Advertisment

ଏକାଠି ବାହା ହେଲେ ୬ ଭଉଣୀ; ସାରା ଗାଁରେ ଯେମିତି ଲାଗିଥିଲା ମେଳା

ଯିଏ ଚାଲିଗଲେ ଘର ଅଗଣାରେ ଫୁଲ ଉଠିଯାଏ ସେ ହେଉଛି ଝିଅ। ଯିଏ ହସି ଦେଲେ ସାରା ଘର ମହ ମହା ବାସ୍ନାରେ ପୂରି ଉଠେ ସେ ଝିଅ। ଘରର ମାନ, ମର୍ଯ୍ୟଦା, ସମ୍ମାନ ହେଉଛି ଝିଅ। ସେଇ ଅଲିଅଳି ଝିଅ ଯେତେବେଳେ ବିଦାୟ ନେଇ ଶାଶୂଘରକୁ ଯାଏ କେମିତି ଲାଗେ ସେଇ ଘର ? ଶୂନା ଶୂନା.. ଖାଁ..ଖାଁ...। ଆଜି ଠିକ ସେମିତି ଲାଗୁଛି ରାଜସ୍ଥାନର ରୋହିତାଶ୍ୱଙ୍କ ଘର। ଏଇ ଘର ଅଗଣାରୁ ଏକ ସାଙ୍ଗରେ ବିଦାୟ ନେଇ ଶାଶୂ ଘର ଯାଇଛନ୍ତି ୬ ଝିଅ।

ଅଦ୍ୟତନ ହୋଇଛି
6 sister get married together

6 sister get married together

Advertisment

ଯିଏ ଚାଲିଗଲେ ଘର ଅଗଣାରେ ଫୁଲ ଉଠିଯାଏ ସେ ହେଉଛି ଝିଅ। ଯିଏ ହସି ଦେଲେ ସାରା ଘର ମହ ମହା ବାସ୍ନାରେ ପୂରି ଉଠେ ସେ ଝିଅ। ଘରର ମାନ, ମର୍ଯ୍ୟଦା, ସମ୍ମାନ ହେଉଛି ଝିଅ। ସେଇ ଅଲିଅଳି ଝିଅ ଯେତେବେଳେ ବିଦାୟ ନେଇ ଶାଶୂଘରକୁ ଯାଏ କେମିତି ଲାଗେ ସେଇ ଘର ? ଶୂନା ଶୂନା.. ଖାଁ..ଖାଁ...। ଆଜି ଠିକ ସେମିତି ଲାଗୁଛି ରାଜସ୍ଥାନର ରୋହିତାଶ୍ୱଙ୍କ ଘର। ଏଇ ଘର ଅଗଣାରୁ ଏକ ସାଙ୍ଗରେ ବିଦାୟ ନେଇ ଶାଶୂ ଘର ଯାଇଛନ୍ତି ୬ ଝିଅ।

Advertisment

ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାର ଖେତଡି ତହସିଲର ଚିରାନୀ ଗାଁର ରୋହିତାଶ୍ୱ ଗୁର୍ଜର। ଝିଅଙ୍କୁ କେହି କେହି ବୋଝ ବୋଲି ଭାବନ୍ତି। ହେଲେ ରୋହିତାଶ୍ୱ ନିଜର ୭ ଝିଅଙ୍କୁ ନେଇ ଖୁବ ଗର୍ବ କରନ୍ତି। ୭ ଝିଅଙ୍କ ମଧ୍ୟରୁ ୬ ଝିଅଙ୍କର ବିବାହ ଗୋଟିଏ ଦିନରେ କରିଥିଲେ। ତିନୋଟି ଗାଁରୁ ଆସିଥିଲେ ବରଯାତ୍ରୀ। ନିଜ ସାଧ୍ୟ ମତେ ବିବାହର ଆୟୋଜନ କରିଥିଲେ। ଗୋଟିଏ ଦିନରେ ଏକା ସାଙ୍ଗରେ ୬ ଝିଅଙ୍କ ବାହାଘରକୁ ନେଇ ଗାଁ ସାରା ଲୋକେ ବି ଉତ୍ସାହିତ ଥିଲେ। କିପରି ବାହାଘର ହେବ, ବରଯାତ୍ରୀଙ୍କୁ କିପରି ଚର୍ଚ୍ଚା କରାଯିବ ସେ ସବୁ ଦାୟିତ୍ୱ ନେଇଥିଲେ ଗ୍ରାମବାସୀ। ନିଜର କାମ ଭାବି ସମସ୍ତେ ବଢେଇଥିଲେ ସହଯୋଗର ହାତ। ଗାଁରେ ବାହାଘର ତ ନୁହେଁ ଯେମିତି ମେଳା ଲାଗିଛି ସେହିପରି ମାହୋଲ ଥିଲା।

ସବୁଠାରୁ ବଡ କଥା ଥିଲା ବିବାହ ପୂର୍ବରୁ ଝିଅଙ୍କ ବିନ୍ଦୌରୀ ଶୋଭାଯାତ୍ରା। ୬ ଝିଅଙ୍କୁ ଘୋଡାରେ ବସାଇ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ରୋହିତାଶ୍ୱଙ୍କ ସାନା ଝିଅ କୃପା ଏବଂ ଏକମାତ୍ର ପୁଅ ବିକାଶ ମଧ୍ୟ ଖୁବ୍‌ ନାଚି ଥିଲେ। ୬ ଭଉଣୀ ହଳଦିଆ ରଙ୍ଗର ପୋଷାକ ପିନ୍ଧି, କଳା ଚଷମା ଲଗାଇ ଗାଁ ବୁଲିଥିଲେ। ପୁରା ଗାଁ ଏହି ବିନ୍ଦୌରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପରେ ଡିଜେ ବଜାଇ ପୁରା ପରିବାର ସହ ଆସି ନାଚି ଥିଲେ। ୬ ଭଉଣୀ ମଧ୍ୟ ନିଜ ବାହାଘରକୁ ମନ ଭରି ଉପଭୋଗ କରିଥିଲେ। ଏମିତି ବାହାଘର ଦେଖି ଗାଁ ଲୋକେ ଖୁବ ଖୁସି ହୋଇଥିଲେ।

Advertisment

ତେବେ ଏଠି ପ୍ରଶ୍ନ ଉଠେ, ଗୋଟିଏ ରକ୍ଷଣଶୀଳ ଗାଁ ପରିବେଶରେ ଏମିତି ଅତ୍ୟାଧୁନିକ ବାହାଘରକୁ କେମିତି ଲୋକେ ପସନ୍ଦ କଲେ ? କଥା ହେଲା, ନିଜେ ରୋହିତାଶ୍ୱ ଝିଅମାନଙ୍କର ଏପରି ବାହାଘରକୁ ଅନୁମତି ଦେଇଥିଲେ। ନିଜ ଝିଅମାନଙ୍କୁ ଖୁବ ଭଲ ପାଆନ୍ତି ରୋହିତାଶ୍ୱ। ୭ ଝିଅ ହେଲେ ମଧ୍ୟ ସମସ୍ତଙ୍କୁ ଉଚ୍ଚ ଶିକ୍ଷିତ କରାଇଛନ୍ତି। ନିଜେ ଜଣେ ସ୍କୁଲ ବସ୍ ଡ୍ରାଇଭର। ତଥାପି ପିଲାଙ୍କ ପାଠ ପଢାରେ ସେ ଉଣା କରିନାହାନ୍ତି। ୭ ଝିଅଙ୍କ ମଧ୍ୟରୁ ବଡ ଦୁଇ ଝିଅ ମୀନା ଆଉ ସୀମା MA, BED କରିଛନ୍ତି। ଅଞ୍ଜୁ ଏବଂ ନିକ୍କି MA, ପାସ୍‌ କରିଛନ୍ତି। ଯୋଗୀତା ଏବଂ ସଂଗୀତା ବିଏସ୍‌ସି ପଢିଛନ୍ତି। ସାନ ଝିଅ କୃପାର ଏବେ ବିବାହ ହୋଇ ନାହିଁ। ସେ ମଧ୍ୟ ବିଏସ୍‌ସି କରିଛି। ତାଙ୍କର ସବୁ ଝିଅ ପଢାରେ ଭଲ।

ଏକମାତ୍ର ପୁଅ ବିକାଶ ମଧ୍ୟ ପାଠ ପଢିଛି। ପାଠ ସେ ସ୍କାଉଟରେ ରାଷ୍ଟ୍ରପତି ପୁରସ୍କାର ପାଇଛି। ଅନେକ ସମୟରେ ସେ ସମାଜସେବା କାମ ମଧ୍ୟ କରିଥାଏ। ଅନେକ ଗୀତ ଆଲବମ୍‌ରେ ମଧ୍ୟ ସେ କାମ କରିଛନ୍ତି। କରୋନା ସମୟରେ ଭାଇ ବିକାଶଙ୍କ ନେତୃତ୍ୱରେ ସବୁ ଭଉଣୀ ଏବଂ ଅନ୍ୟମାନେ ମିଶି ମାସ୍କ ତିଆରି କରି ଘର ଘର ବାଣ୍ଟିଥିଲେ।

Advertisment
Marriage Six Sister Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ