ପାଞ୍ଚ ଟଙ୍କା ପାଇଁ ଝିଅକୁ ଚେଙ୍କ ଲଗାଇଲା ସାବତ ମାଆ । ବ୍ରହ୍ମପୁର ସହର ଲକ୍ଷ୍ମୀନୃସିଂହ ସାହିରେ ଝିଅକୁ ସାବତ ମାଆ ଚେଙ୍କ ଲଗାଇଥିବା ଅଭିଯୋଗ ହୋଇଛି । ଝିଅର ମୁହଁ , ପିଠି ଓ ବେକରେ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । କୁରକୁରେ ଖାଇବା ଲାଗି ୫ ଟଙ୍କା ମାଗିବାରୁ ସାବତ ମାଆ ଝିଅ ଦେହରେ ଚେଙ୍କ ଲଗାଇ ଦେଇଥିଲା ।
ହେଲେ ଏତିକିରେ ତା’ର ମନ ଶାନ୍ତ ହୋଇନଥିଲା କ୍ରୁର ସାବତ ମାଆର ମନ । ଘରେ ଥିବା ପିଠା ପାତିଆ ତତାଇ ଝିଅର ମୁହଁରେ ଲଗାଇଥିଲା । ତେବେ ଚେଙ୍କ ଦେବା ପରଠାରୁ ଝିଅ ଘର ବାହାରକୁ ଆସିନଥିଲା । ତାଗିଦା କରି କୁନି ଝିଅକୁ ବାହାରକୁ ବାହାରିବାକୁ ଦେଉନଥିଲେ ବାପାମାଆ ।
୩ ଦିନ ପରେ ଟ୍ୟୁସନ ଗଲାବେଳେ ତାକୁ ଚେଙ୍କ ଦିଆଯାଇଥିବା ଜଣାପଡିଲା । ଏନେଇ ବଡ଼ବଜାର ଥାନା ପୋଲିସ ଖବର ପାଇବା ପରେ ପୋଲିସ ଉଭୟ ବାପା ଓ ମାଆକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।