Advertisment

Parenting Tips: ଆପଣଙ୍କ ପିଲାକୁ ଅଲ୍‌ରାଉଣ୍ଡର୍ କରିବାକୁ ଚାହୁଛନ୍ତି କି… ଆପଣଙ୍କ ପାଇଁ ଟିପ୍ସ

କେଉଁ ବାପାମାଆ ବା ନ ଚାହାନ୍ତି ସେମାନଙ୍କ ପିଲା ଅଲ୍‌ରାଉଣ୍ଡର୍ ହେଉ ବୋଲି। ପିଲାମାନଙ୍କର ଉନ୍ନତ ବିକାଶ ପାଇଁ, ଅଧ୍ୟୟନରେ ଭଲ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କ ପାଇଁ କ୍ରୀଡା କିମ୍ବା ଅନ୍ୟାନ୍ୟ ଜିନିଷରେ ଅଂଶଗ୍ରହଣ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେବେ ପିଲାମାନଙ୍କର ଅଲ୍‌ରାଉଣ୍ଡ୍‌ ବିକାଶ ପାଇଁ କ’ଣ କରିବା ଜରୁରୀ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
effective parenting tips how to raise all rounder child

effective parenting tips how to raise all rounder child

Advertisment

କେଉଁ ବାପାମାଆ ବା ନ ଚାହାନ୍ତି ସେମାନଙ୍କ ପିଲା ଅଲ୍‌ରାଉଣ୍ଡର୍ ହେଉ ବୋଲି। ପିଲାମାନଙ୍କର ଉନ୍ନତ ବିକାଶ ପାଇଁ, ଅଧ୍ୟୟନରେ ଭଲ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କ ପାଇଁ କ୍ରୀଡା କିମ୍ବା ଅନ୍ୟାନ୍ୟ ଜିନିଷରେ ଅଂଶଗ୍ରହଣ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେବେ ପିଲାମାନଙ୍କର ଅଲ୍‌ରାଉଣ୍ଡ୍‌ ବିକାଶ ପାଇଁ କ’ଣ କରିବା ଜରୁରୀ ଆସନ୍ତୁ ଜାଣିବା।

Advertisment

ଯଦି ପିଲାମାନେ ପାଠପଢାରେ ଆଗ୍ରହୀ ନୁହଁନ୍ତି କି ଖେଳକୁଦରେ ଭଲ ନୁହଁନ୍ତି, ତେବେ ସେମାନଙ୍କୁ ଏପରି କିଛି କରିବାକୁ ଉତ୍ସାହିତ କରନ୍ତୁ ଯେଉଁଥିରେ ସେମାନେ ନିଜେ ଇଚ୍ଛା ପ୍ରକାଶ କରୁଛନ୍ତି। ବାପାମାଆମାନେ ସେମାନଙ୍କର ପିଲାମାନଙ୍କୁ ସେମାନଙ୍କର ରୁଚି କିମ୍ବା ଉତ୍ସାହ ଅନୁସାରେ ସୁଯୋଗ ଦେବା ଉଚିତ।

ସାଧାରଣତଃ ଯେତେବେଳେ ସୃଜନଶୀଳତାର କଥା ଉଠେ, ଆମେ ପିଲାମାନଙ୍କୁ ଚିତ୍ର ଆଙ୍କିବା ପାଇଁ ପେନ୍‌ସିଲ୍ ଏବଂ କାଗଜ ଦେଇ ବସେଇଦେଉ। କିନ୍ତୁ ଜାଣିବା ଦରକାର ଯେ ଏ କ୍ଷେତ୍ରରେ ଯଦି ସେମାନଙ୍କୁ ନିଜ ହିସାବରେ କିଛି କରିବାର ସ୍ୱାଧୀନତା ଦିଆଯାଏ ତେବେ ଏହା ସେମାନଙ୍କର ଚିନ୍ତାଧାରା ଏବଂ ଆତ୍ମବିଶ୍ୱାସକୁ ବଢାଇଥାଏ।

Advertisment

ପିଲାମାନେ ନିଜର ସମସ୍ୟାର ସମାଧାନ କରିବାକୁ ସୁଯୋଗ ଦେବା ଉଚିତ। ଭବିଷ୍ୟତରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ ଖୋଜିବାରେ ଏହା ସେମାନଙ୍କୁ ସାହାଯ୍ୟ କରିପାରିବ। ଏହା କୌଣସି ଗଣିତ ହେଉ କି କୌଣସି ଭଙ୍ଗା ଖେଳନାକୁ ଯୋଡିବା ହେଉ। ଏ କ୍ଷେତ୍ରରେ ସେମାନଙ୍କଉ ଅଧିକ ପ୍ରତିବନ୍ଧକ ଦିଅନ୍ତୁ ନାହିଁ।

ପିଲାମାନଙ୍କର ସ୍କ୍ରିନିଂ ଟାଇମ୍ ହ୍ରାସ କରନ୍ତୁ। ପିଲାମାନେ ଯଦି ବିଭିନ ସ୍କ୍ରିନ୍ ଛଡା ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିବେ ତେବେ ସେମାନଙ୍କର ଜ୍ଞାନଗତ ଅଭିବୃଦ୍ଧିରେ ଉନ୍ନତି ଆସିବ। ପୁସ୍ତକ ପଠନ, କଳା, ହସ୍ତଶିଳ୍ପ, ଜୁ ବା ସଂଗ୍ରହାଳୟ ଯିବା, ଖେଳ ଇତ୍ୟାଦିରେ ଅଂଶଗ୍ରହଣ କରିବାକୁ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ।

Advertisment

ଯେତେବେଳେ ପିଲାମାନେ ଖୁସି ରୁହନ୍ତି ଏବଂ ଏମାନେ ଅନୁଭବ କରନ୍ତି ଯେ ସେମାନଙ୍କୁ ଭଲ ପାଇବାକୁ ଅନେକ ଲୋକ ଅଛନ୍ତି ସେମାନଙ୍କର ମନୋବଳ ସର୍ବଦା ବଢିଥାଏ ଏବଂ ସେମାନେ ପରାଜୟକୁ ଭୟ କରନ୍ତି ନାହିଁ। ସେମାନେ ପ୍ରତ୍ୟେକ କାର୍ଯ୍ୟକଳାପରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତି।

କଠିନ ପରିଶ୍ରମ ଏବଂ ଅଭ୍ୟାସର ମହତ୍ତ୍ୱ ବିଷୟରେ ପିଲାମାନଙ୍କୁ କୁହନ୍ତୁ। ଯଦି ସେମାନଙ୍କୁ ଦକ୍ଷ ହେବାକୁ କୁହାଯାଏ ତେବେ ସେମାନେ କଠିନ ପରିଶ୍ରମ ଉପରେ ଆତ୍ମବିଶ୍ୱାସ ହରାଇପାରନ୍ତି।

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପିଲା ସବୁଥିରେ ଅଂଶଗ୍ରହଣ କରନ୍ତୁ ବା ଅଲ୍‌ରାଉଣ୍ଡର୍‌ ହୁଅନ୍ତୁ, ତେବେ ସର୍ବପ୍ରଥମେ ଆପଣଙ୍କୁ ସେମାନଙ୍କର ଆଦର୍ଶ ହେବାକୁ ପଡିବ। ତେଣୁ, ଆପଣ ମଧ୍ୟ ଏକ ଶୃଙ୍ଖଳିତ ଜୀବନଯାପନ କରିବା ଉଚିତ ଏବଂ ସେମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଉଚିତ।

Parents Parental Control
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ