Astrospeak
  • Live TV
  • Read In English

ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ହେଲା ଗଛ ଉପରେ ରହିଛି ଯୁବକ

ଗୋଟିଏ ଦିନ ହେଇଗଲା ସେମିତି ଗଛ ଉପରେ ବସି ରହିଛନ୍ତି ଯୁବକ। ଯେତେ ବୁଝାବୁଝା କଲେ, ଯେତେ କଅଁଳେଇ କହିଲେ ବି ସେ ତଳକୁ ଆସୁନି। ଖାଇବା ଆଉ ପାଣି ଯାଚିଲେ ବି ନଉନି। ଯିଏ ଯାଉଛି ତାକୁ ମାରିବାକୁ କହୁଛି।

The young man has been on the tree for more than 24 hours
ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ହେଲା ଗଛ ଉପରେ ରହିଛି ଯୁବକ

ସୁନ୍ଦରଗଡ (ବିଜୟ ବରୁଆ ): ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଇଗଲା ସେମିତି ଗଛ ଉପରେ ବସି ରହିଛନ୍ତି ଯୁବକ। ଯେତେ ବୁଝାବୁଝା କଲେ, ଯେତେ କଅଁଳେଇ କହିଲେ ବି ସେ ତଳକୁ ଆସୁନି। ଦୀର୍ଘ ୨୪ ଘଣ୍ଟା ଗଛ ଉପରେ ଥିବାରୁ କାଳେ ଭୋକ ହେଉଥିବ, କାଳେ ଶୋଷ ଲାଗୁଥିବ ଏହା ଭାବି ଗ୍ରାମବାସୀ ଯାଚୁଛନ୍ତି ଖାଇବା ଆଉ ପାଣି। କିନ୍ତୁ ସେ କିଛି ନଉନି କି ତଳକୁ ଆସୁନି।

ଏହି ଘଟଣା ହେଉଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ତିଲେଇମାଲ ଗାଁର। ସୋମବାର ପାଖାପାଖି ସଂଧ୍ୟା ୬ଟା ବେଳେ ଏହି ଯୁବକ ଜଣକ ଗଛରେ ଚଢିଥିବା ଜଣାପଡିଛି। ତାଙ୍କର ଏହି କାରନାମା ଗାଁ ଲୋକେ ଦେଖିଲା ପରେ ପୋଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଛି ଥିଲେ ଆଉ ଯୁବାକଙ୍କୁ ଉଦ୍ଧାର କରିବାକୁ ପାଇଁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ସମସ୍ତେ ହୋଇଥିଲେ ବିଫଳ। ସ୍ଥାନୀୟ ଲୋକଙ୍କ କହିବାନୁସାରେ ତା’ ହାତରେ ଥିଲା ମାରଣାସ୍ତ୍ର ଆଉ ଠେଙ୍ଗା। ଯିଏ ଉଦ୍ଧାର କରିବାକୁ ଯାଉଥିଲା ସେ ତାଙ୍କୁ ମାରୁବାକୁ କହୁଥିଲା।

ଯୁବକ ଜଣକ ଝାରଖଣ୍ଡର ଗୁମଲା ଅଞ୍ଚଳର ବୋଲି କହୁଥିବା ବେଳେ କାହିଁକି ଓ କ’ଣ ଉଦେଶ୍ୟ ନେଇ ସେ ଗଛରେ ଚଢିଥିବା କିଛିଜଣାପଡୁ ନାହିଁ। ଯିଏ ବି ତାକୁ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି ସେ ତାଙ୍କୁ ବାଡିରେ ପିଟିବା ପାଇଁ ଉଦ୍ୟମ କରୁଛି। ଗାଁ ଲୋକେ ଅନେକ ଚେଷ୍ଟା କରି ତାକୁ ପାଣି ଓ ଖାଦ୍ୟ ଦେବା ପାଇଁ ଚାହୁଁଥିଲେ ମଧ୍ୟ ସେ ନେଉ ନଥିବା ଦେଖିବାକୁ ମିଳିଛି। ବାରମ୍ବାର ଚେଷ୍ଟା ପରେ ତାକୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇ ପାରିନାହିଁ।

ଗ୍ରାମବାସୀଙ୍କ କହିବା ଅନୁସାରେ ଯୁବକକୁ ଉଦ୍ଧାର କରିବା ନେଇ ଅଛଳବାସୀ ପ୍ରାୟ ରାତି ୧୧ଟା ପର୍ଯ୍ୟନ୍ତ ଜଗି ରହିଥିଲେ। କିନ୍ତୁ ଯୁବକ ଜଣକୁ ତଳକୁ ଆସି ନ ଥିଲା। ଫଳରେ ଗ୍ରାମବାସୀ ନିଜ ନିଜ ଘରକୁ ଚାଲିଯାଇଥିଲେ। ଭାବିଥିଲେ ସମସ୍ତେ ପଳେଇଲେ ରାତି ଅଧରେ ଯୁବକ ଜଣକ ତଳକୁ ଓହ୍ଲେଇବ ଆଇ କୁଆଡେ ପଳେଇଯିବ। କିନ୍ତୁ ସକାଳେ ଆସି ସେମାନେ ଦେଖନ୍ତି ତ ଯୁବକ ଜଣକ ସେମିତି ଗଛ ଉପରେ ଅଛି।

ଯୁବକଙ୍କୁ ଏପରି ଅବସ୍ଥାରେ ଦେଖି ସେମାନେ ତା ନାଁ, ଗାଁ ସବୁ ପଚାରିଥିଲେ। ସେ କାହିଁକି ଗଛରେ ଚଢିଛି, ତା’ର କ’ଣ ହେଇଛି ପଚାରିଥିଲେ ବି କିଛି ଉତ୍ତର ପାଇ ନ ଥିଲେ। ତାକୁ ସମସ୍ୟା ପଚାରିଥିଲେ। ଯାହା ଅସୁବିଧା ଥିବା ସବୁ ସମାଧାନ କରିବେ ବୋଲି କହିଥିଲେ। ଖାଇବାକୁ, ପିଇବାକୁ ସବୁ ଦେବେ ବୋଲି ମଧ୍ୟ କହିଥିଲେ। କିନ୍ତୁ ଯୁବକ ଜଣକ କିଛି ଶୁଣି ନଥିଲା ବି ଗଛ ତଳକୁ ଆସି ନଥିଲା।