Advertisment

ଖତ ଖାଉଛି ବିଏମ୍‌ସିର କୋଟି କୋଟି ଟଙ୍କାର ମୋବାଇଲ୍ ପାଇଖାନା

ଦେଖାଦେଇଛି ସରକାର କା ମାଲ୍ ଦରିଆ ମେଁ ଡାଲ୍ ପରିସ୍ଥିତି। ଖତ ଖାଉଛି ବିଏମ୍‌ସିର ମୋବାଇଲ୍ ପାଇଖାନା । ରକ୍ଷଣାବେକ୍ଷଣ ଅଭାବରୁ ଭ୍ରାମ୍ୟମାଣ ପାଇଖାନା ଅଚଳ ହୋଇପଡିଛି। ପାଣିରେ ପଡ଼ିଛି କୋଟି କୋଟି ଟଙ୍କା।

undefined

BMC's mobile latrines worth crores of rupees damaging

Advertisment

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ବାହ୍ୟ ମଳତ୍ୟାଗମୁକ୍ତ ତଥା ସ୍ୱଚ୍ଛ ନିର୍ମଳ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୋବାଇଲ୍‌ ଟୟଲେଟ୍ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ଛକ ଓ ସଭା ସମିତି ସମୟରେ ଜନସମାଗମ ହେଲେ ଲୋକେ ଯେମିତି ଖୋଲାରେ ଝାଡ଼ା ପରିସ୍ରା ନ କରନ୍ତି, ସେଥିପାଇଁ ବଡ଼ ଧୁମ୍‌ଧାମ୍‌ରେ ୨୦୧୯ରେ ଉଦ୍‌ଘାଟନ କରାଯାଇଥିଲା ମୋବାଇଲ ଟୟଲେଟ୍। ୩ ବର୍ଷ ପରେ ସେସବୁ କେମିତି ଚାଲିଛି, ମୋବାଇଲ ଟୟଲେଟ୍ ଅବସ୍ଥା କେମିତି ଅଛି ଆସନ୍ତୁ ଜାଣିବା।

Advertisment

ସରକାର୍ କା ମାଲ୍, ଦରିଆ ମେଁ ଡାଲ୍। ଖତ ଖାଉଛି କୋଟି କୋଟି ଟଙ୍କାର ଭ୍ରାମ୍ୟମାଣ ଶୌଚାଳୟ। ଭୁବନେଶ୍ୱର ମହାନଗର ନିଗମ ଅଫିସ୍‌ରେ ପଡ଼ି ରହିଛି ଭ୍ରାମ୍ୟମାଣ ଶୌଚାଳୟ। କେବେଠାରୁ ଟାୟାର ପଙ୍କଚର୍ ହୋଇ ପଡ଼ିରହିଛି ଯେ କର୍ତ୍ତୃପକ୍ଷଙ୍କ ନିଘା ନାଇଁ। ଭିତରର ଧୂଳି ମଳି ଅବସ୍ଥା ଦେଖିଲେ ଲାଗୁଛି, କେଉଁ ଯୁଗରୁ ଏହା ବ୍ୟବହୃତ ହୋଇନାହିଁ। ଏଠାରେ ଯେ ମଦୁଆଙ୍କ ଆଡ୍ଡା ଜମେ, ଏଠାରୁ ମିଳିଥିବା ମଦ ବୋତଲ ଏହାର ପ୍ରମାଣ।

ପାଣି ଟ୍ୟାପ୍‌କୁ ଭାଙ୍ଗି ବୋଧହୁଏ କେହି ନେଇଯାଇଛି। ଅସନା ତ ଏମିତି ହୋଇଛି ଯେ, ପାଦ ପକାଇବାକୁ ଇଚ୍ଛା ହୁଏ ନାହିଁ। ହେଲେ କଥାଟାକୁ ବାଏଁ ବାଏଁ ଫାଙ୍କି ଦେଉଛନ୍ତି ବିଏମ୍‌ସି ଡେପୁଟି କମିଶନର୍। ସେ କହୁଛନ୍ତି, ସପ୍ତାହେ ତଳେ ଲିଙ୍ଗରାଜ ମନ୍ଦିର ପାଖରେ କାଉଡିଆଙ୍କ ପାଇଁ ରଖାଯାଇଥିଲା ଏହି ମୋବାଇଲ ଟୟଲେଟ୍।

Advertisment

ସପ୍ତାହେ ତଳେ ଏହି ମୋବାଇଲ ଟୟଲେଟ୍ ବ୍ୟବହାର ହୋଇଥିବା ଭଳି ଲାଗେନି। ଏଭଳି ଗୋଟିଏ ଗୋଟିଏ ମୋବାଇଲ ଟୟଲେଟ୍ ତିଆରି କରିବାକୁ ଗାଡ଼ିର ଦାମ୍ ଛାଡ଼ି ଖର୍ଚ୍ଚ ହୋଇଛି ୧୫ରୁ ୨୦ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ ଭୁବନେଶ୍ୱରର ବିଭିନ୍ନ ଛକରେ ବ୍ୟବହାର ପାଇଁ ୨୦୧୯ରେ ୬ କୋଟି ଟଙ୍କାରେ କିଣାଯାଇଥିଲା ୮ଟି ମୋବାଇଲ ଟୟଲେଟ୍‌। ସେଥିମଧ୍ୟରୁ ଅଧିକାଂଶ ଏବେ ଚାଲୁନି। କେଉଁଥିରେ ପାଣି ଆସୁନି, କେଉଁଠି ତାଲା ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଏଜି ଛକ, ଓଲ୍‌ଡ ଟାଉନ୍, ଜୟଦେବ ବିହାର ଛକରେ ଥିବା ଏହି ସବୁ ଟୟଲେଟ୍ ବର୍ତ୍ତମାନ ଅଚଳ।

୨୦୨୧ ସ୍ୱଚ୍ଛ ସହର ସର୍ବେକ୍ଷଣରେ ଭୁବନେଶ୍ୱରର ସ୍ଥାନ ସାରା ଦେଶରେ ଥିଲା ୧୪୪। ସେଥିରେ ପୁଣି ମୋବାଇଲ୍‌ ଟୟଲେଟ୍ ପ୍ରତି ବିଏମ୍‌ସିର ଏଭଳି ଉଦାସୀନ ମନୋଭାବ ଯୋଗୁଁ ସହରର ମାନ୍ୟତା ଉପରକୁ ଉଠିବା ଭଳି ଲାଗୁନି।

Advertisment

(ରିପୋର୍ଟ : ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ