Advertisment

ଦୁର୍ଦ୍ଦିନରେ ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର: ମିଳୁନି ହଷ୍ଟେଲ୍‌, ବସ୍ତିରେ ରହି ଆହାର କେନ୍ଦ୍ରରେ ଖାଉଛନ୍ତି

ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି।

Divyang Students Of Ravenshaw University Lead Miserable Life

Divyang Students Of Ravenshaw University Lead Miserable Life

Advertisment

ଦୁର୍ଦ୍ଦିନରେ ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ଆହାର କେନ୍ଦ୍ର ପାଲଟିଛି ପିଲାମାନଙ୍କ ଭୋଜନାଳୟ। ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୮ ଜଣ ଦିବ୍ୟାଙ୍ଗ ଛାତ୍ର। ସମସ୍ତେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢନ୍ତି, କିନ୍ତୁ ହଷ୍ଟେଲରେ ରହିବା ପାଇଁ ଅର୍ଥାଭାବରୁରୁ କଟକ କାଠଯୋଡ଼ି ବସ୍ତିରେ ଏକ ଭଡ଼ା ଘରେ ରହୁଛନ୍ତି। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି। 

Advertisment

ଦିବ୍ୟାଙ୍ଗ ଛାତ୍ର, ଲିଲୁ ସ୍ୱାଇଁ...ଘର ଗଞ୍ଜାମ ଜିଲ୍ଲା ଆସିକାରେ। ଲିଲୁଙ୍କ ବାପା ଜଣେ ଦିନ ମଜୁରିଆ। ଖାଲି ଲିଲୁ ନୁହଁନ୍ତି, ତାଙ୍କ ସହ ରହୁଥିବା ଅନ୍ୟ ଦିବ୍ୟାଙ୍ଗ ଛାତ୍ରମାନେ ମଧ୍ୟ ବହୁତ ଗରିବ ପରିବାରରୁ ଆସିଛନ୍ତି। 

ଘରଠାରୁ ଚାଲି ଚାଲି କଟକ ସିଡ଼ିଏ ସେକ୍ଟର ୬କୁ ଯିବା ପରେ ସେଠାରେ ‘ମୋ ବସ୍’ରେ ଓଏମ୍‌ପି ଏବଂ ସେଠାରୁ ପୁଣି ଚାଲି ଚାଲି ରେଭେନ୍ସା ଯାଇଥାନ୍ତି ଏହି ଦିବ୍ୟାଙ୍ଗ ଛାତ୍ର। କ୍ଲାସ୍ ସରିବା ପରେ ପୁଣି ସମସ୍ତେ ଏକାଠି ହୋଇ ବସ୍ତିକୁ ଫେରିବା ପୂର୍ବରୁ ଓଏମ୍‌ପି ଠାରେ ଥିବା ଆହାର କେନ୍ଦ୍ରରେ ୫ ଟଙ୍କିଆ ମିଲ୍ ଖାଇ ଫେରିଥାନ୍ତି। ପାଠ ପଢା ସରିବା ପରେ ରାତିରେ କିଛି ଥିଲେ ଖାଇଥନ୍ତି ନ ହେଲେ ଉପାସରେ ଶୋଇଯାଆନ୍ତି।

Advertisment

ଅସୁବିଧାକୁ ନେଇ ଦିବ୍ୟାଙ୍ଗ ଛାତ୍ର ଲିଲୁ ସ୍ୱାଇଁ କହିଛନ୍ତି, ‘ଆମକୁ ହଷ୍ଟେଲ୍‌ ସୁବିଧା ମିଳୁନାହିଁ। ଏଥିପାଇଁ ଆମେ ବହୁତ ଚେଷ୍ଟା କଲୁ। ହେଲେ କିଛି ଫାଇଦା ମିଳିଲାନି। ଶେଷରେ ବସ୍ତିରେ ଘର ଭଡ଼ା ନେଇ ରହିଲୁ। ଯେଉଦିନ କଲେଜ ଖୋଲା ଥାଏ, ସେହିଦିନ ଦିନ ବେଳା ଆହାର କେନ୍ଦ୍ରରେ ଖାଉ। ରାତିରେ ଯେଉଁଦିନ ଯାହା ଥାଏ, ସେହି ଦିନ ତାହା ଖାଉ।’

ପ୍ରଥମେ ଗଞ୍ଜାମର ରାଜେଶ ଗୁରୁ ଏବଂ ଲିଲୁ ସ୍ୱାଇଁ କାଠଯୋଡ଼ି ବସ୍ତିରେ ରହିବା ପରେ ବୌଦ୍ଧ, ବରଗଡ଼, ଗଜପତି ଜିଲ୍ଳାର ଗରିବ ଛାତ୍ରମାନେ ମଧ୍ୟ ଅର୍ଥାଭାବ ଯୋଗୁ ସେମାନଙ୍କ ସହ ରହିବାକୁ ଆରମ୍ଭ କରିଥିଲେ। ପାଠ ପଢ଼ିବା ସହ ସ୍ୱାବଲମ୍ବୀ ହୋଇ ନିଜ ଗୋଡ଼ରେ ନିଜେ ଛିଡା ହେବା ପାଇଁ ଆଶା ରଖିଛନ୍ତି ଏମାନେ। ତେବେ ସରକାରୀ ସ୍ତରରେ କିମ୍ବା କେହି ସହୃଦୟ ବ୍ୟକ୍ତି ଆଗେଇ ଆସି ଏହି ଛାତ୍ରମାନଙ୍କୁ ସହାୟତାର ହାତ ବଢ଼ାଇଲେ ଏମାନେ ସୁବିଧାରେ ପଢ଼ାପଢ଼ି କରିପାରନ୍ତେ ବୋଲି ମତ ବ୍ୟକ୍ତ କରିଛନ୍ତି। 

Advertisment
Divyang Students Ravenshaw University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ