ଗ୍ରାହକ ସାଜି ଚୋରି କରିବାକୁ ଆସିଥିଲେ, ମାଡ଼ ଖାଇ ଥାନାକୁ ଗଲେ...

ପୋଲିସ୍‌ ସାମ୍ନାରେ ଚୋରକୁ ନିର୍ଧୁମ ପିଟିଲେ ଲୋକେ। ଏକ ଲୁଗା ଦୋକାନକୁ ଜଣେ ଯୁବକ ଗ୍ରାହକ ହୋଇ ଡ୍ରେସ୍‌ ଦେଖିବାକୁ ଆସିଥିଲେ। ହେଲେ ମାଡ଼ ଖାଇ ଥାନାକୁ ଗଲେ।

ପୋଲିସ୍‌ ସାମ୍ନାରେ ଚୋରକୁ ନିର୍ଧୂମ ପିଟିଲେ

ପୋଲିସ୍‌ ସାମ୍ନାରେ ଚୋରକୁ ନିର୍ଧୁମ ପିଟିଲେ ଲୋକେ। ଘଟଣାସ୍ଥଳରେ ପୋଲିସ୍‌ ଉପସ୍ଥିତ ଥିଲେ ମଧ୍ୟ ଲୋକମାନେ ଆଇନକୁ ହାତକୁ ନେବାକୁ ପଛାଇ ନଥିଲେ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ମାର୍କେଟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଏକ ଲୁଗା ଦୋକାନକୁ ଜଣେ ଯୁବକ ଗ୍ରାହକ ହୋଇ ଡ୍ରେସ୍‌ ଦେଖିବାକୁ ଆସିଥିଲେ। ଦୋକାନୀ ଜଣକ ଥାକରୁ ଡ୍ରେସ୍‌ ଦେଖାଉ ଥିବାବେଳେ ଏହି ସମୟରେ ଯୁବକ ଜଣ ଡ୍ରରେ ଥିବା ଟଙ୍କା ବକ୍ସକୁ ଧରି ଦୌଡ଼ି ପଳାଇଥିଲେ। ତେବେ ଗାଡ଼ି ଷ୍ଟାର୍ଟ କରି ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ ବେଳେ ଗାଡ଼ି ଆଉ ଷ୍ଟାର୍ଟ  ହୋଇନଥିଲା। 

ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ଯୁବକଙ୍କୁ କାବୁ କରି ନେଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ମାଡ଼। ଏପରିକି ପୋଲିସ୍‌ ଉପସ୍ଥିତିରେ ମଧ୍ୟ ଲୋକମାନେ ଆଇନକୁ ହାତକୁ ନେବାକୁ ପଛାଇ ନଥିଲେ। ନୀଳଗିରି ପୋଲିସ ଯୁବକଙ୍କୁ ଉଦ୍ଧାର କରିବା ସମୟରେ ଲୋକମାନେ ନିର୍ଧୂମ ମାଡ଼ ମାରିଥିଲେ। ପୋଲିସ୍‌ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିଛି। ଯୁବକ ଜଣଙ୍କ ଘର ସୋର ଦହିସଡା ଅଞ୍ଚଳର ବୋଲି ସୂଚନା ମିଳିଛି।