Advertisment

Parenting Tips: ଆପଣଙ୍କ ପିଲା କିପରି ବନ୍ଧୁ ତିଆରି କରିପାରିବେ ଏହି ୫ଟି ଉପାୟରେ ଶିଖାନ୍ତୁ

ମାନସିକ ସ୍ୱାସ୍ଥ୍ୟ ପାଇଁ ସାମାଜିକ ଦକ୍ଷତା ବୃଦ୍ଧି କରିବା ଆଜି ଏକ ଆବଶ୍ୟକତା ପାଲଟିଯାଇଛି। ତେବେ ପିଲାଦିନରୁ ହିଁ ଏହାକୁ ଶିଖାଇବା ଜରୁରୀ। ତେବେ ପିଲାମାନେ କିପରି ଅନ୍ୟମାନଙ୍କ ସହ ମିଶିବେ ସେନେଇ କେତେକ ଟିପ୍ସ ଜାଣିନେବା ଜରୁରୀ।

ଅଦ୍ୟତନ ହୋଇଛି
How to Teach Your Child to Be a Good Friend

Parenting teach your kids 5 essential friendship skills in early childhood

Advertisment

ମାନସିକ ସ୍ୱାସ୍ଥ୍ୟ ପାଇଁ ସାମାଜିକ ଦକ୍ଷତା ବୃଦ୍ଧି କରିବା ଆଜି ଏକ ଆବଶ୍ୟକତା ପାଲଟିଯାଇଛି। ତେବେ ପିଲାଦିନରୁ ହିଁ ଏହାକୁ ଶିଖାଇବା ଜରୁରୀ। ଯେତେବେଳେ ପିଲାମାନେ ସେମାନଙ୍କର ବାପାମାଆଙ୍କୁ ଲୋକମାନଙ୍କ ସହିତ ମିଳାମିଶା କରିବା ଦେଖନ୍ତି, ସେମନେ ବନ୍ଧୁତା କରିବାର ମହତ୍ତ୍ୱ ବୁଝନ୍ତି ଆଉ ସେମାନେ ମଧ୍ୟ ବନ୍ଧୁତା ସ୍ଥାପନ କରିବାକୁ ଚେଷ୍ଟା କରନ୍ତି ଏବଂ ସେମାନଙ୍କ ବୟସର ପିଲାମାନଙ୍କ ସହିତ ବନ୍ଧୁତ୍ୱର ହାତ ବଢାନ୍ତି।

Advertisment

ବାସ୍ତବରେ, ଅନେକ ଥର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଅତ୍ୟଧିକ ସୁରକ୍ଷିତ ରଖନ୍ତି ଏବଂ ସେମାନଙ୍କୁ କୁଆଡେ ଏକୁଟିଆ ଛାଡନ୍ତି ନାହିଁ କି ସେମାନଙ୍କୁ ନିଜ ବୟସର ପିଲାମାନଙ୍କ ସହିତ ମିଶିବାକୁ ଦିଅନ୍ତି ନାହିଁ। ବିଦ୍ୟାଳୟ ଛଡା ସେମାନେ ଘରେ ମଧ୍ୟ ସମସ୍ତ ଟ୍ୟୁସନ ଦେବାର ବ୍ୟବସ୍ଥା କରନ୍ତି।

ଅଧିକ ପଢ଼ନ୍ତୁ: ବାପାମାଆଙ୍କର ଏହି ୪ଟି ଭୁଲ୍ ପିଲାମାନଙ୍କୁ କରିଦିଏ ଖରାପ; ଜାଣନ୍ତୁ ଏସବୁ କ’ଣ…

Advertisment

ଏପରି ପରିସ୍ଥିତିରେ, ପିଲାମାନେ ସାମାଜିକ ହେବାକୁ ଅସମର୍ଥ ଏବଂ ଅନ୍ୟମାନଙ୍କ ସହିତ ମିଶିବାକୁ ଲଜ୍ଜା ଅନୁଭବ କରିବା ଆରମ୍ଭ କରନ୍ତି। ଏହିପରି ପିଲାମାନଙ୍କୁ ଜୀବନସାରା ବନ୍ଧୁତା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଏହିପରି ପରିସ୍ଥିତିକୁ ଏଡାଇବା ପାଇଁ ବାପାମାଆମାନଙ୍କ ପାଇଁ ପିଲାମାନଙ୍କୁ ବନ୍ଧୁତା ଶିଖାଇବା ଜରୁରୀ ଅଟେ। ତେବେ ପିଲାମାନେ କିପରି ଅନ୍ୟମାନଙ୍କ ସହ ମିଶିବେ ସେନେଇ କେତେକ ଟିପ୍ସ ଜାଣିନେବା।

ବନ୍ଧୁତ୍ୱର ମହତ୍ତ୍ୱ କୁହନ୍ତୁ:

ଛୋଟ ପିଲାମାନଙ୍କୁ ବନ୍ଧୁତ୍ୱର ମହତ୍ତ୍ୱ ବିଷୟରେ କୁହନ୍ତୁ ଏବଂ ସେମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ ବନ୍ଧୁ ହେବା ଅର୍ଥ କେୟାର କରିବ, ଶେୟାର୍ କରିବା, ଜଣେ ଭଲ ଶ୍ରୋତା ହେବା ଏବଂ ଯଦି ବନ୍ଧୁ ଦୁଃଖ କିମ୍ବା କଷ୍ଟରେ ଥାଆନ୍ତି ତେବେ ତାଙ୍କୁ ଭଲ କରିବାକୁ ଚେଷ୍ଟା କରିବା।

Advertisment

ବନ୍ଧୁମାନଙ୍କ ସହ ଭଲ ବ୍ୟବହାର:

ବାପାମାଆମାନେ ପିଲାମାନଙ୍କ ପାଇଁ ସର୍ବୋତ୍ତମ ଆଦର୍ଶ ଅଟନ୍ତି, ତେଣୁ ଆପଣଙ୍କର ପିଲାମାନଙ୍କୁ କୁହନ୍ତୁ ଯେ ଆପଣଙ୍କର ବନ୍ଧୁ କିପରି ଆପଣଙ୍କର ସମସ୍ୟାର ସମାଧାନ କରିଛନ୍ତି, ଆପଣଙ୍କର ଜିନିଷଗୁଡ଼ିକର ଯତ୍ନ ନେଇଛନ୍ତି ଏବଂ ଆପଣ ଆପଣଙ୍କର ସାଙ୍ଗମାନଙ୍କ ପାଇଁ କେତେ ଧ୍ୟାନ ଦିଅନ୍ତି।

ମିଳାମିଶା ଜରୁରୀ:

ପିଲାମାନଙ୍କୁ ସେମାନଙ୍କ ସାଙ୍ଗମାନଙ୍କ ସହିତ କିଛି ସମୟ କାଟିବାକୁ ସୁଯୋଗ ଦିଅନ୍ତୁ। ଯଦି ପିଲା ପାର୍କ କିମ୍ବା ଗ୍ରାଉଣ୍ଡ୍‌ରେ ତାଙ୍କର କୌଣସି ସାଙ୍ଗଙ୍କୁ ଭେଟିବାକୁ ଚାହାଁନ୍ତି, ତେବେ ତାଙ୍କୁ ଉତ୍ସାହିତ କରନ୍ତୁ ଏବଂ ତାଙ୍କ ବୟସର ସାଙ୍ଗମାନଙ୍କ ସହ ଖେଳାଖେଳି କରିବାକୁ ସୁଯୋଗ ଦିଅନ୍ତୁ।

ନୂଆ ବନ୍ଧୁ କରିବା ଶିଖାନ୍ତୁ:

ଆପଣ ନିଜ ପିଲାମାନଙ୍କୁ କହିପାରିବେ ଯେ ଯେତେବେଳେ ବି କାହାକୁ ଭେଟିବେ ହସି ହସି ମିଶିବେ ଏବଂ ବିନା ସଂକୋଚରେ ନିଜ ନାଁ ପ୍ରକାଶ କରିବେ। ସେମାନେ କିପରି ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ ଏବଂ ତାଙ୍କୁ ନିଜ ଘରକୁ କିମ୍ବା ଖେଳ ସ୍ଥାନକୁ ନିମନ୍ତ୍ରଣ କରିବେ କୁହନ୍ତୁ।

ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲାକୁ ଅଲ୍‌ରାଉଣ୍ଡର୍ କରିବାକୁ ଚାହୁଛନ୍ତି କି… ଆପଣଙ୍କ ପାଇଁ ଟିପ୍ସ

ଶେୟାରିଂ ଏବଂ କେୟାରିଂ ଶିଖାନ୍ତୁ:

ଘରେ ପିଲାମାନଙ୍କୁ ଶେୟାରିଂ ଶିଖାଇବା ଜରୁରୀ। ଏହିପରି ଭାବରେ, ପିଲାଙ୍କୁ ତାଙ୍କର ଖେଳନା, ପୁସ୍ତକ ଇତ୍ୟାଦି ଶେୟାର କରିବାର ମହତ୍ତ୍ୱ କୁହନ୍ତୁ ଏବଂ ସେମାନଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ କରିବାକୁ ଶିଖାନ୍ତୁ।

Parental Control Parenting Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ