Advertisment

ନିୟମର ଘୋର ବ୍ୟତିକ୍ରମ: ଶ୍ରୀମନ୍ଦିର ପ୍ରତି ବିପଦ ଆଶଙ୍କା

ନିକଟରେ ଏଥିପାଇଁ ASI ଓ NMAର ଏନଓସି ମଧ୍ୟ ମିଳିଛି। ତେବେ ଏଭଳି ବିପଜ୍ଜନକ ଖନନ AMASR ବାହାରେ ବୋଲି କଡ଼ା ଆପତ୍ତି ଉଠିଛି।

Shree Jagannath Temple

Shree Jagannath Temple

Advertisment

ଖନନ ଚାଲିଛି, ଶଙ୍କା ବଢୁଛି। ଶ୍ରୀମନ୍ଦିରର ଶହେ ମିଟର ପରିଧିରେ ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ଗଭୀର ଖନନ କାର୍ଯ୍ୟ ଲାଗି ଅନୁମତିକୁ ନେଇ ବଢ଼ିବାରେ ଲାଗିଛି ଦ୍ୱନ୍ଦ୍ୱ। ଏଥିପାଇଁ ASI ଓ NMA କର୍ତ୍ତୃପକ୍ଷ ନୋ-ଅବଜେକ୍ସନ ସାର୍ଟିଫିକେଟ୍ ଦେଇଥିବା ଦୁଇଦିନ ତଳେ ଖୋଦ୍ ପୁରୀ ଜିଲ୍ଲାପାଳ କହିଥିବାବେଳେ ଆଜି କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ASI କର୍ତ୍ତୃପକ୍ଷ। ତାସହ ସ୍ପଷ୍ଟ କରିଛନ୍ତି କୌଣସି ମହାନ କିର୍ତ୍ତୀରାଜିର ଶହେ ମିଟର ପରିଧିରେ ଆଦୌ ନୂଆ ନିର୍ମାଣ ହୋଇ ପାରିବନାହିଁ। ଏଭଳି ସ୍ଥିତିରେ ପୁରୀ ପ୍ରଶାସନ କାହାଠୁ ଅନୁମତି ପାଇଛି, ତାହା ସାର୍ବଜନୀନ କରିବାକୁ ଦାବି ରଖିଲେଣି ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ।

Advertisment

ଉତ୍ତର-ଦକ୍ଷିଣ-ପଶ୍ଚିମ। ଶ୍ରୀମନ୍ଦିରର ସବୁ ଦିଗରେ ଚାଲିଛି ଖୋଳା-ତଡ଼ା। କେଉଁଠି ୬ଫୁଟ୍ ତ କେଉଁଠି ୧୨ଫୁଟ୍ ଗଭୀର ଗାତ। ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ଶହେ ମିଟର ଚୌହଦିରେ ଏଭଳି ଖନନକୁ ନେଇ ଉଠିଛି ବିରାଟ ପ୍ରଶ୍ନ। ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ, ସମସ୍ତେ ଚାହୁଁଛନ୍ତି ସମାନ ଉତ୍ତର-ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରୁଥିବା ଏ ଖନନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଅଛି ତ ସଠିକ୍ ଅନୁମତି ? ASI ଓ NMA ଦେଇଛନ୍ତି ତ NOC ?

କାରଣ ଜାତୀୟ କିର୍ତ୍ତୀରାଜି ସଂରକ୍ଷଣ ପ୍ରାଧୀକରଣ ବା ASI ଓ AMASR ACTରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି କୌଣସି ମହାନ କିର୍ତ୍ତୀରାଜିର ୧୦୦ ମିଟର ପରିଧି ସମ୍ପୂର୍ଣ୍ଣ ନିଷିିଦ୍ଧାଞ୍ଚଳ ଅଟେ। ଏହା ମଧ୍ୟରେ ଆଦୌ ନୂଆ ନିର୍ମାଣ କାମ ହୋଇପାରିବ ନାହିଁ। କେବଳ ପୁନରୁଃଦ୍ଧାର କିମ୍ବା ମରାମତି କରାଯାଇ ପାରିବ ହେଲେ ପୁରୀରେ କିନ୍ତୁ ଏ ନିୟମର ଘୋର ବ୍ୟତିକ୍ରମ ପରିଲକ୍ଷିତ ହେବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଯାହା ବି ନିର୍ମାଣ କାର୍ଯ୍ୟ ଚାଲିଛି ତାହା ତୁରନ୍ତ ସାର୍ବଜନୀନ କରାଯିବାକୁ ଦାବି ଉଠିଛି।

Advertisment

ଏଠି ପ୍ରଶ୍ନ ଶ୍ରୀମନ୍ଦିର ଚୌହଦୀର ଶହେ ମିଟର ପରିଧିରେ କାହିଁକି ଚାଲୁଛି ଏତେ ବଡ଼ ବଡ଼ ଖନନ? ଡ୍ରିଲିଂ ମେସିନ ଲଗାଯାଇ କେଉଁଥି ପାଇଁ ଖୋଳା ଯାଉଛି ବିରାଟ ବିରାଟ ଗାତ ? ଶ୍ରୀମନ୍ଦିର ପ୍ରତି ବିପଦ ଆଶଙ୍କା ବାରମ୍ବାର ବଢ଼ିବା ପରେ ଗତ ୭ ତାରିଖ ଦିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ପୁରୀ ଜିଲ୍ଲାପାଳ। କହିଥିଲେ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଭକ୍ତଙ୍କ ପାଇଁ ଟଏଲେଟ୍, ରେଷ୍ଟ ସେଡ୍, ସେବାୟତଙ୍କ ବସିବା ସ୍ଥାନ, ଇଲ୍ରେିକ୍ ସିଷ୍ଟମ ରୁମ୍, ପାନୀୟ ଜଳ ଓ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଏବେ କାମ ଚାଲିଛି ଯାହାକି ASIର ଟେକ୍ନିକାଲ ଓ ଲିଗାଲ ଗାଇଡଲାଇନ୍ସ ଅନୁସାରେ ହେଉଛି।

ନିକଟରେ ଏଥିପାଇଁ ASI ଓ NMAର ଏନଓସି ମଧ୍ୟ ମିଳିଛି। ତେବେ ଏଭଳି ବିପଜ୍ଜନକ ଖନନ AMASR ବାହାରେ ବୋଲି କଡ଼ା ଆପତ୍ତି ଉଠିଛି। ଏମିତିକି ପୁରୀ ପ୍ରଶାସନ ଏନେଇ ପାଇଥିବା ସମ୍ପୂର୍ଣ୍ଣ ଅନୁମତିପତ୍ର ସାର୍ବଜନୀନ କରୁନଥିବାରୁ ବିବାଦ ମୁଣ୍ଡ ଟେକିଛି। ଆଉ ଏସବୁ ଆରୋପ-ପ୍ରତ୍ୟାରୋପ ଭିତରେ ଆଜି ଆସିଛି ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟଙ୍କ ସ୍ପଷ୍ଟ ପ୍ରତିକ୍ରିୟା ସେ କହିଛନ୍ତି, ଶ୍ରୀମନ୍ଦିରର ଶହେ ମିଟର ଭିତରେ ଏଭଳି ଖନନ ପାଇଁ କୌଣସି ଅନୁମତି ଦିଆଯାଇନି। ନିକଟରେ ବିଭାଗୀୟ ଡିଜି ପ୍ରକଳ୍ପସ୍ଥଳ ପରିଦର୍ଶନ କରି ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ତେଣୁ ଏଭଳି ସ୍ଥିତିରେ ପ୍ରଶ୍ନ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଏନଓସିକୁ ନେଇ କିଏ ସତ କହୁଛି ? ପୁରୀ ଜିଲ୍ଲାପାଳ ନା ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ?

Advertisment
Odisha Puri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ