ହୋଲି ଖେଳ ହେଲା କାଳ ! ନଦୀରେ ଭାସିଗଲେ ୭ ଜଣ

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି। 

drown

ଖରସ୍ରୋତାରେ ବୁଡ଼ିଗଲେ ୭ ଜଣ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ହୋଇଯାଇଛନ୍ତି। ଯାଜପୁର ଖରସ୍ରୋତା ନଦୀରେ ବୁଡ଼ି ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ହୋଲି ଖେଳି ସାରି ଗାଧୋଇବା ବେଳେ ସମସ୍ତେ ବୁଡ଼ି ଯାଇଥିଲେ। ବଡ଼ସୁଆର ନିକଟ ମଙ୍ଗଳାଘାଟରେ ଭାସି ଯାଇଥିଲେ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି। 

ଉଦ୍ଧାର ହେବା ପରେ ଜଣଙ୍କୁ ପ୍ରଥମେ ଚେତାଶୂନ୍ୟ ଅବସ୍ଥାରେ ମେଡିକାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ସେ ସୁସ୍ଥ ଅଛନ୍ତି।

ତେବେ ପାଣିର ଗଭୀର ଅଧିକ ଥିବାରୁ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଅପରେସନ୍ କାର୍ଯ୍ୟ ସହଜରେ ହୋଇପାରୁନାହିଁ। କଳିଙ୍ଗନଗରରୁ ଓଡ୍ରାଫ୍ ଟିମ୍‌ ଆସିଲେ ଅପରେସନ୍ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ।