ଉକୁଣି ମରା ଔଷଧ ଲଗାଇ ୫ ଅସୁସ୍ଥ

ଔଷଧ ଭାବି ଲଗେଇଥିଲେ, ହେଲେ ଜାଣିନଥିଲେ ଏଭଳି ଦଶା ଭୋଗିବେ

Lice Medicine Reaction

ଉକୁଣି ମରା ଔଷଧ ପ୍ରଭାବରେ ଆସି ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଡିହସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗାଁର ପରୀକ୍ଷିତ ମଲ୍ଲିକଙ୍କ ପରିବାର ଲୋକେ ବଜାରରୁ ଆସିଥିବା ଉକୁଣୀ ଔଷଧକୁ ମୁଣ୍ଡରେ ପ୍ରୟୋଗ କରିଥିଲେ।

ପରେ ପରିବାରର କିଛି ଛୋଟ ପିଲା ମଧ୍ୟ ଏହାକୁ ବ୍ୟବହାର କରିଥିଲେ। ତେବେ ଏହାର କିଛି ସମୟ ପରେ ହଠାତ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ ୩ ଜଣ କୋମଳମତି ଶିଶୁ ଅଛନ୍ତି।

ସମସ୍ତଙ୍କୁ ପ୍ରଥମେ ଆରଡ଼ି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଜଣକୁ କଟକ ବଡ଼ ମେଡିକାଲ ପଠାଯାଇଛି।