ମାଛ ଦେଖି ବାନ୍ତି କରୁଛି ବିଲେଇ

ମାଛ ବିଲେଇର ପ୍ରିୟ ଖାଦ୍ୟ। କିନ୍ତୁ ଯଦି ଆପଣଙ୍କୁ କେହି କୁହେ ମାଛକୁ ବିଲେଇ ଘୃଣା କରୁଛି, ତେବେ ଆପଣ କ’ଣ ବିଶ୍ୱାସ କରିବେ? ଏହି ଭିଡିଓ ଦେଖନ୍ତୁ ବିଲେଇଟି କିପରି ମାଛକୁ ଦେଖି ବାନ୍ତି କରୁଛି।

ମାଛ ଦେଖି ବାନ୍ତି କରୁଛି ବିଲେଇ

ପିଲାମାନଙ୍କ ନଖରାମୀ ପ୍ରାୟ ସମସ୍ତେ ଦେଖିଛନ୍ତି। ଛୋଟ ପିଲାମାନେ ବିଶେଷ କରି ଖାଇବାକୁ ନେଇ ବେଶି ନଖାରାମୀ ଦେଖାନ୍ତି। ସେମାନଙ୍କୁ ଯାହା ବି ଖାଇବାକୁ ଦିଆଯାଏ ସେମାନେ ସେଥିରୁ କିଛି ନା କିଛି ଖୁଣ ବାହାର କରନ୍ତି। ଏହା ଛଡା ସେମାନେ କ୍ଷୀର ପିଇବା ବେଳେ ବେଶି ଜିଦି କରନ୍ତି। ଏ ତ ଗଲା ପିଲାମାନଙ୍କ କଥା, କିନ୍ତୁ ଆପଣ କ’ଣ ଜାଣନ୍ତି କି ପଶୁମାନେ ବି ଅନେକ ନଖରାମୀ କରନ୍ତି ବୋଲି?

ସୋସିଆଲ୍‌ ମିଡିଆରେ କୁକୁର ଏବଂ ବିଲେଇଙ୍କ ଅନେକ ଭିଡିଓ ଭାଇରାଲ ହେବା ଆପଣମାନେ ଦେଖିଥିଲେ। ଯେଉଁ ଲୋକମାନେ ଏହି ପଶୁମାନଙ୍କୁ ରଖନ୍ତି, ବେଳେବେଳେ ସେମାନେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ୍ କରନ୍ତି। ଆଜିକାଲି ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ଏକ ବିଲେଇର। ଏକ ଛୋଟ ପିଲା ପରି ସେ ବିଲେଇ ମଧ୍ୟ ଖାଇବାକୁ ନେଇ ନଖରାମୀ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳେ।

ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ କଳା ଓ ବାଦାମୀ ରଙ୍ଗର ଏକ ବିଲେଇ ଦେଖାଯାଏ। ଏହି ବିଲେଇକୁ ତା’ର ମାଲିକ ଏକ ବଡ ଚିଙ୍ଗୁଡି ଖାଇବାକୁ ଦେଉଥିବା ବେଳେ ସେ ଅନେକ ନଖରାମୀ କରୁଥିବା ଦେଖିବାକୁ ମିଳେ। ସେହି ଚିଙ୍ଗୁଡିକୁ ଦେଖି ବିଲେଇଟି ବାନ୍ତି କରି ପକାଏ। ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳେ ଯେ ବିଲେଇଟି ଯେତେବେଳେ ଚିଙ୍ଗୁଡିଟିକୁ ଦେଖୁଛି ସେ ତାକୁ ଶୁଙ୍ଗୁଛି, ତା’ପରେ ଟିକିଏ ପଛକୁ ଯାଇ ବାନ୍ତି କରିବା ଭଳି 'ଓଏ ଓଏ କରୁଛି।

ଏହା ଏକ ମଜାଦାର ଭିଡିଓ, କାରଣ ଏହିପରି ଭିଡିଓ କ୍ୱଚିତ୍ ଦେଖାଯାଏ। ବିଶେଷକରି ପଶୁମାନଙ୍କରେ ଏପରି ନଖରାମୀ ଦେଖିବାକୁ ବିରଳ। ସାଧାରଣତଃ ବିଲେଇମାନେ ବହୁତ କୌତୁକିଆ ହୋଇଥାନ୍ତି ଏବଂ ଏହି କାରଣରୁ ସେମାନଙ୍କର ନଖରାମୀ ମଧ୍ୟ ବହୁତ ସୁନ୍ଦର ହୋଇଥାଏ। ଭାଇରାଲ ହେଉଥିବା ଏହି ଭିଡିଓରେ, ଆପଣ ବିଲେଇର କୌତୁକପଣ ମଧ୍ୟ ଦେଖିବେ, ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।

ଏହି ମଜାଳିଆ ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ allsillycats ନାମକ ଏକ ଆଇଡିରୁ ସେୟାର କରାଯାଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ୨ ଲକ୍ଷ ୪୦ ହଜାରରୁ ଅଧିକ ଭ୍ୟୁ ଗ୍ରହଣ କରାଯାଇଥିବାବେଳେ ୬ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଏଥିସହିତ, ଅନେକ ଲୋକ ଭିଡିଓ ଦେଖିବା ପରେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, “ଏହି ବିଲେଇକୁ ବୋଧହୁଏ ଆଲର୍ଜି ଅଛି”। ଏହି ସମୟରେ ଅନେକ ଲୋକ ମଧ୍ୟ ବିଲେଇର କୌତୁକତାକୁ ବେଶ ପ୍ରଶଂସା କରିଛନ୍ତି।