ମା’ ନାହିଁ ସତ, ହେଲେ ମଣିଷ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ କଙ୍ଗାରୁ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଶିଶୁ କଙ୍ଗାରୁର ଭିଡିଓ। ଏହି କଙ୍ଗାରୁର ମା’ ନାହିଁ। ସେ କିନ୍ତୁ ତା’ ମାଲିକ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ ହେଉଛି। ଖୋଜୁଛି ମା’ର ଥଳି। ଦେଖନ୍ତୁ ଏହି ଭିଡିଓ…

ମା’ ନାହିଁ ସତ, ହେଲେ ମଣିଷ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ କଙ୍ଗାରୁ

ପ୍ରତ୍ୟେକ ଶିଶୁ ସେ ମଣିଷ ହୁଅନ୍ତୁ କି ପଶୁପକ୍ଷୀ, ବହୁତ କୌତୁକିଆ ଲାଗନ୍ତି। ପ୍ରତ୍ୟେକ ଶିଶୁ ମା’ର ପ୍ରେମ ପାଇବାକୁ ବ୍ୟାକୁଳ ହୁଅନ୍ତି। ବର୍ତ୍ତମାନ ସେମିତି ଏକ ଶିଶୁ କଙ୍ଗାରୁର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କ ମନ କିଣୁଛି। ଶିଶୁ କଙ୍ଗାରୁ ପାଇଁ ମା’ର ପେଟରେ ଥିବା ଥଳି ହିଁ ସ୍ୱର୍ଗ ଠାରୁ କୌଣସି କମ ନୁହେଁ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ନଜର ଆସୁଥିବା କଙ୍ଗାରୁର୍ ମା’ ନାହିଁ ସତ ହେତେ ସେ ମା’ର ସୁଖ ପାଇବା ପାଇଁ ବ୍ୟାକୁଳ ହେଉଥିବା ଦେଖାଯାଏ। ସେ ତା’ର ମା’ର ଥଳିକୁ ଖୋଜୁଛି।

ଏହି କୌତୁକିଆ କଙ୍ଗାରର ଏଭଳି କାମକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି। ଭିଡିଓଟି ପୋଷ୍ଟ୍‌ ହେବା ସହ କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ “ରୁବି ତା’ ସୁନ୍ଦର ଥଳିକୁ ନ ଆସିବା ପର୍ଯ୍ୟନ୍ତ ଛାଡିବ ନାହିଁ।”

୩୦ ସେକେଣ୍ଡର ଏହି ଭିଡିଓରେ, ଏହା ଦେଖିବାକୁ ମିଳେ ଯେ ରୁବି ନାମକ ଶିଶୁ କଙ୍ଗାରୁଟି ତା’ର ମାଲିକର ଗୋଡ ଧରି ଓହଳୁଛି। ମାଲିକ ବାରମ୍ବାର ଆଗକୁ ଯିବାକୁ ଚେଷ୍ଟା କରୁଥିଲେ ବି ଶିଶୁ କଙ୍ଗାରୁଟି ତାଙ୍କୁ ଯିବାକୁ ଦେଉ ନାହିଁ। ଏଥିରୁ ଜଣାଯାଉଛି ଯେ ଏହି ଶିଶୁ କଙ୍ଗାରୁଟି ତା’ର ଥଳି ପାଇଁ ଜିଦି କରୁଛି, ଯେଉଁଥିରେ ସେ ନିଜକୁ ସୁରକ୍ଷିତ ବୋଲି ମନେକରେ।

ଶେଷରେ, ବ୍ୟକ୍ତି ଜଣକ ଯେତେବେଳେ ଏକ ଗୋଲାପୀ ରଙ୍ଗର ଥଳିଟିକୁ ଶିଶୁ କଙ୍ଗାରୁ ସାମ୍ନାରେ ରଖିଦିଅନ୍ତି, ସେ ଏହାକୁ ଦେଖି ଶୀଘ୍ର ଥଳି ଭିତରକୁ ପଶିଯାଏ ଆଉ ପରେ ଧୀରେ ଧୀରେ ମୁହଁ ବାହାର କରି ତା’ର ନିରୀହ ଆଖିରେ ଦେଖେ। ଠିକ୍ ଏତିକି ବେଳେ ଏହି ଶିଶୁ କଙ୍ଗାରୁଟି ଏତେ ନିରୀହ ଦେଖାଯାଏ, ଯେକେହି ଏହାକୁ ଭଲପାଇବାକୁ ବାଧ୍ୟହେବ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ବାରମ୍ବାର ଦେଖିବା ସହ କମେଣ୍ଟ ନ କରି ରହି ପାରୁ ନାହାନ୍ତି।

କଙ୍ଗାରୁ ମୁଖ୍ୟତଃ ଅଷ୍ଟ୍ରେଲିଆରେ ଦେଖାଯାଏ, ଏହା ମଧ୍ୟ ଏହି ଦେଶର ଜାତୀୟ ପଶୁ। କଙ୍ଗାରୁର ବିଶେଷତ୍ୱ ​​ହେଉଛି ଯେ ଏହାର ଶରୀରରେ ଏକ ଥଳି ଥାଏ। ଜନ୍ମ ପରେ, ସେମାନଙ୍କର ଶିଶୁମାନେ ଏହି ଥଳିରେ ଅନେକ ଦିନ ଧରି ରୁହନ୍ତି। ଏଥିମଧ୍ୟରୁ ସବୁଠୁ ବଡ଼ ହେଉଛି ‘ଭୀମ୍ କଙ୍ଗାରୁ(ଜଏଣ୍ଟ କଙ୍ଗାରୁ)’ ଯାହା ଏକ ଛୋଟ ଘୋଡା ସହିତ ସମାନ ଏବଂ ସବୁଠାରୁ ଛୋଟ ହେଲା ମସ୍କ କଙ୍ଗାରୁ, ଯିଏ ଠେକୁଆ ଠାରୁ ବି ଛୋଟ ହୋଇଥାଏ।