କାଲିଫର୍ନିଆ: ସାଧାରଣତଃ ଆପଣ ଭିନ୍ନ ଭିନ୍ନ ପ୍ରଜାତିର ମାଛ ବିଷୟରେ ଜାଣିଥିବେ । ହେଲେ କ’ଣ ଜାଣନ୍ତି କି ଏପରି ଏକ ମାଛ ମଧ୍ୟ ଅଛି ଯିଏ କି ଏକା ଥରକେ ୩୦ କୋଟି ଅଣ୍ଡା ଦେଇଥାଏ । କଥାଟି ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ନିରାଟ ସତ୍ୟ । ଆମେରିକାର କାଲିଫର୍ନିଆରେ ଏଭଳି ଏକ ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଛି । ଯିଏ ଏକା ଥରକେ ୩୦ କୋଟି ଅଣ୍ଡା ଦେଇଥାଏ ।
Also Read
ଏହି ମଛଟି ଅଧିକାଂଶ ପ୍ରଶାନ୍ତ ମହାସାଗରର ଏବଂ ଆଣ୍ଟଲାଟିକା ମହା ସାଗରରେ ରହିଥାନ୍ତି । ନିକଟରେ କାଲିଫନିଆର ଏକ ମତ୍ସଜିବୀ ଏହି ବିରଳ ପ୍ରଜାତିର ସନ୍ ଫିସ୍ ମାଛକୁ ପହଁରୁଥିବାର ଦେଖିଥିଲେ ।
ଅଧିକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ରହୁଥିବାରୁ ଏହି ମାଛକୁ ସନ୍ ଫିସ୍ କୁହାଯାଏ । ମଛଟି ବାଦାମୀ, ଗୋଲ୍ଡେନ୍, ଧଳା ତଥା ଧୂସର ରଙ୍ଗର ହୋଇଥାଏ । ମାଛକୁ ସାଧାରଣତଃ ମୋଲା-ମୋଲା ମଧ୍ୟ କୁହାଯାଏ ।
ଆନୁମାନିକ ଦୃଷ୍ଟିରୁ ଏହି ମାଛ ପ୍ରାୟ ୯ରୁ ୧୦ ଫୁଟ ଲମ୍ୱର ହେବ । ଏହି ବିରାଟକାୟ ମାଛଟି ନିଜର ଉଜ୍ଜଳ ଆଖି, ବଡ ମୁଣ୍ଡ ଏବଂ ଲମ୍ୱା ଡେଣା ପାଇଁ ବେଶ୍ ପରିଚିତ । ହେଲେ ବେଳେବେଳେ ଲୋକମାନେ ଏହାକୁ ପାଣିରେ ପହଁରୁଥିବାର ଦେଖି ସାର୍କ ଭାବିଥାନ୍ତି ।
ନ୍ୟୁଜ୍ ଏଜେନ୍ସି ଲାଇଭ୍ ସାଇନ୍ସର ଏକ ରିପୋର୍ଟ ଅନୁସାରେ, ଗତ ଅକ୍ଟବରରେ ଧରା ହୋଇଥିବା ଏହି ମାଛର ଲମ୍ୱ ପ୍ରାୟ ୧୦ ଫୁଟ୍ ହୋଇଥିବାବେଳେ ଏହା ପ୍ରାୟ ୨୦୦୦ କିଲୋଗ୍ରାମ୍ ଓଜନର ଥିଲା । ଡିସେମ୍ୱର ୨ରେ ଆମେରିକା କାଲିଫର୍ନିଆର ଲାଗୁନା ସମୁଦ୍ରକୁ ଜଣେ ମତ୍ସଜିବୀ ଡଲ୍ଫିନ୍ ଦେଖିବାକୁ ସମୁଦ୍ରର ୬୦୦ ଫୁଟ୍ ଗଭୀରକୁ ଯାଇଥିଲେ । ଠିକ୍ ସେହି ସମୟରେ ହିଁ ସେ ଓ ତାଙ୍କ ସାଙ୍ଗ ଏହି ବିରଳ ପ୍ରଜାତିର ମାଛକୁ ପହଁରୁଥିବାର ଦେଖିଥିଲେ । ସେ ଦେଖିଥିବା ମାଛଟି ପ୍ରାୟ ଧୂସର ରଙ୍ଗର ହୋଇଥିବାବେଳେ ଅତ୍ୟନ୍ତ ଶାନ୍ତ ଏବଂ ସୁନ୍ଦର ଥିଲା ।
ସୂଚନା ଅନୁସାରେ, ସନ୍ ଫିସ୍ ଖରାରେ ରହିବାକୁ ଖୁବ୍ ପସନ୍ଦ କରିଥାଏ । ଯାହା କାରଣରୁ ସେ ଅଧିକାଂଶ ସମୟ ସମୁଦ୍ର କୂଳ ତଥା ଆଖ ପାଖ କୂଳରକୁ ଆସି ସୂର୍ଯ୍ୟ କିରଣରେ ରହିଥାଏ । ପ୍ରାୟତଃ ସମୁଦ୍ରରେ ଥିବା ବଡ ମାଛମାନେ ଏହି ମାଛକୁ ସହଜରେ ଶିକାର କରିପାରନ୍ତି ନାହିଁ । ହେଲେ ସାର୍କ ଭଳି ବିରାଟକାୟ ମାଛମାନେ ସନ୍ଫିସ୍କୁ ନିଜ ଖାଦ୍ୟ ବନାଇଥାନ୍ତି ।
ସନ୍ ଫିସ୍ ନିଜ ଖାଦ୍ୟ ପାଇଁ ଜେଲ୍ଲି ଫିସ୍, ସ୍କ୍ୱିଡ୍ ଆଦି ଜଳଚର ପ୍ରାଣୀଙ୍କୁ ଶିକାର କରିଥାଏ । ସନ୍ଫିସ୍ର ଖାଦ୍ୟରେ କମ୍ ପୁଷ୍ଟିକର ହୋଇଥାଏ ।ଯେଉଁଥିପାଇଁ ମାଛ ଅଧିକ ଖାଦ୍ୟର ଆବଶ୍ୟକ କରିଥାଏ । ମତ୍ସଜିବୀମାନେ ଏହି ମାଛକୁ ଅଧିକାଂଶ ଜାପାନ କୋରିଆ ଭଳି ଦେଶରେ ବିକ୍ରି କରିଥାନ୍ତି ।