା ହୋଇଥିବା ଏକ କୁକୁର ମାଲିକକୁ ଭେଟୁଥିବା ଦେଖିବାକୁ ମିଳିଛି। ସତରେ ଏସମ୍ପର୍କ ଖୁବ ନିଆରା ।

ଗୁଡ୍‌ନିଉଜ୍‌ ମୁଭ୍‌ମେଣ୍ଟର ଟ୍ବିଟର୍‌ ପେଜ୍‌ରେ ଏ ଭିଡିଓଟି ସେୟାର ହୋଇଛି। ଭିଡିଓରେ ଏ କୁକୁରର ମାଲିକାଣୀ ପ୍ରତି ଥିବା ଭାବ ପ୍ରବଣତାକୁ ଦେଖିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ। ମହିଳା ଜଣକ ଦୀର୍ଘ ୫ ବର୍ଷ ପରେ ନିଜର ପୋଷା କୁକୁରକୁ ଦେଖିବା ପରେ ଖୁସିରେ ଆତ୍ମ ବିଭୋର ହୋଇ ଯାଇଛନ୍ତି। ଆଉ କୁକୁର ମଧ୍ୟ ମହିଳା ଭଲ ପାଇବାକୁ ବୁଝି ଯାଇଛି।

ସୋସିଆଲ ମିଡିଆର ଏହି ଭିଡିଓଟି ଆଜି ସୁଦ୍ଧା ୧୦ ଲକ୍ଷ ଭିୟୁ ହୋଇ ସାରିଲାଣି । କୁହାଯାଉଛି, ଏହି କୁକୁରଟିକୁ ୫ ବର୍ଷ ତଳେ କେହି ଜଣେ ଚୋରି କରି ନେଇ ଯାଇଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ପୁଣି ଥରେ ନିଜ କୁକୁରକୁ ଫେରି ପ‌ାଇଥିଲେ । ପଶୁମାନଙ୍କ ମଧ୍ୟରେ କୁକୁର ହେଉଛି ବେଶୀ ବିଶ୍ୱସ୍ତ। ସେଥି ପାଇଁ ଅଧିକାଂଶ ଲୋକ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି।