Advertisment

ପରମ୍ପରାର କାହାଣୀ: ଏଠି ଇଷ୍ଟ ଦେବୀ ଭାବେ ପୂଜା ପାଆନ୍ତି ଘୋଡ଼ା

ଘୋଡା ନାଚ ଆମ ପରମ୍ପରା ଆମ ସଂସ୍କୃତି ଓ ଆମ ଜାନିଯାତର ଏକ ପ୍ରତିକ। ଧୀରେ ଧୀରେ ଲୁଚିଯିବାକୁ ବସିଲାଣି। ଚାଲନ୍ତୁ ଜାଣିବା ଚାନ୍ଦବାଲିରୁ ଏକ ନିଆରା ପରମ୍ପରାର କାହାଣୀ

ଅଦ୍ୟତନ ହୋଇଛି
Chandbali Ghoda Nacha

Ghoda Nacha

Advertisment

ଘୋଡା ନାଚ ଆମ ପରମ୍ପରା ଆମ ସଂସ୍କୃତି ଓ ଆମ ଜାନିଯାତର ଏକ ପ୍ରତିକ। ଧୀରେ ଧୀରେ ଆଧୁନିକତାର ଛାପରେ ଆମ ପରମ୍ପରା ସିନା ଲୋପ ପାଇ ଯାଉଛି, ହେଲେ ଏବେ ବି ଅନେକ ଗାଁ ଅଛି, ଅନେକ ଲୋକ ଅଛନ୍ତି , ଯେଉଁମାନେ ଆମ ପରମ୍ପରାକୁ ପାଳି ଆସୁଛନ୍ତି ସାଇତି ରଖିଛନ୍ତି।  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ,ଏଠି ପ୍ରାୟ ୧୫୦ କୈବର୍ତ୍ତ ପରିବାର ବସକରନ୍ତି। ଏ ଗାଁରେ ପ୍ରତିବର୍ଷ ଚଇତ୍ର ମାସ ଶେଷରେ ଘୋଡ଼ା ପୂଜା ହୁଏ। ସପ୍ତାହେ ଧରି ପୂଜାପାଠ ହୁଏ ଆଉ ଶେଷ ଦିନ ଏମତି ଧୁମଧାମରେ ଲୋକେ ଯାତ୍ରାଶେଷ କରନ୍ତି।

Advertisment

ଗାଁର ଇଷ୍ଟ ଦେବୀ ଅଶ୍ଵିନୀ ବାଷୁଳୀଙ୍କୁ ଗ୍ରାମବାସୀ ପୂଜା କରି ଥାଆନ୍ତି। ପରମ୍ପରା ଓ ଲୋକ କଳାକୁ ବଞ୍ଚାଇ ରଖି ମନସ୍କାମନା ପୂରଣ ପାଇଁ ଗାଁର ସମସ୍ତ ପରିବାର ଏକାଠି ହୋଇ ପର୍ବ ପାଳନ କରନ୍ତି। ବାଦ୍ୟ, ନୃତ୍ୟ ଓ ଘୋଡ଼ା ନାଚ ପରିବେଷଣ କରି ଗାଁର କୈବର୍ତ୍ତ ପରିବାରର ଲୋକମାନେ ତାଙ୍କ ସୁଖ ସମୃଦ୍ଧି କାମନା କରିଥାଆନ୍ତି।

ଏଠାରେ ଇଷ୍ଟ ଦେବୀ ଭାବେ ଘୋଡ଼ା ପୂଜା ପାଇ ଥାଆନ୍ତି। ଦେବୀ ହେଉଛନ୍ତି କୈବର୍ତ୍ତ ପରିବାରର ଆରାଧ୍ୟ ଦେବୀ। ମାଛ ମାରି ଜୀବିକା ନିର୍ବାହ କରୁଥିବାରୁ ମାଆଙ୍କ ଆଶୀର୍ବାଦ ନେଇ ନିଜର ପରିବାର ପ୍ରତିପୋଷଣ ପାଇଁ ଘରୁ ଗୋଡକାଢି ବାହାରକୁ ଯିବା ଆଗରୁ ମାଆଙ୍କୁ ପାଖରେ ନିଜ ସୁଖ ଦୁଃଖ ଜଣାଇ ଥାଆନ୍ତି। 

Advertisment

Chaiti Parba Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ