ସତରେ କଣ ଆମ୍ବ ଗଛରେ ବସି ଆମ୍ବ ଖାଇଲେ ଶ୍ରୀକୃଷ୍ଣ?

ଠାକୁର ଘରର ଆଣ୍ଠୁଆ ଗୋପାଳ ମୂର୍ତ୍ତି କେମିକି ଗଲା ଆମ୍ବ ଗଛ ଉପରକୁ? ପ୍ରଭୁ ଶ୍ରୀକୃଷ୍ଣଙ୍କର ଆମ୍ବ ଖାଇବାକୁ କାହିଁକି ଇଚ୍ଛା ହେଲା? ଘର ସାରା କେମିତି ବିଛାଡ଼ି ହୋଇପଡ଼ିଲା ତୁଳସୀ ପତ୍ର? ପ୍ରଭୁ କଣ ନିଜେ ଗଲେ ଆମ୍ବ ଗଛକୁ ନା ତାଙ୍କୁ କିଏ ନେଇ ସେଠାରେ ଥୋଇଛି? ଦେଖନ୍ତୁ ଏହି ଭିଡ଼ିଓ...ଜାଣନ୍ତୁ ଭାଇରାଲ ପଛର ସତ କଣ?

Divine Miracle ! Lord Krishna's idol 'climbs mango tree to devour fruit' in Sonepur

ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଆମ୍ବ ଡାଳରେ ବସିଥିବାର ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀକୃଷ୍ଣଙ୍କ ପାଟି ପାଖରେ ଗୋଟିଏ ଆମ୍ବ ରହିଥିବାର ଦେଖିବାକୁ ମିଳିଛି । ହୁଏତ ଏ ଦୃଶ୍ୟ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଆସୁଥିବ କି ଠାକୁର ଘରେ ଯାହାଙ୍କର ପୂଜା ହେବାର କଥା ସେ ମୂର୍ତ୍ତି ଗଛ ଉପରକୁ ଆସିଲା କେମିତି? ପୁଣି ତାଙ୍କ ମୁହଁ ପାଖରେ ଆମ୍ବ ରଖିଲା କିଏ?

ଘଟଣା ପଛର ଯେଉଁ କାହାଣୀ ସାମ୍ନାକୁ ଆସୁଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ବସ୍‌ଷ୍ଟାଣ୍ଡ ପାଖରେ ଥିବା ଲଳିତ ଅଗ୍ରୱାଲଙ୍କ ଘରେ ଏଭଳି କିଛି ଦେଖିବାକୁ ମିଳିଛି । ସବୁଦିନ ପରି ଲଲିତ ପୂଜା ସାରି ବ୍ୟବସାୟକୁ ପଳାଇଥିଲେ। ପରେ ଲଳିଙ୍କ ସ୍ତ୍ରୀ ପିଲାଙ୍କ କୋଚିଂ ସାରି ତାଙ୍କୁ ଯେତେବେଳେ ଖାଇବାକୁ ଡାକିଲେ ଲଳିତ ଘରେ ଆସି ଦେଖିଲା ବେଳକୁ ଘର ସାରା ତୁଳସୀ ପତ୍ର ପଡ଼ିଛି । ଆଉ ଠାକୁର ଘରେ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି ମଧ୍ୟ ନାହିଁ।

ଆଉ ମୂର୍ତ୍ତି କୁଆଡେ ଗଲା ଖୋଜିବା ପରେ ଜଣାପଡ଼ିଥିଲା କି ଆମ୍ବ ଗଛ ଡାଳରେ ବସିଛି ମୂର୍ତ୍ତି। ଆଉ ଏ ଖବର ପ୍ରଚାର ହେବା ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ଆମ୍ବ ଖାଇବା ପାଇଁ ଆଣ୍ଠୁଆ ଗୋପାଳ ଆମ୍ବ ଗଛକୁ ଯିବା କଥାକୁ ଆଜିକା ସମୟରେ ବିଶ୍ୱାସ କରିବା କଷ୍ଟ। କାରଣ ଦିନଦ୍ୱିପ୍ରହରେ ଏମିତି ଭାବରେ ଗଛ ଉପରେ ବସିବା କଥାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି ।

କିନ୍ତୁ ଲଳିଙ୍କର ପୁଅ ନଥିବା କାରଣରୁ ସେ ଭଗବାନଙ୍କୁ ନିଜର ପୁଅ ମାନନ୍ତି । କେବଳ ଏବେ ନୁହେଁ ବରଂ ପୂର୍ବରୁ ବହୁବାର ଆଣ୍ଠୁଆ ଗୋପାଳ ମୂର୍ତ୍ତି ରୋଷେଇ ଘର ସହ ଅନ୍ୟ ସ୍ଥାନରେ ଥିବା ଲଳିତ ଓ ତାଙ୍କ ସ୍ତ୍ରୀ ସଙ୍ଗିତା କହିଛନ୍ତି । ତେବେ ଆମ୍ବ ଖାଉଛନ୍ତି ଆଣ୍ଠୁଆ ଗୋପାଳ କଥା ପ୍ରଚାର ହେବା ପରେ ଲଳିତଙ୍କ ଘରକୁ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା । ଆଉ ଏହି ଦୃଶ୍ୟକୁ ସମସ୍ତେ ମୋବାଇଲରେ ଉତ୍ତୋଳନ କରୁଥିବାର ମଧ୍ୟ ଦେଖାଯାଇଛି।

କିନ୍ତୁ ଆମ୍ବ ଗଛରେ ଠାକୁରଙ୍କୁ କିଏ ନେଇ ବସାଇଛି ନା ଠାକୁର ନିଜେ ଯାଇ ବସିଛନ୍ତି ତାହା ପ୍ରକୃତରେ ଜଣାପଡ଼ିନାହିଁ। ଅନ୍ୟପଟେ ଲଳିତ କହିଛନ୍ତି ଭାବର ସହ ଡାକିଲେ ଭଗବାନ ଶୁଣନ୍ତି ଓ ଏମିତି ଲୀଳାଖେଳା କରନ୍ତି । ସେ ଯାହା ବି ହେଉ, ଆମ୍ବ ଗଛରେ ବସିଥିବା ଠାକୁରଙ୍କୁ ନେଇ ଏବେ ବଢିଛି ଚର୍ଚ୍ଚା ।