ଘର ଭିତରେ ବିସ୍ଫୋରଣ : ଗୋଟିଏ ପରିବାରର ୬ ଜଣ ଗୁରୁତର

କୋଦଳା ଥାନା ବେରୁହାବାଡ଼ି ଗାଁର ଦଣ୍ଡପାଣି ବେଳେହାଙ୍କ ଘରେ ବିସ୍ଫୋରଣ

ଘର ଭିତରେ ବିସ୍ଫୋରଣ, ଗୋଟିଏ ପରିବାରର ୬ ଜଣ ଗୁରୁତର

ଘର ଭିତରେ ବିସ୍ଫୋରଣ, ଗୋଟିଏ ପରିବାରର ୬ ଜଣ ଗୁରୁତର । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ସମସ୍ତ ଗୁରୁତରଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଗାଁର ଦଣ୍ଡପାଣି ବେହେରାଙ୍କ ଘରେ ପୂର୍ବରୁ ଗଚ୍ଛିତ ଥିବା କୌଣସି ବିସ୍ଫୋରକ ଜିନିଷ ଯୋଗୁଁ ଏହି ଭୟାନକ ଘଟଣା ଘଟିଛି । ସେଠାରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କ ଶରୀରର ୬୦ରୁ ୭୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।

ଦଣ୍ଡପାଣୀଙ୍କ ଘରେ ହୋଇଥିବା ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଁର ଏ ମୁଣ୍ଡରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଏହି ଭୟଙ୍କର ଶବ୍ଦ ଶୁଣି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ବିସ୍ଫୋରଣରେ ଘରର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଜିନିଷପତ୍ର ଛିନ୍‌ଛତ୍ର ହୋଇପଡ଼ିଥିଲା। ଖବର ପାଇ ପୁରୁଷୋତ୍ତମପୁର ଏସଡିପିଓ ଏବଂ କୋଦଳା ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି।

କୁହାଯାଉଛି, ଘରେ ଗଚ୍ଛିତ ଥିବା ବାରୁଦରେ ବାଣ ତିଆରି ଚାଲିଥିଲା । ଏହି ସମୟରେ ଅସାବଧାନତା ଯୋଗୁଁ ଘରେ ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏହି ଖବର ପାଇବା ପରେ ପୁରୁଷୋତ୍ତମପୁର ଏସ୍ଡିପିଓ ଏବଂ କୋଦଳା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।